30.1 C
Bhubaneswar
Monday, May 20, 2024
Homeଅପରାଧରାଜ୍ କୁନ୍ଦ୍ରାଙ୍କ ସହିତ ଥିବା ପୁରୁଣା ଫଟୋ ଶେୟାର କଲେ ଶର୍ଲିନ ଚୋପ୍ରା

ରାଜ୍ କୁନ୍ଦ୍ରାଙ୍କ ସହିତ ଥିବା ପୁରୁଣା ଫଟୋ ଶେୟାର କଲେ ଶର୍ଲିନ ଚୋପ୍ରା

ନୂଆଦିଲ୍ଲୀ: ପର୍ଣ୍ଣୋଗ୍ରାଫି ମାମଲାରେ ଏବେ ଅନେକ ଫସିସାରିଛନ୍ତି । ଶିଳ୍ପା ସେଟ୍ଟୀଙ୍କ ସ୍ୱାମୀ ରାଜ୍ କୁନ୍ଦ୍ରାଙ୍କ ପରେ ମାମଲା ସହ ଜଡିତ ଅନେକ ଚର୍ଚ୍ଚିତ ଚେହେରାଙ୍କ ନାମ ଏବେ ସାମ୍ନାକୁ ଆସୁଛି । ଏଥିରେ ଶର୍ଲିନ ଚୋପ୍ରାଙ୍କ ନାମ ବି ସାମିଲ ରହିଛି । ପୂର୍ବରୁ ଶୁକ୍ରବାର କ୍ରାଇମ ବ୍ରାଂଚ ଶର୍ଲିନଙ୍କୁ ୮ ଘଣ୍ଟା କାଳ ପଚରାଉଚୁରା କରିଥିଲେ । ଯେଉଁଥିରେ ସେ କିଛି ଚାଂଚଲ୍ୟକର ବୟାନ ଦେଇଛନ୍ତି । ଏବେ ଶର୍ଲିନ ନିଜ ନାମରେ ହୋଇଥିବା ଆପ୍ ପାଇଁ ସୁଟ୍ ର ପ୍ରଥମ ଫଟୋ ଦେଇଛନ୍ତି ।
ଶର୍ଲିନ, ରାଜ କୁନ୍ଦ୍ରାଙ୍କ ସମେତ ଅନ୍ୟ ବ୍ୟକ୍ତିଙ୍କ ସହିତ ନିଜର ଏକ ଫଟୋ ସେୟାର କରିଛନ୍ତି । ସେ ଟ୍ୱିଟ କରିଛନ୍ତି, ‘୨୯ ମାର୍ଚ୍ଚ ୨୦୧୯ରେ ଆର୍ମସପ୍ରାଇମ ଦ୍ୱାରା ଆୟୋଜିତ ଦ ଶାର୍ଲିନ ଚୋପ୍ରା ଆପ୍ ର ପ୍ରଥମ କଣ୍ଟେଣ୍ଟ ସୁଟ୍ ହେବାକୁ ଯାଉଥିଲା । ମୋ ପାଇଁ ଏକ ନୂଆ ଅନୁଭବ ଥିଲା । କାରଣ ପୂର୍ବରୁ କେବେ କୌଣସି ଆପ୍ ସହ ଜଡିତ ନଥିଲି’ ।
ଦୁଇ ବର୍ଷ ପୂର୍ବରୁ ସୁଟ ହୋଇଥିବା ଏହି ଫଟୋରେ ଶର୍ଲିନ ବିକିନି ଟପ୍ ଓ ସର୍ଟସ ପିନ୍ଧିଥିବା ନଜର ଆସୁଛନ୍ତି । ଏମିତିରେ ବି ଶାର୍ଲିନ ଗ୍ଲାମରସ, ନ୍ୟୁଡ ଓ ଟପଲେସ ଫଟୋ ଓ ଭିଡିଓ ପାଇଁ ବେଶ ଜଣାଶୁଣା । ହେଲେ ପର୍ଣ୍ଣୋଗ୍ରାଫି କେସରେ ନାଁ ସାମ୍ନାକୁ ଆସିବା ପରେ ସେ ରାଜ୍ କୁନ୍ଦ୍ରାଙ୍କ ବିରୋଧରେ କହିବାକୁ ସଂକୋଚ କରିନଥିଲେ ।
ସେ କ୍ରାଇମବ୍ରାଂଚକୁ ଦେଇଥିବା ଷ୍ଟେଟମେଣ୍ଟ  ରେ କହିଥିଲେ, ‘ରାଜ୍ କୁନ୍ଦ୍ରା ମୋର ମେଣ୍ଟର ଥିଲେ । ସେ ମୋତେ ଏମିତି କହୁଥିଲେ ଯେ, ଯାହା ବି ସୁଟ ହେଉଛି ସେ ସବୁ ଗ୍ଲାମର ସମ୍ବନ୍ଧିତ । ସେ ଆହୁରି ବି ମୋତେ କହିଥିଲେ କି, ଶିଳ୍ପା ସେଟ୍ଟୀଙ୍କୁ ମୋର ଭିଡିଓ ଓ ଫଟୋ ଭଲ ଲାଗୁଛି । ରାଜ କୁନ୍ଦ୍ରା ମୋତେ ବିଶ୍ୱାସ ଦେଇଥିଲେ ଯେ, ନ୍ୟୁଡ ଓ ପର୍ଣ୍ଣ ସାଧାରଣ କଥା । ସମସ୍ତେ ଏମିତି କରୁଛନ୍ତି ଆଉ ମୁଁ ବି କରୁଛି । ରାଜ୍‌ଙ୍କ ସହ ମିଶିବା ପରେ ସେ ଭାବିଥିଲେ ତାଙ୍କ ଭାଗ୍ୟ ବଦଳିଯିବ ଏବଂ ତାଙ୍କୁ ବଡ ବ୍ରେକ ମିଳିବ । ସେ କେବେ ବି ଭାବିନଥିଲେ ଯେ, ଶିଳ୍ପା ସେଟ୍ଟୀଙ୍କ ସ୍ୱାମୀ ତାଙ୍କ ଦ୍ୱାରା ଏମିତି କାମ କରେଇବେ’ ।
ସେ ଆହୁରି ମଧ୍ୟ କହିଛନ୍ତି, ‘ଆର୍ମସପ୍ରାଇମ ସହ ଚୁକ୍ତି  କରିଥିଲି ଓ ଭିଡିଓ ବନାଇବାକୁ ଲାଗିଲି । ଗ୍ଲାମରସ ଭିଡିଓ ଆରମ୍ଭ କରିବା ପରେ ବୋଲ୍ଡ ଭିଡିଓ ବି କଲି । ଆଗକୁ ସେମି ନ୍ୟୁଡ ଓ ତା ପରେ ସଂପୂର୍ଣ୍ଣ ନ୍ୟୁଡ ଭିଡିଓ ବନାଇଲି । ମୋତେ ସବୁବେଳେ କୁହାଯାଉଥିଲା ଯେ, ଏଥିରେ କିଛି ଭୁଲ ନାହିଁ । ସମସ୍ତେ ଏମିତି କରନ୍ତି ଆଉ ମୁଁ ବି କରୁଛି ବୋଲି ସେ କହିଛନ୍ତି । ଶର୍ଲିନ ପୁଣି କଥା ପରିବର୍ତନ କରି କହିଥିଲେ ମୁଁ ରାଜ କୁନ୍ଦ୍ରା କିମ୍ବା ଶିଳ୍ପା ସେଟ୍ଟୀଙ୍କ ବିରୋଧରେ ନାହିଁ, ମୁଁ ପର୍ଣ୍ଣୋଗ୍ରାଫି ର‌୍ୟାକେଟ ବିରୋଧରେ ଅଛି’ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking