ଭୁବନେଶ୍ୱର: ରାଜଧାନୀରେ ପୁଣି ଏକ ଲଜ୍ଜାଜନକ ଘଟଣା ସାମନାକୁ ଆସିଛି । ଜଣେ ୫ ବର୍ଷର ଶିଶୁ କନ୍ୟାକୁ ଯୌନ ନିର୍ଯାତନା ଦିଆଯାଇଛି । ଏନେଇ ପରିବାର ଲୋକଙ୍କ ଅଭିଯୋଗ ପରେ ପୁଲିସ ଶିଶୁ କନ୍ୟାର ମେଡିକାଲ ଯାଞ୍ଚ କରାଇବା ସହ ବୟାନ ରେକର୍ଡ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରିଛି । ଏଥିସହ ନିର୍ଯାତନା ଦେବା ଘଟଣାରେ ସମ୍ପୃକ୍ତ ଆର୍କୋଲୋଜିକାଲ ସର୍ଭେ ଅଫ୍ ଇଣ୍ଡିଆ(ଏସ୍ଆଇ)ର କର୍ମଚାରୀଙ୍କୁ ପୁଲିସ ଥାନାରେ ଅଟକ ତଦନ୍ତ ଆରମ୍ଭ କରିଛି ।
ଅଭିଯୋଗ ମୁତାବକ ଲିିଙ୍ଗରାଜ ଥାନା ଅଞ୍ଚଳରେ ପରିବାର ସହ ରହୁଥିବା ଶିଶୁଟି ରବିବାର ଅପରାହ୍ଣରେ ଘର ବାରଣ୍ଡାରେ ଖେଳୁଥିବା ସମୟରେ ଅଭିଯୁକ୍ତ ଜଣକ ତାକୁ ଡାକି ଯୌନ ନିର୍ଯାତନା ଦେଇଥିଲେ । ଶିଶୁ କନ୍ୟା ପାଟି କରିବାରୁ ଅଭିଯୁକ୍ତ ସେଠାରୁ ଫେରାର ହୋଇଯାଇଥିଲେ । ଏନେଇ ପରିବାର ଲୋକ ସମସ୍ତ ଘଟଣା ଜାଣିବା ପରେ ଥାନରେ ଅଭିଯୋଗ କରିଥିଲେ । ତେବେ ଅଭିଯୁକ୍ତଙ୍କୁ ଅଟକ ରଖି ପୁଲିସ ତଦନ୍ତ ଚଳାଇଥିବା ଥାନା ଅଧିକାରୀ ଶରତ ଚନ୍ଦ୍ର ପାତ୍ର କହିଛନ୍ତି ।