26.1 C
Bhubaneswar
Thursday, September 19, 2024
Homeଓଡିଶାଆଇ ଯାଇଥିଲା କ୍ଷେତକୁ, ନାତୁଣୀ ସାଙ୍ଗରେ ଅଜା କରୁଥିଲେ ଗେଲ....

ଆଇ ଯାଇଥିଲା କ୍ଷେତକୁ, ନାତୁଣୀ ସାଙ୍ଗରେ ଅଜା କରୁଥିଲେ ଗେଲ….

ମୟୂରଭଞ୍ଜ: ଅଜା ନାତୁଣୀ ଗେଲ ହେଉଥିଲା ବେଳେ ବାଧକ ସାଜିଲା ତତଲା ପେଜ। ଗେଲ ହେଲା ଭେଲ । ନାତୁଣୀ ଘରେ ରୋଷେଇ କରୁଥିବା ସମୟରେ ଭାତ ହେବାରୁ ଭାତ ହାଣ୍ଡିରୁ ନିଗାଡୁ ଥିଲେ ତତଲା ପେଜ ଅଜା କରୁଥିଲେ ନାତୁଣୀ ସହିତ ଗେଲ ହେଲେ ଅଜା କଣ ଜାଣିଥିଲେ କୋରେଇରେ ଅଛି ତତଲା ପେଜ । ଆଉ ସାମାନ୍ୟ ଅସାବଧାନତା ମଝିରେ ଷଣ୍ଢ ଭଳି ପଶି ଆସି ସୃଷ୍ଟି କରିବ କାଳ। ସେହି ଛୋଟ ଅସାବଧାନତା ଏବେ ଦୁହିଁଙ୍କ ପାଇଁ କାଳ ସାଜିଛି। ଉଭୟ ଘାଇଲା ହୋଇ ଡାକ୍ତରଖାନାରେ ଭର୍ତ୍ତି। ଏଭଳି ଏକ ରୋଚକ ଘଟଣା ଦେଖିବାକୁ ମିଳିଛି ମୟୂରଭଞ୍ଜ ଜିଲ୍ଲାର ସୀମାନ୍ତ ସାରସକୋଣା ବ୍ଲକ ପାକଟିଆ ପଞ୍ଚାୟତ ନାଏକ ସାହିରେ । ଆଇ ବିଲକୁ ଯାଇଥିବା ବେଳେ ଅଜା ନାତୁଣୀକୁ ଖାଇବାକୁ ମାଗୁ ମାଗୁ ଟିକେ ଥଟାମଜା କରୁଥିଲେ। ହେଲେ ପାଖରେ ଥିଲା ଗରମ ପେଜ, ଅଜା ଅନ୍ୟମନସ୍କ ହୋଇଯିବାରୁ ଗରମ ପେଜ ଥିବା ପାତ୍ରରେ ଗୋଡ଼ ବାଜିବାରୁ ଛିଟିକି ଯିବାରୁ ଅଜା ଓ ନାତୁଣୀ ଦୁହିଁଙ୍କ ଉପରେ ପୋଡି ଯାଇଥିଲା ତତଲା ପେଜ । ଫଳରେ ଅଜାଙ୍କ ପିଠି ଓ ଡାହାଣ ହାତଟି ସମ୍ପୂର୍ଣ୍ଣ ଭାବେ ପୋଡିଯିବାରୁ ସଙ୍ଗେ ସଙ୍ଗେ ଶୀର୍ଷା ମେଡିକାଲକୁ ଅଜା ଓ ନାତୁଣୀଙ୍କୁ ଆଣିଥିବା ବେଳେ ସେମାନଙ୍କ ଅବସ୍ଥା ଗୁରୁତର ହେବାରୁ ବାରିପଦା PRM ମେଡ଼ିକାଲ କଲେଜ ଏଣ୍ଡ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି । ବର୍ତ୍ତମାନ ଅଜା ନାତୁଣୀ ଉଭୟ ଚିକିତ୍ସାଧୀନ ରହିଥିବା ଜଣାପଡ଼ିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking