30.1 C
Bhubaneswar
Monday, May 20, 2024
Homeଓଡିଶାମା’ର ଚିତାଭଷ୍ମକୁ ଦେଖି ଛାତି ଫଟେଇ କାନ୍ଦୁଛି ଝିଅ....

ମା’ର ଚିତାଭଷ୍ମକୁ ଦେଖି ଛାତି ଫଟେଇ କାନ୍ଦୁଛି ଝିଅ….

କେନ୍ଦୁଝର : ମା’ର ଚିତାଭଷ୍ମକୁ ଦେଖି ଛାତି ଫଟେଇ କାନ୍ଦୁଛି ଝିଅ । ପର କରି କେଉଁଆଡେ ଚାଲିଗଲା ବୋଲି ବାହୁନି ହେଉଛି । ଯେତେ ଚେଷ୍ଟାକଲେ ବି ନିଜକୁ ନିୟନ୍ତ୍ରଣ କରିପାରୁନି । ଶେଷରେ ମାଆକୁ ବୁଝେଇ ସୁଝେଇ ଘରକୁ ଫେରାଇ ନେଉଛି ଝିଅ । ନିଜେ ଅଭାବ ଅସୁବିଧାରେ ଚଳୁଥିଲେ ବି ନିଜ ୮୦ ବର୍ଷର ବୁଢ଼ୀ ମାଆକୁ ମଲାଯାଏଁ ନିଜ ପାଖରେ ରଖିଥିବା ମହିଳା ଜଣକ ହେଉଛନ୍ତି କେନ୍ଦୁଝର ଜିଲ୍ଲା ତେଲକୋଇ ବ୍ଲକ୍ ସଲେଇକେନା ଗାଁର ନିରାଶ ନାଏକ । ଗତକାଲି ନିଜ ମାଆ ଅପୂର୍ବ ନାଏକଙ୍କର ମୃତ୍ୟୁ ହେବା ପରେ ଭାଇମାନଙ୍କୁ ଖବର ଦେଇଥିଲେ ନିରାଶ । ହେଲେ ତିନିତିନିଟା ଭାଇ ଥାଇ ବି କେହି ଟିକେ ଆସିଲେନି, କି ମାଆକୁ କାନ୍ଧ ବି ଦେଲେନି, ମୁଖାଗ୍ନି ତ ଦୂରର କଥା । ଶେଷରେ ନିରାଶ ହୋଇ କାନ୍ଦି କାନ୍ଦି ଗାଁ ଲୋକଙ୍କ ସହଯୋଗରେ ନିଜ ବାଡି ପଛପଟେ ମାଆ ମୁହଁରେ ନିଆଁଦେଲେ ନିରାଶ ।

ନିରାଶଙ୍କ କହିବା ଅନୁସାରେ ଯୋଡ଼ା ବ୍ଲକ୍ ମରସୁଆଁ ଗାଁରେ ରହୁଥିବା ଭାଇମାନେ ମାଆକୁ ଦିନେକାଳେ ପଚାରୁ ନଥିଲେ । ଖାଇବା ପିଇବାକୁ ଦେବା ତ ଦୂରର କଥା ଏମିତିକି ମାଆକୁ ବାଡିଆ ମରା ବି କରୁଥିଲେ । ସେଇଥିପାଇଁ ନିରାଶ, ମାଆକୁ ଗଲା ୫ ବର୍ଷ ହେଲା ନିଜ ପାଖରେ ରଖିଥିଲେ, ସେବା ଶୁଶ୍ରୁଷା କରୁଥିଲେ । ହେଲେ ଗତକାଲି ମାଆର ମୃତ୍ୟୁ ହେଲା ବୋଲି ଭାଇମାନଙ୍କୁ ଖବର ଦେବାରୁ ଭାଇମାନେ ଆଡ଼ ଆଖିରେ ବି ଚାହିଁଲେନି । ଗାଁର ସରପଞ୍ଚଙ୍କ ଉପସ୍ଥିତିରେ ସ୍ଥାନୀୟ ଲୋକଙ୍କ ସହାୟତାରେ ମାଆର ଶେଷକୃତ୍ୟ ସମ୍ପନ୍ନ କଲା ଝିଅ । ଏ ସଂପର୍କରେ ମୃତ ଅପୂର୍ବ ନାଏକଙ୍କ ସାନପୁଅ କହିଛନ୍ତି ମାଆଙ୍କ ମୃତ୍ୟୁ ଖବର ଶୁଣିବା ପରେ ସେ ଗାଁକୁ ଯିବାକୁ ଚେଷ୍ଟା କରିଥିଲେ । ତେବେ ଗାଡ଼ି ଯୋଗାଡ଼ ହୋଇନପାରିବାରୁ ସେ ଯାଇପାରି ନଥିଲେ । ପୁଅ ହେଉ କି ଝିଅ, ବାପା ମାଆଙ୍କ ଦାୟିତ୍ୱ ଉଭୟଙ୍କର । ଯେଉଁ ବାପା ମା’ ବଢ଼େଇ କୁଢେଇ ପିଲାମାନଙ୍କୁ ମଣିଷ କରନ୍ତି, ସେଇ ପିଲା ଯଦି ବୁଢ଼ା ବୟସରେ ପର କରିବେ ତାହାଲେ ପୁଅ ଜନ୍ମକରି କି ଲାଭ? ହେଲେ ଏଠି ଭାଇ ମାନେ ସିନା ପଚାରିଲେନି, ନିଜ ମାଆକୁ ନିରାଶ କରିନାହାନ୍ତି ନିରାଶ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking