27.1 C
Bhubaneswar
Saturday, June 22, 2024
Homeଦେଶ ବିଦେଶଦୁର୍ବୃତ୍ତଙ୍କ ଆଖିବୁଜା ଗୁଳିମାଡରେ ଏସଆଇଙ୍କର ମୃତ୍ୟୁ

ଦୁର୍ବୃତ୍ତଙ୍କ ଆଖିବୁଜା ଗୁଳିମାଡରେ ଏସଆଇଙ୍କର ମୃତ୍ୟୁ

ଲକ୍ଷ୍ନୌ: ରାତି ଅଧରେ ଉତ୍ତରପ୍ରଦେଶରେ ଗର୍ଜିଲା ବନ୍ଧୁକ । ପୋଲିସ ଉପରକୁ ଗୁଳିମାଡ କଲେ ଦୁର୍ବୃତ୍ତ । ଗୁଳିମାଡରେ ଏସଆଇଙ୍କ ମୃତ୍ୟୁ ହୋଇଥିବା ସୂଚନା । ଫିରୋଜବାଦ ଜିଲ୍ଲାରେ ଗୁରୁବାର ବିଳମ୍ବିତ ରାତିରେ ଏପରି ଘଟଣା ଘଟିଥିବା ଜଣାପଡିଛି । ମୃତ ଏସଆଇ ହେଉଛନ୍ତି ଦିନେଶ କୁମାର ମିଶ୍ର, ବୟସ ୩୭ ବର୍ଷ । ଅଉରଭ ପୋଲିସ ଷ୍ଟେସନର ଚନ୍ଦନପୁର ଆଉଟପୋଷ୍ଟର ଦାୟିତ୍ୱରେ ଥିଲେ ସବ୍ ଇନ୍ସପେକ୍ଟର ଦିନେଶ କୁମାର । ବରିଷ୍ଠ ପୋଲିସ ଅଧୀକ୍ଷକ ଆଶିଷ ତିୱାରୀଙ୍କ କହିବାନୁସାରେ, ଦିନେଶ କୁମାରଙ୍କୁ ଚନ୍ଦନପୁର ଗ୍ରାମ ନିକଟରେ ଗୁଳି କରାଯାଇଥିଲା ।

ଆହତ ଅବସ୍ଥାରେ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । କିନ୍ତୁ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ । ଏନେଇ ପୋଲିସ ଏକ ମାମଲା ରୁଜୁ କରି ତଦନ୍ତ ଜାରି ରଖିଛି । ସବ୍ ଇନ୍ସପେକ୍ଟର ଦୀନେଶ କୁମାର ମିଶ୍ର ଚାନ୍ଦପୁର ଗ୍ରାମରୁ ଫେରୁଥିବାବେଳେ ଏକ ଯୌତୁକ ମାମଲାର ତଦନ୍ତ ପାଇଁ ଯାଉଥିଲେ । ଏହି ସମୟରେ ତାଙ୍କୁ ଗୁଳିମାଡ ହୋଇଥିଲା । ଅନ୍ୟପଟେ ଅପରାଧିଙ୍କୁ ଗିରଫ କରିବାକୁ ଏକ ଟିମ ଗଠନ ହୋଇଛି । ତଦନ୍ତ ଜାରି ରହିଛି । ଅପରାଧିଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ତେବେ କିଏ ଓ କାହିଁକି ଏସଆଇଙ୍କୁ ଗୁଳି କରି ହତ୍ୟା କଲା ତାହା ବର୍ତ୍ତମାନ ଅସ୍ପଷ୍ଟ ରହିଛି ।

ପୂର୍ବ ଶତ୍ରୁତାକୁ ନେଇ ଏହି ଘଟଣା ଘଟିଛି ନା ଏହା ପଛରେ ଅନ୍ୟ କିଛି କାରଣ ରହିଛି ସେନେଇ ପୋଲିସ ତଦନ୍ତ ଜାରି ରଖିଛି । ଜୁଲାଇ ୨୪ ତାରିଖରେ ମହାରାଷ୍ଟ୍ରରେ ଏକ ଜଘନ୍ୟ ହତ୍ୟାକାଣ୍ଡ ଘଟିଥିଲା । ସ୍ତ୍ରୀ ଓ ପୁତୁରାକୁ ବନ୍ଧୁକରୁ ଗୁଳି ଚଳାଇ ହତ୍ୟା କରିଥିଲେ ଜଣେ ପୋଲିସ ବାବୁ । ଏହାପରେ ନିଜେ ଜୀବନ ହାରିଥିଲେ ସହାୟକ ପୋଲିସ କମିଶନର ବା ଇଉଚ । ହତ୍ୟା ପରେ ଜୀବନ ହାରିଥିବା ପୋଲିସ ବାବୁ ଜଣଙ୍କ ଅମରାବତୀ ପୋଲିସ ଫୋର୍ସର ଏସିପି ଭରତ ଗାଏକୱାଡ । ଅନ୍ୟ ଦୁଇ ମୃତକ ହେଉଛନ୍ତି ଏସିପିଙ୍କ ପତ୍ନୀ ମୋନି ଗାଏକୱାଡ ଓ ତାଙ୍କ ପୁତୁରା ଦୀପକ ଗାଏକୱାଡ । ଜୁଲାଇ ୩୧ ତାରିଖ ଦିନ ମହାରାଷ୍ଟ୍ରରେ ଚଳନ୍ତା ଟ୍ରେନରେ ଗୁଳିମାଡ ଖବର ସାମ୍ନାକୁ ଆସିଥିଲା । ଜଣେ ଆରପିଏଫ କନେଷ୍ଟବଳ ଗୁଳିମାଡ କରିଥିଲେ । ଜୟପୁର ଏକ୍ସପ୍ରେସ ଟ୍ରେନ ଭିତରେ ଗୁଳିମାଡ ହୋଇଥିବା ବେଳେ ୪ ଜଣଙ୍କର ମୃତ୍ୟୁ ହୋଇଥିଲା । ଗୁଳିମାଡ କରିଥିବା ଆରପିଏଫ କନେଷ୍ଟବଳ ହେଉଛନ୍ତି ଚେତନ କୁମାର ଚୌଧୁରୀ । ପୋଲିସ ତାଙ୍କୁ ଗିରଫ କରିବା ସହ ଏକ ବନ୍ଧୁକ ଜବତ କରିଥିଲା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking