33.8 C
Bhubaneswar
Tuesday, April 14, 2026
Homeଦେଶ ବିଦେଶକୋଲକାତାରେ ଲଜ୍ୟା : ଆରଜି କର ହସ୍‌ପିଟାଲରେ ଭଙ୍ଗାରୁଜା

କୋଲକାତାରେ ଲଜ୍ୟା : ଆରଜି କର ହସ୍‌ପିଟାଲରେ ଭଙ୍ଗାରୁଜା

କୋଲକାତା : ପଶ୍ଚିମବଙ୍ଗର ରାଜଧାନୀ କୋଲକାତାରେ ମହିଳା ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା ଘଟଣାକୁ ବିରୋଧରେ ହିଂସା ଉଗ୍ରରୂପ ନେଇଛି। ଉତ୍ତେଜିତ ଲୋକେ ଆରଜି କର ଡାକ୍ତରଖାନା ପରିସରକୁ ବଳପୂର୍ବକ ପ୍ରବେଶ କରିଛନ୍ତି। ପ୍ରଦର୍ଶନକାରୀମାନେ ଉତ୍ତେଜନା ସୃଷ୍ଟି କରିବା ସହିତ ଇଟା-ପଥରମାଡ଼ କରିଛନ୍ତି। ଏହି ଲଜ୍ଜାଜନକ ଘଟଣା ନେଇ ତୃଣ ମୂଳ କଂଗ୍ରେସ ଉପରେ ବିଜେପି ଟାର୍ଗେଟ କରିଛି। ବିଜେପି ବିଧାୟକ ସୁଭେନ୍ଦୁ ଅଧିକାରୀ ଓ ମୁଖପାତ୍ର ଶହଜାଦ ପୁନାୱାଲା ସାମାଜିକ ଗଣମାଧ୍ୟମରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ଟାଗେର୍ଟ କରିଛନ୍ତି। ଜଣେ ଟ୍ରେନି ଡାକ୍ତର କହିଛନ୍ତି, ଆମେ ଧାରଣାସ୍ଥଳରୁ ୧୧ଟାରେ ବାହାରିବାର ଥିଲା। କିନ୍ତୁ ବାହାର ଲୋକଙ୍କର ଏକ ବଡ଼ ଗ୍ରୁପ ଥିଲା। ସେମାନେ ଆମକୁ ନ୍ୟାୟ ଦରକାର ବୋଲି ସ୍ଲୋଗାନ ଦେଉଥିଲେ। ସମସ୍ତେ ବୁଝାଇଲା ପରେ ମଧ୍ୟ ସେମାନେ ଶ୍ଲୋଗାନ ଦେବା ଜାରି ରଖିଥିଲେ। ଭିଡ ଉଗ୍ର ହୋଇସାରିଥିଲା। ହସ୍‌ପିଟାଲ ପରିସରରେ ସେମାନେ ପ୍ରବେଶ ପାଇଁ ଉଦ୍ୟମ କରୁଥିଲେ। ଜଣେ ପୁଲିସ କର୍ମୀ କହିଛନ୍ତି, କୌଣସି ପ୍ରକାରରେ ଭିଡରେ ସାମିଲ ଥିବା ଜନତା ପୁଲିସ ଉପରକୁ ଆକ୍ରମଣ କରିଥିଲେ। ଗୋଟିଏ ଇଟା ମୋର ପିଠି ଉପରେ ମାଡ଼ ହୋଇଥିଲା। ଏହି ଘଟଣା‌ ନେଇ ଟିଏମ୍‌ସି ସାଂସଦ ଅଭିଷେକ ବାନାର୍ଜୀ କହିଛନ୍ତି, ଆଜି ରାତି (ବୁଧବାର ରାତି) ଆରଜି କରରେ ଗଣ୍ଡାରାଜ ଓ ବର୍ବରତା ଦେଖିବାକୁ ମିଳିଥିଲା। ଜଣେ ଜନପ୍ରତିନିଧି ହିସାବରେ ମୁଁ କୋଲକାତା ପୁଲିସ କମିସନରଙ୍କ ସହିତ କଥା ହୋଇଛି। ଶାନ୍ତି ପ୍ରତିଷ୍ଠା ନେଇ ସେ ସୁନିଶ୍ଚିତ କରିଛନ୍ତି। କୋଲକାତା ପୁଲିସ କମିଶନର ବିନୀତ ଗୋୟଲ କହିଛନ୍ତି, ଏହି ଘଟଣା ନେଇ ମୁଁ ଆଘାତ ପାଇଛି। ଯାହା ହୋଇଛି, ତାହା ହେବାର ନଥିଲା। ମାମଲା ସିବିଆଇକୁ ହସ୍ତାନ୍ତର କରାଯାଇଛି। ମୋଟିଭେଟେଡ ଅଭିଯାନ ଜାରି ରହିଛି। ଏହା କୋଲକାତା ପାଇଁ ଦୁଃଖଦ ଖବର। ଗତ ଶୁକ୍ରବାର ଦିନ ଏହି ଅଘଟଣ ପରେ ଦିଲ୍ଲୀ, ଉତ୍ତରପ୍ରଦେଶ, ମଧ୍ୟପ୍ରଦେଶ, ଝାଡ଼ଖଣ୍ଡ, ବିହାର, ଉତ୍ତରାଖଣ୍ଡ ଓ ମହାରାଷ୍ଟ୍ର ସମେତ ଅନେକ ରାଜ୍ୟରେ ଆବାସିକ ଡାକ୍ତରମାନେ ଧର୍ମଘଟରେ ବସିଛନ୍ତି। ଫଳରେ ବଡ଼ବଡ଼ ଡାକ୍ତରଖାନାରେ ରୋଗୀ ଅସୁବିଧାର ସମ୍ମୁଖୀନ ହଉଛନ୍ତି। କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ଜେପି ନଡ୍ଡାଙ୍କୁ ଭେଟିବା ପରେ ଫେଡେରେସନ ଅଫ୍ ରେସିଡେଣ୍ଟ ଡକ୍ଟରର୍ସ ଆସୋସିଏସନ (ଫୋର୍ଡା) ଇଣ୍ଡିଆ ଧର୍ମଘଟ ପ୍ରତ୍ୟାହାର କରିଛି। ଅନ୍ୟପକ୍ଷରେ ଫେଡେରେସନ ଅଫ୍ ଅଲ୍ ଇଣ୍ଡିଆ ମେଡିକାଲ୍‌ ଆସୋସିଏସନ୍ (ଏଫ୍ଏଆଇଏମ୍ଏ) ପକ୍ଷରୁ କୁହାଯାଇଛି ଯେ ସେମାନେ ମଧ୍ୟ ଆଜି (ବୁଧବାର) ଧର୍ମଘଟ କରିଥିଲେ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking