17.1 C
Bhubaneswar
Sunday, December 29, 2024
Homeଦେଶ ବିଦେଶମାସ ଆରମ୍ଭରୁ ମହଙ୍ଗା ମାଡ, ୨୫ ଟଙ୍କା ବଢିଲା କମର୍ସିଆଲ ଗ୍ୟାସ ସିଲିଣ୍ଡର ଦର

ମାସ ଆରମ୍ଭରୁ ମହଙ୍ଗା ମାଡ, ୨୫ ଟଙ୍କା ବଢିଲା କମର୍ସିଆଲ ଗ୍ୟାସ ସିଲିଣ୍ଡର ଦର

ନୂଆଦିଲ୍ଲୀ: ମାସ ଆରମ୍ଭରୁ ମହଙ୍ଗା ମାଡ଼ । ପୁଣିଥରେ ବଢିଲା କର୍ମସିଆଲ/ବ୍ୟବସାୟିକ ଗ୍ୟାସ ସିଲିଣ୍ଡର ଦର । ୧୯ କିଲୋଗ୍ରାମ ବିଶିଷ୍ଟ କର୍ମସିଆଲ ଏଲପିଜି ସିଲିଣ୍ଡର ୨୫ ଟଙ୍କା ୫୦ ପଇସା ବୃଦ୍ଧି ପାଇଛି । ଆଜିଠୁ ଏହି ବର୍ଦ୍ଧିତ ଲାଗୁ ହୋଇଛି । ଯାହାଫଳରେ ଜାତୀୟ ରାଜଧାନୀ ଦିଲ୍ଲୀରେ ଏବେ ଏହି ଗ୍ୟାସ ଦର ୧୭୯୫ ଟଙ୍କା ହୋଇଯାଇଛି । କିନ୍ତୁ ପୂର୍ବଥର ଭଳି ଏଥର ମଧ୍ୟ ଘରୋଇ ଗ୍ୟାସ ସିଲିଣ୍ଡର ମୂଲ୍ୟରେ କୌଣସି ପ୍ରକାର ସଂଶୋଧନ ହୋଇନାହିଁ ।

ନୂଆ ଦର ଅନୁସାରେ, ଦିଲ୍ଲୀରେ କର୍ମସିଆଲ ଗ୍ୟାସ ସିଲିଣ୍ଡର ମୂଲ୍ୟ ୧୭୯୫ ଟଙ୍କା ଥିବାବେଳେ ମୁମ୍ବାଇରେ ୧୭୪୯ ଟଙ୍କାକୁ ବୃଦ୍ଧି ପାଇଛି । ଅନ୍ୟ ମେଟ୍ରୋ ସହରଗୁଡିକ ବିଷୟରେ କହିବାକୁ ଗଲେ ଚେନ୍ନାଇରେ ୧୯୬୦ ଟଙ୍କା ଏବଂ କୋଲକାତାରେ ଆଜିଠୁ ୧୯ କିଲୋଗ୍ରାମ ଗ୍ୟାସ ସିଲିଣ୍ଡର ୧୯୧୧ ଟଙ୍କା ହୋଇଯାଇଛି । କହିରଖୁଛୁ କି, ୨୦୨୪ ନୂଆ ବର୍ଷ ଆରମ୍ଭରୁ ଏହି କମର୍ସିଆଲ ଗ୍ୟାସ ମୂଲ୍ୟ ପାଖାପାଖି ୪୦ ଟଙ୍କା କମିଥିଲା । କିନ୍ତୁ ଫେବୃଆରୀରେ ୧୪ ଟଙ୍କା ବୃଦ୍ଧି ପାଇଥିଲା । ମାର୍ଚ୍ଚ ଆରମ୍ଭରୁ ପୁଣିଥରେ ଏହି ଗ୍ୟାସ ସିଲିଣ୍ଡର ଦାମ ବଢିଛି । ଯାହାକି ଭୋଜନାଳୟ ଗୁଡିକ ବଡ ଝଟକା ଦେଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking