20.1 C
Bhubaneswar
Saturday, December 6, 2025
Homeଓଡିଶାପର୍ଯ୍ୟଟକଙ୍କ ପାଇଁ ଆଜି ଖୋଲିଲା ଶିମିଳିପାଳ

ପର୍ଯ୍ୟଟକଙ୍କ ପାଇଁ ଆଜି ଖୋଲିଲା ଶିମିଳିପାଳ

ମୟୁରଭଞ୍ଜ: ପର୍ଯ୍ୟଟକଙ୍କ ପାଇଁ ଖୋଲିଲା ଶିମିଳିପାଳ । ଆଜି ସକାଳ ୬ ଟାରେ ପର୍ଯ୍ୟଟକଙ୍କ ପାଇଁ ଶିମିଳିପାଳ ଖୋଲାଯାଇଛି । ଦୁଇଟି ଗେଟରେ ପର୍ଯ୍ୟଟକ ଭିତରକୁ ପ୍ରବେଶ କରିପାରିବେ । ପିଠାବଟା ଓ କାଲିଆଣୀ ଏହି ଦୁଇ ଫାଟକରେ ପ୍ରବେଶ କରିବେ । ପର୍ଯ୍ୟଟକମାନଙ୍କୁ ସ୍ବାଗତ କରିବାକୁ ସ୍ଵତନ୍ତ୍ର ବ୍ୟବସ୍ଥା କରାଯାଇଛି । ଶିମିଲିପାଳ ବ୍ୟାଘ୍ର ସଂରକ୍ଷଣ ଡେପୁଟି ଡାଇରେକ୍ଟରଙ୍କ ପକ୍ଷରୁ ଏହି ସୂଚନା ଦିଆଯାଇଛି । ଏଠାକୁ ପ୍ରତିବର୍ଷ ହଜାର ହଜାର ପର୍ଯ୍ୟଟକ ଆସୁଥିବା ବେଳେ ବର୍ଷାଦିନେ ଏହା ବନ୍ଦ ରହିଥାଏ । ଏବେ ବର୍ଷା ଦିନ ଯାଇଛି ଶୀତ ଦିନ ଆସିଛି । ଏବେ ପୁଣି ଶିମିଳିପାଳରେ ପର୍ଯ୍ୟଟକଙ୍କ ଭିଡ଼ ଦେଖିବାକୁ ମିଳିବ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking