30.1 C
Bhubaneswar
Monday, May 20, 2024
Homeଓଡିଶା୫ କେଜିର ଗଞ୍ଜେଇ ଜବତ : ୧ ଗିରଫ

୫ କେଜିର ଗଞ୍ଜେଇ ଜବତ : ୧ ଗିରଫ

ବରଗଡ଼ : ବରଗଡ଼ରୁ ମଧ୍ୟପ୍ରଦେଶକୁ ବେଆଇନ ଗଞ୍ଜେଇ ଚାଲାଣ କରୁଥିଲା ଯୁବକ । ଏ ସମ୍ପର୍କରେ ଟିଟିଲାଗଡ଼ ରେଲୱେ ପୁଲିସ ଖବର ପାଇଥିଲା । ଟ୍ରେନଟି ଟିଟିଲାଗଡ଼ ଷ୍ଟେସନ ପହଞ୍ଚିବା ପୂର୍ବରୁ ରେଲୱେ ପୁଲିସ ଗଞ୍ଜେଇ ମାଫିଆକୁ ମାଡ଼ିବସିଥିଲା । ଗିରଫ ଗଞ୍ଜେଇ ମାଫିଆ ଜଣଙ୍କ ମଧ୍ୟପ୍ରଦେଶର ହର୍ଷିତ ଜେନା ବୋଲି ଜଣାପଡ଼ିଛି । ଗଞ୍ଜେଇ ମାଫିଆଙ୍କୁ ଧରିବା ପାଇଁ ରେଲୱେ ପୁଲିସ ଅଧିକାରୀ ବିନୟ କୁମାର ଭୋଇଙ୍କ ନେତୃତ୍ୱରେ ଏକ ଟିମ୍‌ ଗଠନ କରାଯାଇଥିଲା। ଗିରଫ ବ୍ୟକ୍ତିଙ୍କ ଠାରୁ ୫ କେଜିର ଗଞ୍ଜେଇ ଜବତ ହୋଇଛି। ଯାହାର ବଜାରର ଆନୁମାନିକ ମୂଲ୍ୟ ପ୍ରାୟ ୫୧ ହଜାର ଟଙ୍କା ହେବ। ସଂପୃକ୍ତ ଯୁବକକୁ ରେଲୱେ ପୁଲିସ ଗିରଫ କରିବା ସହ କୋର୍ଟ ଚାଲାଣ କରିଛି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking