19.1 C
Bhubaneswar
Monday, December 23, 2024
Homeଅପରାଧଭଲ ଚିକେନ ନ ଦେବାରୁ ଦୋକାନୀଙ୍କୁ ଏସିଡ଼ ମାଡ଼

ଭଲ ଚିକେନ ନ ଦେବାରୁ ଦୋକାନୀଙ୍କୁ ଏସିଡ଼ ମାଡ଼

ହାଇଦ୍ରାବାଦ: ତେଲେଙ୍ଗାନାର ଭେମୁଲାୱାଦା ମ୍ୟୁନସିପାଲଟି ଅଞ୍ଚଳରେ ଗ୍ରାହକଙ୍କ ଉନ୍ମତ୍ତକାଣ୍ଡ । ଭଲ ଚିକେନ ନ ଦେବାରୁ ଦୋକାନୀଙ୍କୁ ଏସିଡ଼ ମାଡ଼ କଲେ ଗ୍ରାହକ । ଘଟଣାରେ ୧୦ରୁ ଅଧିକ ଆହତ ହୋଇଥିବା ବେଳେ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ରହିଥିବା ଜଣାପଡ଼ିଛି । ଗୋଷ୍ଠୀ ସଂଘର୍ଷ ପରେ ଏହି ଘଟଣା ଘଟିଥିବା ବେଳେ ପୋଲିସ ଉଭୟ ପକ୍ଷରୁ ମାମଲା ରୁଜୁ କରି ତଦନ୍ତ ପ୍ରକ୍ରିୟାକୁ ଜୋରଦାର କରିଛି । ଭୋମୁଲାୱାଦା ମ୍ୟୁନସିପାଲିଟି ଅଧୀନ ତିପ୍ପପୁର ଗ୍ରାମରେ ଚିକେନ ଦୋକାନ କରନ୍ତି ହରିଶ । ତାଙ୍କ ଦୋକାନକୁ ସପ୍ତଗିରି କଲୋନୀରୁ କିଛି ଗ୍ରାହକ ଚିକେନ କିଣିବା ପାଇଁ ଆସିଥିଲେ। ଏହାପରେ ସେମାନେ ପ୍ରତ୍ୟେକ ଏକ କେଜି ଲେଖାଏଁ ଚିକେନ କିଣି ରୋଷେଇ କରିଥିଲେ ।

ପୁଣି କିଛି ସମୟ ପରେ ଦୋକାନକୁ ଆସି ଭଲ କ୍ୱାଲିଟିର ଚିକେନ ଦେଇନଥିବା ଅଭିଯୋଗ କରି ଗଣ୍ଡଗୋଳ କରିଥିଲେ । ଏହି ଘଟଣାକୁ ନେଇ ଦୁଇ ଗୋଷ୍ଠୀଙ୍କ ମଧ୍ୟରେ ଗଣ୍ଡଗୋଳ ଉଗ୍ରରୂପ ଧରିଥିଲା । ଏହାପରେ ହରିଶଙ୍କ ଉପରକୁ ସେମାନେ ଏସିଡ଼ ମାଡ଼ କରିଥିଲେ । ଏହି ସମୟରେ ଦୋକାନୀଙ୍କ ସମେତ ଦୋକାନରେ ଉପସ୍ଥିତ ଥିବା ଅନ୍ୟ ଗ୍ରାହକ ମଧ୍ୟ ଏହି ଆକ୍ରୋଶର ଶିକାର ହୋଇଥିଲେ । ସେମାନଙ୍କ ଉପରେ ଏସିଡ଼ ପଡ଼ିବା ଦ୍ୱାରା ଅନେକ ଗ୍ରାହକ ଆହତ ହୋଇଛନ୍ତି । ଗୁରୁତରଙ୍କୁ ସଙ୍ଗେସଙ୍ଗେ କରିମନଗର ହସ୍ପିଟାଲକୁ ନିଆଯାଇଥିଲା । ସମସ୍ତ ଗୁରୁତରଙ୍କ ମଧ୍ୟରୁ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି ବୋଲି ଡାକ୍ତର କହିଛନ୍ତି । ଭେମୁଲାୱାଦା ଟାଉନ ସିଆଇ ଭେଙ୍କଟେଶ କହିଛନ୍ତି ଯେ ଉଭୟ ପକ୍ଷରୁ ଏକ ମାମଲା ରୁଜୁ ହୋଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking