33.1 C
Bhubaneswar
Friday, May 17, 2024
Homeଅପରାଧସାମାନ୍ୟ ବଚସାକୁ ନେଇ ଯୁବକଙ୍କୁ ଗୁଳିମାଡ଼; ଗୁରୁତର ଅବସ୍ଥାରେ ଡାକ୍ତରଖାରେ ଭର୍ତ୍ତି

ସାମାନ୍ୟ ବଚସାକୁ ନେଇ ଯୁବକଙ୍କୁ ଗୁଳିମାଡ଼; ଗୁରୁତର ଅବସ୍ଥାରେ ଡାକ୍ତରଖାରେ ଭର୍ତ୍ତି

ନୂଆପଡ଼ା: ନୂଆପଡ଼ା ଜିଲ୍ଲା ତରବୋଡ଼ ଫାଣ୍ଡି ଦଲ୍ଲିପଡ଼ା ଠାରେ ଆଜି ବାଇକରେ ଲିଫ୍ଟ ଦେବାରେ ବିଲମ୍ବ କରିବା ସହ ସାମାନ୍ୟ କଥାକୁ ନେଇ ଜଣେ ଯୁବକ ଗୁଳି କରିଛି । ଏହି ଗୁଳିମାଡ଼ରେ ଅନ୍ୟ ଜଣେ ଯୁବକ ଗୁରୁତର ହୋଇଛନ୍ତି । ତାଙ୍କୁ ନୂଆପଡ଼ା ମୁଖ୍ୟ ଡାକ୍ତରଖାନରେ ଭର୍ତ୍ତି କରାଯାଇଛି । ପୁଲିସ ବନ୍ଧୁକ ସହ ଅଭିଯୁକ୍ତକୁ ଅଟକ ରଖିଥିବା ଜଣାପଡିଛି । ସୂଚନା ଅନୁଯାୟୀ ଆଜି ଅପରାହ୍ନରେ ଲଖନା ଥାନା ଟେଡ଼ଙ୍ଗା ଗ୍ରାମର ମଙ୍ଗଲ ଶଗଡ଼ିଆ (୩୦) ଡୁମେରପାଣି ମାମୁ ଘରକୁ ଇଟା ତିଆରି କରିବା ପାଇଁ ଯାଥିଲେ ।

ହେଲେ ଆଜି ସନ୍ଧ୍ୟାରେ ସେଠାରୁ ଫେରି ଦଲ୍ଲିପଡ଼ା ଯାଉଥିବା ବେଳେ ଉଭୟ ଗାଁ ମଝିରେ ମଙ୍ଗଲ ଶଗରିଆଙ୍କୁ ହୃଷୀକେଶ ମାଝୀ ଲିପ୍ଟ ମାଗିଥିଲେ । ହେଲେ ଶ୍ରୀ ଶଗଡିଆ କିଛି ଦୂର ଯାଇ ହୃଷୀକେଶ ମାଝୀଙ୍କୁ ଲିପ୍ଟ ଦେଇଥିଲେ । ହେଲେ ବିଲମ୍ବରେ ଲିଫ୍ଟ ଦେଇଥିବା କହି ଉଭୟଙ୍କ ମଧ୍ୟରେ ଝଗଡ଼ା ହୋଇଥିଲା । ପରେ ହୃଷୀକେଶ ରାଗି ଯାଇ ପାଖରେ ରଖିଥିବା ବନ୍ଧୁକରେ ଗୁଳି କରିଥିଲେ । ଗୁଳିମାଡ଼ର ଶିକାର ହୋଇଥିବା ଯୁବକ ଘରକୁ ଯାଇ ସ୍ତ୍ରୀଙ୍କୁ ସବୁ କଥା କହିଥିଲେ । ପରେ ତାଙ୍କୁ ତରବୋଡ଼ ସ୍ୱାସ୍ଥ୍ୟ କେନ୍ଦ୍ରରେ ପ୍ରଥମକି ଚିକିତ୍ସା ପରେ ମୁଖ୍ୟ ଡାକ୍ତରଖାନାକୁ ପଠାଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking