27.1 C
Bhubaneswar
Friday, July 5, 2024
Homeଦେଶ ବିଦେଶଯୌନ ନିର୍ଯ୍ୟାତନା ମାମଲା; ନେପାଳୀ ଯୁବକଙ୍କୁ ୧୦ ବର୍ଷ ଜେଲ୍‌, ୩୭୫୦ ଡଲାରର ଅର୍ଥଦଣ୍ଡ

ଯୌନ ନିର୍ଯ୍ୟାତନା ମାମଲା; ନେପାଳୀ ଯୁବକଙ୍କୁ ୧୦ ବର୍ଷ ଜେଲ୍‌, ୩୭୫୦ ଡଲାରର ଅର୍ଥଦଣ୍ଡ

କାଠମାଣ୍ଡୁ:  ଭଗବାନ ବୁଦ୍ଧଙ୍କ ଅବତାର ବୋଲି ବିଶ୍ୱାସ କରାଯାଉଥିବା ରାମ ବାହାଦୁର ବମଜାନ ନାମକ ଜଣେ ନେପାଳୀ ଯୁବକଙ୍କୁ ୧୦ ବର୍ଷ ଜେଲ୍‌ଦଣ୍ଡ ସହ କ୍ଷତିପୂରଣ ବାବଦରେ ୩,୭୫୦ ଆମେରିକୀୟ ଡଲାରର ଅର୍ଥଦଣ୍ଡ ମଧ୍ୟ ମିଳିଛି । ଜଣେ ନାବାଳିକାଙ୍କୁ ଯୌନ ନିର୍ଯାତନା ଦେଇଥିବା ଅଭିଯୋଗରେ ତାଙ୍କୁ ଦୋଷୀ ସାବ୍ୟସ୍ତ କରିବା ପୂର୍ବକ ନେପାଳର ଏକ କୋର୍ଟ ଆଜି ଏହି ଦଣ୍ଡାଦେଶ ଶୁଣାଇଛନ୍ତି । ରିପୋର୍ଟ ଅନୁସାରେ ଜଣେ ନାବାଳିକାଙ୍କୁ ଯୌନ ନିର୍ଯାତନା ଦେବା ଅଭିଯୋଗ ଘଟଣାରେ ଗତ ଜାନୁଆରୀ ମାସରେ କାଠମାଣ୍ଡୁ ଉପକଣ୍ଠରେ ଥିବା ଏକ ଘରୁ ରାମ ବାହାଦୁରଙ୍କୁ ଗିରଫ କରାଯାଇଥିଲା । ପରେ ଏହି ଘଟଣାରେ ବ୍ୟାପକ ତଦନ୍ତ କରାଯିବା ସମୟରେ ରାମ ବାହାଦୁରଙ୍କ ସମ୍ପର୍କରେ ଅନେକ ପ୍ରମାଣ ମିଳିଥିଲା । ତେବେ ଏହି ମାମଲାରେ ଆଜି ରାୟ ସାମ୍ନାକୁ ଆସିଛି । ୧୦ବର୍ଷର ଜେଲ୍‌ଦଣ୍ଡ ସହ କ୍ଷତିପୂରଣ ବାବଦକୁ ପୀଡ଼ିତାଙ୍କୁ ୩,୭୫୦ ଆମେରିକୀୟ ଡଲାର ଦେବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ତେବେ ଏହି ଦଣ୍ଡାଦେଶ ବିରୋଧରେ ସେ ହାଇକୋର୍ଟରେ ଆବେଦନ କରିବେ ବୋଲି ରାମ୍ ବାହାଦୁରଙ୍କ ଓକିଲ ଦିଲ୍ଲୀପ କୁମାର ଝା କହିଛନ୍ତି । ପ୍ରକାଶ, ୨୦୦୫ମସିହାରେ ରାମ ବାହାଦୁର ସେତେବେଳେ ଚର୍ଚ୍ଚାକୁ ଆସିଥିଲେ ଯେତେବେଳେ ଜଣେ ୧୫ବର୍ଷର ବାଳକ ୧୦ ମାସ ଧରି ଜଙ୍ଗଲରେ ଏକ ଗଛ ତଳେ ବସି ତପସ୍ୟା କରୁଛି ବୋଲି ଖବର ପ୍ରସାରିତ ହୋଇଥିଲା । କିଛି ଲୋକ ତାଙ୍କୁ ଗୌତମ ବୁଦ୍ଧଙ୍କ ଅବତାର ବୋଲି କହିବା ଆରମ୍ଭ କଲେ ଏବଂ ତାଙ୍କ ଅନୁଗାମୀ ହୋଇଗଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking