କରୋନାମହାମାରୀ, ଭୋକରଜ୍ୱାଳାଭଳିଏବେବିଷାଦର ବ୍ୟାଧିସମଗ୍ରବିଶ୍ୱରେବ୍ୟାପିବାରେଲାଗିଛି । ମଣିଷମନରୁଶାନ୍ତିଉଭେଇ ଯାଇଛି । ଧନସମ୍ପତି, କୋଠାବାଡି, ସୁନାରୂପା, ଗାଡିଘୋଡାସବୁଥାଇମଣିଷମନରେସୁଖ ନାହିଁ । ଏବେସେ ପାଗଳଭଳିଘୁରିବୁଲୁଛି । ଇଂଟରନେଟ୍ ପାଖରେ, ଟି.ଭି. ପାଖରେଘଂଟାଘଂଟାବିତେଇ ଦେଉଛି, ନହେଲେ ନିଶାସେବନରେ ଦିନରାତିକଟେଇଦେଉଛି । କ୍ୟାନ୍ସର୍ରୋଗହେଲେମଣିଷମୃତ୍ୟୁକୁଏକରକମ ଆଲିଙ୍ଗନ କରେ, କିନ୍ତୁବିଷାଦ, ଅବସାଦ, ରୋଗକୁ ଯିଏ ଜୟ କରିପାରିବ – ସେହିଁ ପ୍ରକୃତରେସୁଖୀ ।
ଜଣେସାଧାରଣମଣିଷ ଧନୀ ହେବାଟାବଡ କଥା ନୁହେଁ । ସୁଖ ଓ ସ୍ୱାସ୍ଥ୍ୟର ଅଧିକାରହିଁଏକାନ୍ତ ଆବଶ୍ୟକ । ଅଧିକାଂଶ ଅର୍ଥନୈତିକଉନ୍ନତିହିଁସୁଖରଚାବିକାଠିବୋଲି ଧରିନେଇଛନ୍ତି । ଏହା ମଧ୍ୟ ସଂପୂର୍ଣ୍ଣସତ୍ୟ ନୁହେଁବୋଲିକେତେକ ଯୁକ୍ତିବାଢନ୍ତି । ଅର୍ଥନୀତିକୁନେଇସମଗ୍ରବିଶ୍ୱ ପ୍ରଥମେ ୩ ଭାଗରେବିଭକ୍ତହୋଇଯାଇଥିଲା । ପ୍ରଥମ ବିଶ୍ୱରେ ଧନଶାଳୀ ପୁଞ୍ଜିବାଦୀ ଦେଶ ସମୂହ, ଦ୍ୱିତୀୟବିଶ୍ୱରେସମାଜବାଦୀ ଅର୍ଥନୀତିର ପ୍ରବର୍ତକ ଦେଶ ସମୂହଏବଂତୃତୀୟବିଶ୍ୱରେ ଅନୁନ୍ନତବିକାଶଶୀଳ ଦେଶ ସମୂହ । ପ୍ରଥମ ବିଶ୍ୱରମତରେ ଅର୍ଥନୈତିକଉନ୍ନତିହିଁସୁଖ ଆଣିବଏବଂ ଦ୍ୱିତୀୟବିଶ୍ୱମତରେ ଅର୍ଥନୈତିକବୈଷମ ଦୂରକରିଲେହିଁ ପ୍ରକୃତସୁଖ ଆସିବ । ତୃତୀୟବିଶ୍ୱସମୂହ ଦେଶମାନେ ପ୍ରଥମ ଓ ଦ୍ୱିତୀୟବିଶ୍ୱର ଦେଶମାନଙ୍କଠାରୁସାହାଯ୍ୟସହଯୋଗ ଆଣିବାପାଇଁବ୍ୟଗ୍ରହୋଇପଡୁଥିଲେ । ଏବେକିନ୍ତୁ ଦ୍ୱିତୀୟବିଶ୍ୱର ଦେଶମାନେ ସମାଜବାଦୀ ଅର୍ଥନୀତିରୁ ପୁଞ୍ଜିବାଦୀ ଅର୍ଥନୀତି ଆଡକୁମୁହାଁଇଥିବାରୁତାଙ୍କରଚାରିତ୍ରିକ ଅସ୍ତିତ୍ୱଲୋପ ପାଇବାରେଲାଗିଛି । ସମଗ୍ରବିଶ୍ୱପ୍ୟାପୀ ନୂତନ ଅର୍ଥନୈତିକବ୍ୟବସ୍ଥାରେ ପୃଥିକରଣ, ଉଦାରିକରଣ, ଘରୋଇକରଣ ପ୍ରବେଶକରିବା ଫଳରେ ଅର୍ଥନୈତିକଭାରସାମ୍ୟ ଦୋହଲିଯାଇଛି ।
ସଂପ୍ରତିଭାରତୀୟ ଅର୍ଥନୀତିଭିଷଣଭାବରେରୋଗାକ୍ରାନ୍ତ । ପୁଣିକରୋନାମହାମାରୀ ଅର୍ଥନୀତିକୁ ଧ୍ୱଂସମୁଖୀକରୁଛି । ଏ ରୋଗାକ୍ରାନ୍ତ ଅର୍ଥନୀତିକୁ ଭଲ କରିବାପାଇଁକେତେପ୍ରକାରଉପାୟଚିନ୍ତାକରାଯାଉଛିଏବଂ ପ୍ରୟୋଗ ମଧ୍ୟ କରାଯାଉଛି । ହେଲେରୋଗକମିବାରଲକ୍ଷଣ ଦେଖାଦେଉନି । ଅର୍ଥନୈତିକରୂପକରୋଗମହାମାରୀ ଆଡକୁଗତିକରୁଛି । ଉତ୍ପାଦନ କ୍ଷେତ୍ର ଧ୍ୱସ୍ତବିଧ୍ୱସ୍ତ । ଖୁଚୁରାବଜାରରେ ଅଗ୍ନିବର୍ଷୁଛି । ଏଭଳି ଅବସ୍ଥାରେକିଛିରତ୍ପାନକାରୀମାନଙ୍କର ପୁଷମାସ । ସେମାନେ ଭାରତୀୟଟଙ୍କାରେଜିନିଷକିଣିବିଦେଶକୁଚାଲାଣକରିଡଲାର୍ ପାଉଛନ୍ତି । ସେଥିପାଇଁସେୟାରବଜାର ଅତ୍ୟନ୍ତ ଦୁର୍ବଳହୋଇପଡିଛି । ବିଦେଶୀବ୍ୟବସାୟୀମାନେ ଭାରତରୁ ଧିରେ ଧିରେ ପୁଞ୍ଜି ପ୍ରତ୍ୟାହାରକରିନେଉଛନ୍ତି । ଏଭଳି ଅବସ୍ଥାରେଟଙ୍କାର ଅବମୂଲ୍ୟାୟନ ଏବଂଡଲାରରଉର୍ଦ୍ଧ୍ୱଗତିଯୋଗୁଁ ଦେଶ ଭୟଙ୍କର ଆର୍ଥିକସଂକଟରେଜର୍ଜରିତ । ରିଜର୍ଭବ୍ୟାଙ୍କ, ଅର୍ଥ ମନ୍ତ୍ରଣାଳୟଯେତେପ୍ରକାର ପଦକ୍ଷେପ ନେଉଛନ୍ତି, ତାହାକାମ ଦେଉନି ।
ସଂପ୍ରତି ଦେଶରେରାଜନୈତିକ ଅନିଶ୍ଚୟତା ଦେଖାଦେଇଛି । ଏଣେ ଦେଶରେ ଦୁର୍ନିତୀ, ବ୍ୟଭିଚାରବଢିବାରେଲାଗିଛି । ରାଜକୋଷଲୁଟ୍ହେଉଛି । ରାଜକୋଷଲୁଟେରାମାନେ କଳେବଳେକୌଶଳେଶାସନ କ୍ଷମତାକୁଜାବୁଡି ଧରିଲୁଣ୍ଠନ କରିଚାଲିଛନ୍ତି । କେତେକଲୋକଙ୍କହାତରେ ଅମାପମାପ ସମ୍ପତିଠୁଳହେଉଛି । କୋଟିକୋଟିଏପରିକି ୯୫ ଭାଗଲୋକ ପରିଶ୍ରମର ଫଳ ନପାଇହତାଶ ପଙ୍କରେଘାଂଟିହେଉଛନ୍ତି । ବିଷାଦରେସେମାନେ ଭାଙ୍ଗି ପଡୁଛନ୍ତି ।
ଅର୍ଥାଭାବରୁଯେତିକି ଦୁଃଖଦୁର୍ଦ୍ଦଶାରଘଟଣାଘଟେ, ତାଠାରୁ ଅଧିକଘଟେଭଲପାଇବା ଅଭାବରୁ । ବ୍ୟକ୍ତିଗତ ଓ ସାମାଜିକସଂପର୍କମଣିଷ ନିକଟରେସର୍ବାଧିକଗୁରୁତ୍ୱପୂର୍ଣ୍ଣ – କାହାରବ୍ୟାଙ୍କରେକେତେ ଅର୍ଥ ଅଛି – ସେଟାଏତେଗୁରୁତ୍ୱପୂର୍ଣ୍ଣ ନୁହେଁ । ଯଦି କିମିଆକରିକେହିସଂଗେସଂଗେବିଶ୍ୱର ଦାରିଦ୍ର୍ୟକମାଇଦିଏ, ତାହେଲେମଣିଷର ଦୁଃଖମାତ୍ରଶତକଡା ୫ ଭାଗକମିବଏବଂ ଆଉ ଯଦି କେହିବିଷାଦ, ଉଦ୍ବେଗରୁମଣିଷକୁବିଛିନ୍ନକରିଦିଏ – ତାହେଲେ ଦୁଃଖକମିବମାତ୍ରଶତକଡା ୨୫ ଭାଗ । ବାକି ୭୫ ଭାଗ ଦୁଃଖକେବଳମନଲାଖି ଉପଯୁକ୍ତବନ୍ଧୁ ପାଇଲେ ଦୂରହୋଇଯାଇପାରେ । ମଣିଷ-ମଣିଷରସଂପର୍କ ଆର୍ଥିକସାମର୍ଥ ପାଇଁ ନିର୍ଦ୍ଧାରିତହୁଏକି? ଗୋଟିଏ ଅତି ଆନନ୍ଦମୟ ଦାମ୍ପତ୍ୟସଂପର୍କ ଅର୍ଥାଭାବରୁ ଦୁଷିତହୋଇଯାଏନା? ସନ୍ତାନମାନେ କ’ଣ ପିତାମାତାଙ୍କ ଦରିଦ୍ରତା ପାଇଁଶତ୍ରୁମନୋଭାବାପନ୍ନ ହୋଇପଡନ୍ତିକି? ଗୋଟିଏସଂପର୍କର ପ୍ରକୃତଶ୍ରଦ୍ଧାପ୍ରୀତି ପାଇଁଯେଉଁ ପରିମଣ୍ଡଳ ପ୍ରୟୋଜନ – ଅର୍ଥାଭାବରୁତାହା ନଷ୍ଟ ହୋଇଯାଉଛିକି?
ଧନୀଲୋକମାନେ ବରାବରସମ୍ପତିର ପାହାଡଉପରେବସି ପୁଣି ଧନ ପାଇଁବିକଳହୁଅନ୍ତି – ନାନାଉପାୟ, କଳକୌଶଳ, ଷଡଯନ୍ତ୍ର, ଅନ୍ୟାୟଅତ୍ୟାଚାର, କଷଣଶୋଷଣକରିତାଙ୍କ ଧନମ୍ପତିର ପାହାଡକୁସ୍ୱର୍ଗ ପର୍ଯ୍ୟନ୍ତ ଲମ୍ବେଇ ଦେବାକୁଇଛାକରିଶେଷରେରୋଗ, ନିରାଶା, ହତାଶା, ବିଷାଦର ହାଃହୁତାଶନରେସ୍ୱର୍ଗଧାମକୁ ଯାତ୍ରାକରନ୍ତି । ସେଇସମ୍ପତିତାଙ୍କବଂଶପରିଜନମାନଙ୍କୁଖାଇଗୋଡାଏ । ସଂପର୍କଭାଙ୍ଗିଛିନ୍ଛତ୍ରହୋଇଯାଏ । ଧନଲୋଭମଣିଷକୁରସାତଳକୁଟାଣିନିଏ । ଟଲ୍ଷ୍ଟଏଙ୍କସେହିସ୍ମରଣିୟ ଗଳ୍ପ “ମଣିଷ ପାଇଁକେତେଜମିଲୋଡା”କୁଟିକେହେଜନ୍ତୁ । ତେଣୁସଂପର୍କହିଁଏକମାତ୍ର ଅସଲ ସମ୍ପତି । ସଂପର୍କରସଂସାରହିଁସାର – ମନଲାଖିମଣିଷସମାଜ ପାଇଁଶୁଖିଲାସଭ୍ୟତାକୁଲୁହଭିଜାସଂସ୍କୃତିରଏହି ପ୍ରକୃତିରଶୁଭସମାଚାର ।
ସମଗ୍ରବିଶ୍ୱ ଯେପରିବିଷାଦ ରୋଗାକ୍ରାନ୍ତ, ଭାରତସମେତବହୁ ଦେଶରେ ଅର୍ଥନୀତିବ୍ୟାଧିଗ୍ରସ୍ତ । ଭାରତରେଭିକାରୀଠାରୁ ଆରମ୍ଭ କରିଭି.ଆଇ.ପି ପର୍ଯ୍ୟନ୍ତ ସମସ୍ତେ ଧନ ପଛରେଗୋଡାଇଛନ୍ତି । କେବଳ ଧନ ନୁହେଁ, ପ୍ରତ୍ୟେକମଣିଷର ମନ ମଧ୍ୟ ବୋଲମାନୁନି । ପରିବାରରକ୍ତସଂପର୍କମଧ୍ୟରେ ମଧ୍ୟ ମନୋମାଳିନ୍ୟଯୋଗୁଁସମସ୍ତେବିଷାଦଗ୍ରସ୍ତ । ଶରୀରରେରୋଗହେଲେସଠିକ୍ଔଷଧ ସେବନ କରିଲୋକେ ଭଲ ହୋଇଯାଉଛନ୍ତି, କିନ୍ତୁବିଷାଦ ରୋଗପାଇଁକୌଣସିଔଷଧ ନାହିଁ । ନିଜମନକୁ ନିଜେବୁଝାଇବାହିଁବିଷାଦ ରୋଗ ନିରାକରଣର ନିଦାନ ।
ପଶ୍ଚିମ ଦେଶମାନଙ୍କରେବିଷାଦ ଓ ମାନସିକ ଅସ୍ଥିରତାଭିଷଣଭାବରେବୃଦ୍ଧି ପାଇବାରେଲାଗିଛି । ମଣିଷ ପାଗଳଭଳିସୁଖଖୋଜୁଛି । ସଭ୍ୟତ ଓ ବିଜ୍ଞାନରଯେତେଉନ୍ନତିହେଉଛି, ମଣିଷସେତେବିଷାଦଗ୍ରସ୍ତହେବାରେଲାଗିଛି । ପ୍ରତ୍ୟେକମଣିଷ ଯାହାଖୋଜୁଛି – ତାହା ପାଇବାକଷ୍ଟକର । ଖୋଜିଖୋଜି ନୟାନ୍ତ ହୋଇବିଷାଦ ରୋଗରେ ଆକ୍ରାନ୍ତ ହେଉଛି । ଏହିବିଷାଦରୁମୁକୁଳିବା ପାଇଁ ଯିଏ ଯାହା ଆଶାର ଆଲୋକ ଦେଖାଇଲା, ସେହିମରିଚିକା ପଛେ ପଛେ ଧାଇଁବାରେଲାଗିଛି ।
ଏହିବିଶ୍ୱରେ ପ୍ରତ୍ୟେକମଣିଷଯେଭଳିବିଷାଦ ରୋଗରେ ଆକ୍ରାନ୍ତ, ସେଇଭଳି ଅନ୍ୟାନ୍ୟଜୀବଜନ୍ତୁ ମଧ୍ୟ ଆକ୍ରାନ୍ତ । ଏହିବିଷାଦ ରୋଗରୁମୁକ୍ତି ପାଇବାପାଇଁବହୁ ଦାର୍ଶନିକ ଅନେକବିକଳ୍ପତତ୍ୱବାହାରକରିଛନ୍ତି, ହେଲେସେତତ୍ୱକୁକାର୍ଯ୍ୟରେ ପରିଣତକରିବାକୁମଣିଷସଂପୂର୍ଣ୍ଣଚେଷ୍ଟାକରୁନି, ଯାହାଫଳରେବିଷାଦଗ୍ରସ୍ତହୋଇହାଃହୁତାଶରେଜୀବନ କଟାଉଛି । ଏହିବିଷାଦ ରୋଗକୁ ଭଲ କରିବାପାଇଁସଂପୂର୍ଣ୍ଣସୂତ୍ରକିଏବାହାରକରିବ? ତାହା ଅପେକ୍ଷାରେମାନବଜାତିଚାହିଁରହିଛି । ଚାହିଁଚାହିଁ ଆଖି ପାଣି ଆଖିରେମରିବସିନା – ବିଷାଦ ରୋଗରୁମୁକ୍ତି ପାଇବ ନାହିଁ । ପୃଥିବୀରେକୌଣସିଶକ୍ତି ନାହିଁ – ତୁମକୁବିଷାଦଗ୍ରସ୍ତକରିବ; କେବଳ ନିଜେ ନିଜକୁହିଁବିଷାଦଗ୍ରସ୍ତକରିଥାଉଁ ଆମେମାନେ । ଏହାହେଉଛି ଏକ ମହୌଷଧିମୟ ଅର୍ନ୍ତବାଣୀ – ଯାହାମନେରଖିଲେବିଷାଦ ବ୍ୟାଧିରସଂକ୍ରମଣରୁ ଆମେ ନିସ୍ତରି ଯାଇପାରିବା ।
ଯାଜପୁରରୋଡ, ଯାଜପୁର
ମୋ : ୯୮୬୧୦୩୪୧୬୩