27.1 C
Bhubaneswar
Monday, January 12, 2026
Homeଦେଶ ବିଦେଶଆମେରିକା-ପାକିସ୍ତାନ ତୈଳ ଚୁକ୍ତିକୁ କଟାକ୍ଷ କଲେ ଶଶି ଥରୁର

ଆମେରିକା-ପାକିସ୍ତାନ ତୈଳ ଚୁକ୍ତିକୁ କଟାକ୍ଷ କଲେ ଶଶି ଥରୁର

ନୂଆଦିଲ୍ଲୀ: କଂଗ୍ରେସ ସାଂସଦ ଶଶି ଥରୁର ଆମେରିକା ଏବଂ ପାକିସ୍ତାନ ମଧ୍ୟରେ ହୋଇଥିବା ଚୁକ୍ତିନାମାକୁ ପରିହାସ କରିଛନ୍ତି । ଆମେରିକାକୁ କଟାକ୍ଷ କରି ସେ କହିଛନ୍ତି ଯେ, ପାକିସ୍ତାନରେ ତୈଳ ଭଣ୍ଡାର ମିଳିବା କଥାକୁ ନେଇ ଆମେରିକା ଦ୍ୱନ୍ଦ୍ୱରେ ଅଛି । ସେପଟେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଭାରତର ଅର୍ଥନୀତିକୁ ‘ମୃତ ଅର୍ଥନୀତି’ ବୋଲି ବର୍ଣ୍ଣନା କରିବା ଏକ ଅତ୍ୟନ୍ତ ଗମ୍ଭୀର ବିଷୟ ବୋଲି ମଧ୍ୟ କହିଛନ୍ତି ଶଶି ଥରୁର । ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ତାଙ୍କ ସୋସିଆଲ ମିଡିଆ ପ୍ଲାଟଫର୍ମ ଟ୍ରୁଥ୍ ସୋସିଆଲରେ ଘୋଷଣା କରିଥିଲେ ଯେ, ଆମେରିକା ପାକିସ୍ତାନ ସହିତ ମିଳିତ ଭାବରେ ଏହାର ବିଶାଳ ତୈଳ ଭଣ୍ଡାର ବିକାଶ କରିବା ପାଇଁ ଏକ ଚୁକ୍ତି ସ୍ୱାକ୍ଷର କରିଛି । ଟ୍ରମ୍ପ ଏହାକୁ ଏକ ପ୍ରମୁଖ ଶକ୍ତି ସହଭାଗୀତା ବୋଲି ମଧ୍ୟ କହିଥିଲେ । ତେବେ ଏହି ସହଭାଗୀତା ପ୍ରାରମ୍ଭିକ ପର୍ଯ୍ୟାୟରେ ଅଛି ଏବଂ ପ୍ରମୁଖ ତୈଳ କମ୍ପାନୀ ଚୟନ କରାଯାଇ ନାହିଁ ବୋଲି କହିଥିଲେ ଟ୍ରମ୍ପ ।

ଅନ୍ୟପକ୍ଷରେ, ସାଂସଦ ଶଶି ଥରୁର ପାକିସ୍ତାନ ଏବଂ ଆମେରିକା ମଧ୍ୟରେ ହୋଇଥିବା ଚୁକ୍ତିନାମା ବିଷୟରେ ମନ୍ତବ୍ୟ ଦେଇଛନ୍ତି । ସେ କହିଛନ୍ତି, ‘ମୁଁ ଭାବୁଛି ପାକିସ୍ତାନରେ ତୈଳ ଭଣ୍ଡାର ଥିବା କଥାକୁ ନେଇ ସେମାନଙ୍କର (ଆମେରିକା) କିଛି ଦ୍ୱନ୍ଦ୍ୱ ଅଛି ଏବଂ ମୁଁ ସେମାନଙ୍କୁ ଶୁଭକାମନା ଜଣାଉଛି । ଆମେ କେବେ ଗୋଟିଏ ଦେଶ ଥିଲୁ ଏବଂ ମୁଁ କେବେ କୌଣସି ରିପୋର୍ଟରେ ଦେଖି ନାହିଁ ଯେ, ପାକିସ୍ତାନରେ କୌଣସି ତୈଳ ଭଣ୍ଡାର ଅଛି । କିନ୍ତୁ ଯଦି ଆମେରିକୀୟମାନେ ସେଠାକୁ ଯାଇ ସନ୍ଧାନ କରିବାକୁ ଚାହାଁନ୍ତି, ତେବେ ସେମାନଙ୍କୁ ଏହା କରିବାକୁ ଦିଆଯିବା ଦରକାର। ନ୍ୟୁଜ୍ ଏଜେନ୍ସି ଏଏନଆଇ ଅନୁସାରେ, କଂଗ୍ରେସ ସାଂସଦ ଶଶି ଥରୁର ଆମେରିକା ରାଷ୍ଟ୍ରପତିଙ୍କ ଦ୍ୱାରା ଭାରତର ଅର୍ଥନୀତିକୁ ମୃତ ଅର୍ଥନୀତି ବୋଲି କହିବାକୁ ବିରୋଧ କରିଛନ୍ତି । ଏହାକୁ ଏକ ଅତ୍ୟନ୍ତ ଗମ୍ଭୀର ବିଷୟ ବୋଲି କହିଛନ୍ତି । ସେ କହିଛନ୍ତି, ‘ରୁଷରୁ ତେଲ ଏବଂ ଗ୍ୟାସ କିଣିବା ପାଇଁ ଆମେରିକା ଆମ ଉପରେ ୨୫ ପ୍ରତିଶତରୁ ଅଧିକ ଜରିମାନା ଲଗାଇଛି । ଯାହା ମୋଟ ୩୫ରୁ ୪୫ ପ୍ରତିଶତ ପର୍ଯ୍ୟନ୍ତ ଯାଇପାରେ । ଏହା ଉପରେ ୧୦୦ ପ୍ରତିଶତ ଜରିମାନା ଲଗାଇବା ବିଷୟରେ ମଧ୍ୟ ଆଲୋଚନା ହେଉଛି । ଏହା ଆମେରିକା ସହିତ ଆମର ବାଣିଜ୍ୟକୁ ସମ୍ପୂର୍ଣ୍ଣ ଭାବରେ ପ୍ରଭାବିତ କରିବ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking