ଭୁବନେଶ୍ୱର: ପୋଲିସ ଏସଆଇ ସ୍କାମ୍ ମାମଲାରେ ଆଉ ଜଣେ ଅଭିଯୁକ୍ତକୁ ଗିରଫ କଲା ସିବିଆଇ । ବାହାର ରାଜ୍ୟରୁ ଅଭିଯୁକ୍ତ ନୀତୁ ଆରୋରା ଗିରଫ ହୋଇଛି । ଗିରଫ ନିତୁଙ୍କୁ ଟ୍ରାଞ୍ଜିଟ୍ ରିମାଣ୍ଟରେ ଆଣିଛି ସିବିଆଇ । ନୀତୁକୁ ମିଶାଇ ଏଯାବତ ୫ ଜଣଙ୍କୁ ଗିରଫ କଲାଣି ସିବିଆଇ । ସିବିଆଇ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ପୋଲିସ ଏସଆଇ ପରୀକ୍ଷା କେଳେଙ୍କାରୀ ମାମଲାରେ ଗିରଫଦାରୀ ସଂଖ୍ୟା ଶହେ ଟପିଯାଇପାରେ । ପୂର୍ବରୁ ଏହି ମାମଲାରେ ୧୧୪ ଜଣ ପରୀକ୍ଷାର୍ଥୀ ସମେତ ୧୨ ଦଲାଲଙ୍କୁ ଗିରଫ କରିଥିଲା କ୍ରାଇମବ୍ରାଞ୍ଚ ।









