29.1 C
Bhubaneswar
Saturday, May 9, 2026
Homeଓଡିଶାଏସସିବିରେ ଲଜ୍ୟା : ବହିଷ୍କୃତ ହେଲେ ଡାକ୍ତର

ଏସସିବିରେ ଲଜ୍ୟା : ବହିଷ୍କୃତ ହେଲେ ଡାକ୍ତର

ଭୁବନେଶ୍ୱର : କଟକ ଏସସିବି ମେଡିକାଲରେ ୨ ମହିଳା ରୋଗୀଙ୍କୁ ଜଣେ ଡାକ୍ତର ଚିକିତ୍ସା ବାହାନାରେ ଦୁଷ୍କର୍ମ କରିଥିବା ଅଭିଯୋଗ ହେବା ପରେ ଅଭିଯୁକ୍ତ ଡାକ୍ତର ଦିଲବାଗ ସିଂ ଠାକୁରଙ୍କୁ ଗିରଫ କରାଯାଇଥିବା ବେଳେ ଆଜି ତାଙ୍କୁ ଏସସିବିରୁ ବହିଷ୍କୃତ କରାଯାଇଛି। ଏସସିବି ମେଡିକାଲ କଲେଜ କାଉନ୍ସିଲର ଜରୁରୀ ବୈଠକ ବସିବା ପରେ ଅଭିଯୁକ୍ତ ଡାକ୍ତରଙ୍କୁ ବହିଷ୍କୃତ କରାଯାଇଛି ।ଡିଏମଇଟିଙ୍କ ନେତୃତ୍ୱରେ ତିନି ଜଣିଆ ତଦନ୍ତ କମିଟି ଏହି ଘଟଣାର ତଦନ୍ତ କରି ସରକାରଙ୍କୁ ରିପୋର୍ଟ ପ୍ରଦାନ କରିଥିଲେ । ଏହି ଘଟଣାରେ ତୁରନ୍ତ କାର୍ୟ୍ୟାନୁଷ୍ଠାନ ଗ୍ରହଣ ପାଇଁ ଏସସିବି ଅଧ୍ୟକ୍ଷଙ୍କୁ ଚିଠି କରିଥିଲେ ଡିଏମଇଟି। ଗତକାଲି ମେଡିକାଲ କଲେଜ କାଉନ୍ସିଲର ଜରୁରୀ ବୈଠକ ବସିବା ପରେ ଏହି କାର୍ୟ୍ୟାନୁଷ୍ଠାନ ଗ୍ରହଣ କରାଯାଇଥିବା ଏସସିବି ଅଧ୍ୟକ୍ଷ ପ୍ରଫେସର ଡାକ୍ତର ସୁଧାଂଶୁ ଶେଖର ମିଶ୍ର ସୂଚନା ଦେଇଛନ୍ତି।କିଛି ଦିନ ପୂର୍ବେ ୨ ରୋଗୀ(ମହିଳା) ଏସ୍‌ସିବିର ହୃଦରୋଗ ବିଭାଗକୁ ଯାଇଥିବା ବେଳେ ଡାକ୍ତର ଦିଲବାଗ ସିଂ ଠାକୁର ଇକୋ ବାହାନାରେ ଉଭୟଙ୍କ ସହ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଥିଲା। ପୀଡ଼ିତଙ୍କ ସମ୍ପର୍କୀୟ ( ଏସ୍‌ସିବି ମେଡିକାଲ୍‌ରେ ଅଣ୍ଡର ଗ୍ରାଜୁଏଟ୍‌ ଡାକ୍ତରୀ ପାଠ ପଢ଼ୁଛନ୍ତି) ଏ ସମ୍ପର୍କରେ ଜାଣିପାରି ନିଜ ସାଙ୍ଗଙ୍କ ସମ୍ପୃକ୍ତ ଡାକ୍ତରଙ୍କୁ ପ୍ରବଳ ମାଡ଼ ମାରିଥିବା ଅଭିଯୋଗ ହୋଇଥିଲା। ଏହାପରେ ଦୁଇ ପୀଡ଼ିତଙ୍କ ସମ୍ପର୍କୀୟ ଏନେଇ ପୁରୀଘାଟ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଅଭିଯୋଗକୁ ଭିତ୍ତିକରି କମିଶନରେଟ୍‌ ପୁଲିସ୍‌ ମାମଲା ରୁଜୁ କରି ଡାକ୍ତର ଠାକୁର ଦିଲବାଗ ସିଂଙ୍କୁ ଗିରଫ କରିଥିଲା। ଏହି ଘଟଣାରେ ଏବେ ଡାକ୍ତର ଠାକୁର ଦିଲବାଗ ସିଂଙ୍କୁ ଏସସିବିରୁ ବହିଷ୍କୃତ କରାଯାଇଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking