33.1 C
Bhubaneswar
Saturday, October 5, 2024
Homeଖେଳସିନିଅର୍ ମହିଳା ଚାଲେଞ୍ଜର୍ ଟି-୨୦ ଟ୍ରଫି: ପୁନମ୍‌, ଦୀପ୍ତି, ପୂଜା ଓ ସ୍ନେହ ଅଧିନାୟିକା

ସିନିଅର୍ ମହିଳା ଚାଲେଞ୍ଜର୍ ଟି-୨୦ ଟ୍ରଫି: ପୁନମ୍‌, ଦୀପ୍ତି, ପୂଜା ଓ ସ୍ନେହ ଅଧିନାୟିକା

ନୂଆଦିଲ୍ଲୀ : ଆସନ୍ତା ୨୦ ତାରିଖଠାରୁ ରାୟପୁରଠାରେ ଆରମ୍ଭ ହେଉଥିବା ସିନିଅର୍ ମହିଳା ଚାଲେଞ୍ଜର୍ ଟି-୨୦ ଟ୍ରଫି ପାଇଁ ଗୁରୁବାର ବିସିସିଆଇ ପକ୍ଷରୁ ପୁନମ୍ ଯାଦବ, ଦୀପ୍ତି ଶର୍ମା, ପୂଜା ବସ୍ତ୍ରାକାର ଓ ସ୍ନେହ ରାଣାଙ୍କୁ ଅଧିନାୟିକା ଘୋଷଣା କରାଯାଇଛି । ଏହି ଟୁର୍ଣ୍ଣାମେଣ୍ଟ୍‌ର ପ୍ରଦର୍ଶନ ଭିତ୍ତିରେ ଖେଳାଳିମାନେ ଆସନ୍ତା ମାସରେ ହେବାକୁ ଥିବା ଅଷ୍ଟ୍ରେଲିଆ ବିପକ୍ଷ ଘରୋଇ ସିରିଜ୍ ପାଇଁ ଦଳରେ ସାମିଲ୍ ହେବାର ସୁଯୋଗ ପାଇବେ । ସେହିପରି ଖେଳାଳିମାନେ ମଧ୍ୟ ଆସନ୍ତା ବର୍ଷ ମାର୍ଚ୍ଚରେ ହେବାକୁ ଥିବା ପ୍ରଥମ ମହିଳା ଆଇପିଏଲ୍ ପାଇଁ ଅଭ୍ୟାସ କରିପାରିବେ । ଚାଲେଞ୍ଜର୍ ଟ୍ରଫିର ସମସ୍ତ ମ୍ୟାଚ୍ ରାୟପୁରର ସହିଦ ବୀର୍ ନାରାୟଣ ସିଂହ ଅନ୍ତର୍ଜାତୀୟ ଷ୍ଟାଡିୟମ୍‌ରେ ଖେଳାଯିବ । ଟୁର୍ଣ୍ଣାମେଣ୍ଟ୍‌ର ଫାଇନାଲ୍ ମୁକାବିଲା ଆସନ୍ତା ୨୬ରେ ଅନୁଷ୍ଠିତ ହେବ । ପୁନମ୍‌ଙ୍କୁ ଇଣ୍ଡିଆ-ଏ’ର ଅଧିନାୟିକା ଦାୟିତ୍ୱ ଦିଆଯାଇଥିବା ବେଳେ ଦୀପ୍ତିଙ୍କୁ ଇଣ୍ଡିଆ-ବି’, ପୂଜାଙ୍କୁ ଇଣ୍ଡିଆ-ସି’ ଓ ସ୍ନେହଙ୍କୁ ଇଣ୍ଡିଆ-ଡି’ ଦଳର ଅଧିନାୟିକା ଦାୟିତ୍ୱ ଦିଆଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking