29.1 C
Bhubaneswar
Sunday, May 10, 2026
Homeଓଡିଶାଗିରଫ ହେଲା ଶଙ୍କର ପୃଷ୍ଟି

ଗିରଫ ହେଲା ଶଙ୍କର ପୃଷ୍ଟି

ଭୁବନେଶ୍ୱର: ପୋଲିସ ଏସଆଇ ନିଯୁକ୍ତି ମହାଘୋଟାଲା। ନେପାଳ ସୀମାରୁ ଗିରଫ ହୋଇ ଓଡିଶାରେ ପହଞ୍ଚିଲା ପୋଲିସ ଏସଆଇ ସ୍କାମ୍‌ର ମାଷ୍ଟରମାଇଣ୍ଡ ଶଙ୍କର ପୃଷ୍ଟି । ବିମାନରେ ନୂଆଦିଲ୍ଲୀରୁ ଭୁବନେଶ୍ୱର ଆଣିଲେ କ୍ରାଇମବ୍ରାଞ୍ଚ। ଏୟାରପୋର୍ଟରୁ କଟକ କ୍ରାଇମବ୍ରାଞ୍ଚ ହେଡ୍ ଅଫିସ୍ ଗଲା ଶଙ୍କର । ଗତକାଲି ନେପାଳ ସୀମା ଉତ୍ତରାଖଣ୍ଡ ଅଞ୍ଚଳରୁ ଗିରଫ କରିଥିଲା କ୍ରାଇମବ୍ରାଞ୍ଚ। ପୋଲିସ ଏସଆଇ ସ୍କାମ୍ ଜଣାପଡିବା ପରେ ଆତ୍ମଗୋପନ କରିଥିଲା ଶଙ୍କର ପୃଷ୍ଟି। ଦୁବାଇ ଯିବାକୁ ଯୋଜନା କରିବା ବେଳେ କ୍ରାଇମବ୍ରାଞ୍ଚ ଦ୍ୱାରା ଗିରଫ ହେଲା। ପଞ୍ଚସଫ୍ଟ ଚେକ୍ନୋଲୋଜିର ମାଲିକ ଗଞ୍ଜାମ ଜିଲ୍ଲାର ଶଙ୍କର ପୃଷ୍ଟି। ଏହି ମହାଘୋଟାଲା ମାମଲାରେ ବର୍ତ୍ତମାନ ପର୍ଯ୍ୟନ୍ତ ଶଙ୍କର ପୃଷ୍ଟିକୁ ମିଶାଇ ମୋଟ ୧୦ ଦଲାଲ ଗିରଫ ହୋଇଛନ୍ତି। ଶଙ୍କର ପୃଷ୍ଟିଙ୍କ ପତ୍ନୀ ଦିପ୍ତୀମୟୀ ସାହୁକୁ ମଧ୍ୟ ଗିରଫ କରାଯାଇଛି। ଓଡ଼ିଶା ପୁଲିସ ନିଯୁକ୍ତି ବୋର୍ଡ (ଓପିଆରବି) ଦ୍ବାରା ପ୍ରସ୍ତୁତ ପୁଲିସ ଏସ୍‌ଆଇ କେଳେଙ୍କାରୀ ଘଟଣାରେ କ୍ରାଇମବ୍ରାଞ୍ଚ ବର୍ତ୍ତମାନ ସୁଦ୍ଧା ୧୨୪ ଜଣଙ୍କୁ ଗିରଫ କରିସାରିଲାଣି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking