26.1 C
Bhubaneswar
Tuesday, September 17, 2024
Homeଓଡିଶାସିଲିକନ୍‌, ନିଷ୍ଟକୁ ଏକକ ବିଶ୍ୱବିଦ୍ୟାଳୟ ମାନ୍ୟତା

ସିଲିକନ୍‌, ନିଷ୍ଟକୁ ଏକକ ବିଶ୍ୱବିଦ୍ୟାଳୟ ମାନ୍ୟତା

ଭୁବନେଶ୍ୱର: ଆଉ ଦୁଇ ବୈଷୟିକ ପ୍ରତିଷ୍ଠାନକୁ ଅଣ ଅନୁବନ୍ଧିତ ଏକକ ବିଶ୍ୱବିଦ୍ୟାଳୟ ମାନ୍ୟତା ମିଳିବ । ସେହି ଦୁଇ ସଂସ୍ଥା ହେଉଛି ଭୁବନେଶ୍ୱରସ୍ଥିତ ସିଲିକନ ଇଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲୋଜି ଏବଂ ଗଞ୍ଜାମ ବ୍ରହ୍ମପୁରସ୍ଥ ନ୍ୟାସ୍‌ନାଲ ଇନଷ୍ଟିଚ୍ୟୁଟ୍ ଅଫ୍ ସାଇନ୍ସ ଆଣ୍ଡ ଟେକ୍ନୋଲୋଜି (ଏନ୍‌ଆଇଏସ୍‌ଟି) । ଏନେଇ ଆସିଥିବା ପ୍ରସ୍ତାବରେ ରାଜ୍ୟ କ୍ୟାବିନେଟ୍ ମଞ୍ଜୁରୀ ମିଳିଛି ।  ଶୁକ୍ରବାର ରାଜ୍ୟ କ୍ୟାବିନେଟ୍ ବୈଠକ ଶେଷରେ ଏହି ସୂଚନା ଦେଇଛନ୍ତି ମୁଖ୍ୟଶାସନ ସଚିବ ପିକେ ଜେନା । ସେ କହିଛନ୍ତି ଯେ ସିଲିକନ ଇନଷ୍ଟିଚ୍ୟୁଟ ଅଫ୍ ଟେକ୍ନୋଲୋଜିକୁ ଏକ ଅଣ-ଅନୁବନ୍ଧିତ ଏକକ ବିଶ୍ୱବିଦ୍ୟାଳୟ ସ୍ତରକୁ ଉନ୍ନୀତ କରି ସିଲିକନ ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା ପାଇଁ ଏକ ନୂତନ ଆଇନ ପ୍ରଣୟନ ପାଇଁ ପ୍ରସ୍ତାବ କ୍ୟାବିନେଟରେ ପାରିତ ହୋଇଛି । ଏସ୍‌ଆଇଟିର ନବୀକରଣ ପରେ ସିଲିକନ ବିଶ୍ୱବିଦ୍ୟାଳୟ ସ୍ନାତକ ଓ ସ୍ନାତକୋତ୍ତର ଶିକ୍ଷା, ପିଏଚ୍‌ଡି ପାଇଁ ସୁବିଧା ଓ ସୁଯୋଗ ପ୍ରଦାନ କରିବାରେ ସକ୍ଷମ ହେବ ।

ଏହା ଗୋଟିଏ ପଟେ ଏକାଡେମିକ୍ ଓ ଅନ୍ୟପଟେ ଶିଳ୍ପ ମଧ୍ୟରେ ପାରସ୍ପରିକ ସମ୍ପର୍କ ବୃଦ୍ଧି ପାଇଁ ଏକ କେନ୍ଦ୍ର ଭାବରେ କାର୍ଯ୍ୟ କରିବ । ଦୀର୍ଘମିଆଦୀ ସମ୍ପର୍କ ପାଇଁ ବିଶ୍ୱବିଦ୍ୟାଳୟର ଶିକ୍ଷକ ଓ ଛାତ୍ରମାନଙ୍କ ପାଇଁ ପ୍ରକୃତ ଗବେଷଣା କ୍ଷେତ୍ର ହେବ । ଏଥିପାଇଁ ଏମଓୟୁ ସ୍ୱାକ୍ଷର ହୋଇସାରିଛି । ଏହି ବିଶ୍ୱବିଦ୍ୟାଳୟ ଦକ୍ଷତା ବିକାଶ ଓ ଶିଳ୍ପ ତାଲିମ କ୍ଷେତ୍ରରେ ନୂତନ ସୁଯୋଗ ସୃଷ୍ଟି କରିବା ସହିତ ରାଜ୍ୟର ଯୁବବର୍ଗଙ୍କ ନିଯୁକ୍ତି କ୍ଷେତ୍ରରେ ଉନ୍ନତି ପାଇଁ ମଧ୍ୟ ସହାୟତା ପ୍ରଦାନ କରିବ । କଲେଜକୁ ବିଶ୍ୱବିଦ୍ୟାଳୟରେ ନବୀକରଣ କରିବା ଦ୍ୱାରା ଅଭିଜ୍ଞତା ବାଣ୍ଟିବା, ରାଜ୍ୟ ଓ ଦେଶ ତଥା ବିଦେଶର ଅନ୍ୟ ବିଶ୍ୱବିଦ୍ୟାଳୟଗୁଡ଼ିକ ସହିତ ଉଚ୍ଚଶିକ୍ଷା ଏବଂ ଅନୁସନ୍ଧାନ ପାଇଁ ସହଯୋଗୀ ଉଦ୍ୟୋଗ ଗ୍ରହଣ ପାଇଁ ଦ୍ୱାର ଖୋଲିବ । ଅନୂରୂପ ଭାବେ ବ୍ରହ୍ମପୁରସ୍ଥ ନ୍ୟାସ୍‌ନାଲ ଇନଷ୍ଟିଚ୍ୟୁଟ୍ ଅଫ୍ ସାଇନ୍ସ ଆଣ୍ଡ ଟେକ୍ନୋଲୋଜି(ଏନ୍‌ଆଇଏସ୍‌ଟି) ଏକକ ବିଶ୍ୱବିଦ୍ୟାଳୟ ମାନ୍ୟତା ମିଳିବା ପରେ ଉଚ୍ଚଶିକ୍ଷା ଓ ଗବେଷଣା ପାଇଁ ନୂଆ ସୁଯୋଗ ସୃଷ୍ଟି ହେବ ବୋଲି ମୁଖ୍ୟଶାସନ ସଚିବ ପ୍ରକାଶ କରିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking