40.1 C
Bhubaneswar
Thursday, April 25, 2024
Homeଓଡିଶାଚିଟ୍ ଫଣ୍ଡ ଦୁର୍ନୀତିକୁ ନେଇ ସିବିଆଇର ତନାଘନା

ଚିଟ୍ ଫଣ୍ଡ ଦୁର୍ନୀତିକୁ ନେଇ ସିବିଆଇର ତନାଘନା

ଭୁବନେଶ୍ୱରର : ଏବେ ଦେଶ ସମେତ ରାଜ୍ୟରେ ମହାମାରୀ କରୋନାର ଭୟାବହତା ଜାରି ରହିଥିବା ବେଳେ ରାଜ୍ୟ ରାଜନୀତିରେ କରୋନା ମୁକାବିଲା ପାଇଁ କିଣା ହୋଇଥିବା ବିଭିନ୍ନ ସାମଗ୍ରୀକୁ ନେଇ ବିରୋଧୀ ରାଜ୍ୟ ସରକାରଙ୍କୁ ଘେରିଛନ୍ତି । ଏହାରି ଭିତରେ ଏକ ଚକିତ କଲା ଭଳି ଖବର ସାମ୍ନାକୁ ଆସିଛି । ତାହା ହେଲା ଚିଟଫଣ୍ଡ ଦୁର୍ନୀତିରେ ଦୀର୍ଘ ଦିନ ଧରି ଚୁପ୍ ରହିଥିବା ସିବିଆଇ ଏବେ ହଠାତ୍ ଚିଟଫଣ୍ଡ କେଳେଙ୍କାରୀ ଡାଏରୀ ଖୋଲିଛି । ବହୁ ଚର୍ଚ୍ଚିତ ସିସୋର୍ ଓ କେଳେଙ୍କାରୀର ମଧ୍ୟସ୍ଥ କୁହାଯାଉଥିବା ଅଭିଯୁକ୍ତ ଶୁଭଙ୍କର ଡାଏରୀ ଏବେ ସିବିଆଇ ଖୋଲିଛି । ଗତକାଲି ମିଡିଲମ୍ୟାନ ଶୁଭଙ୍କର ଏବଂ ଏହି ମାମଲାରେ ଗିରଫ ହୋଇ ଜାମିନରେ ଆସିଥିବା ଅନ୍ୟ ଜଣେ ଅଭିଯୁକ୍ତକୁ ସିବିଆଇ ପ୍ରାୟ ଅଢେଇ ଘଣ୍ଟା ଧରି ଜେରା କରିଥିବା ସୂଚନା ମିଳିଛି । ଏହି ମାମଲାରେ ଦୁଇ ଆଇଏଏସ ଏବଂ ଜଣେ ଆଇପିଏସ ଅଫିସରଙ୍କ ସଂପୃକ୍ତି ଥିବା ନେଇ ସିବିଆଇ ଜେରା କରିଥିବା ସୂଚନା ରହିଛି । ବିଶେଷ ସୂତ୍ରରୁ ମିଳିଥିବା ସୂଚନା ମୁତାବକ, ସିସୋର୍ କେଳେଙ୍କାରୀରେ କେଉଁ କେଉଁ ଅଫିସର ସାମିଲ ଥିଲେ ସେ ନେଇ ଅନେକ ପ୍ରଶ୍ନ ସିବିଆଇ କରିଥିଲେ । ତେବେ କେବଳ ଏହି ତିନି ଜଣ ପ୍ରଶାସନିକ ଅଧିକାରୀ ନୁହଁନ୍ତି ବରଂ ପ୍ରାୟ ୧୨ ଜଣ ପ୍ରଶାସନିକ ଅଧିକାରୀଙ୍କ ସଂପର୍କରେ ସିବିଆଇ ପୁଣି ଥରେ ତଦନ୍ତ ଫାଇଲ ଖୋଲିବ ବୋଲି ସୂଚନା ମିଳୁଛି । ସମସ୍ତେ ଭାବୁଥିଲେ ଯେ, ଏହି ମାମଲାରେ ସିବିଆଇ ଚୁପ୍ ହୋଇ ବସିଛି । ହେଲେ ଆଭ୍ୟନ୍ତରୀଣ ଭାବେ ତଦନ୍ତ କରିବା ପରେ ସିବିଆଇ ହାତରେ କିଛି ଏମିତି ସୁରାକ୍ ଲାଗିଛି । ଯେଉଁଥିପାଇଁ ଏବେ ହଠାତ୍ ସକ୍ରିୟ ହୋଇ ଉଠିଛି ସିବିଆଇ । ଏହାକୁ ନେଇ ପ୍ରଶାସନିକ ଅଧିକାରୀଙ୍କ ନିଦ ହଜି ଯାଇଛି ।
ସୂଚନାଯୋଗ୍ୟ ଯେ, ସିସୋର୍ ମାମଲାରେ ପୂର୍ବରୁ ସିବିଆଇ ମଧ୍ୟସ୍ଥ ଶୁଭଙ୍କରକୁ ଗିରଫ କରିଥିଲା । ପରେ ସେ ଜାମିନରେ ଆସିଥିଲେ । ଶୁଭଙ୍କର ଡାଏରୀରେ ଯେଉଁ ଅଧିକାରୀ ମାନଙ୍କ ନାମ ରହିଥିଲା ସେମାନଙ୍କ ମଧ୍ୟରୁ ଜଣେ ଦୁଇ ଜଣଙ୍କୁ ଛାଡି ଦେଲେ ଅନ୍ୟ ଅଧିକାରୀମାନେ ସିବିଆଇ ଜେରାର ସମ୍ମୁଖୀନ ହୋଇନଥିଲେ । କିଛି ଅଧିକାରୀ ଲୁଚି ଛପି ମଧ୍ୟ ସିବିଆଇକୁ ସାମ୍ନା କରିଥିବା ଚର୍ଚ୍ଚା ହୋଇଥିଲା । ହେଲେ କେହି ବି ଏ ସଂକ୍ରାନ୍ତରେ ମୁହଁ ଖୋଲିନଥିଲେ । ଯାହା ଏକ ରହସ୍ୟ ହୋଇ ରହିଥିଲା ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking