32.1 C
Bhubaneswar
Thursday, June 20, 2024
Homeଓଡିଶା+୨ ଇନ୍‌ଷ୍ଟାଣ୍ଟ ପରୀକ୍ଷା ପାଇଁ ଆଜିଠୁ ଦ୍ୱିତୀୟ ପର୍ଯ୍ୟାୟ ଆବେଦନ ଆରମ୍ଭ

+୨ ଇନ୍‌ଷ୍ଟାଣ୍ଟ ପରୀକ୍ଷା ପାଇଁ ଆଜିଠୁ ଦ୍ୱିତୀୟ ପର୍ଯ୍ୟାୟ ଆବେଦନ ଆରମ୍ଭ

ଭୁବନେଶ୍ୱର : +୨ ଇନ୍‌ଷ୍ଟାଣ୍ଟ ପରୀକ୍ଷା ପାଇଁ ଆଜିଠୁ ଆବେଦନ ଆରମ୍ଭ । ଚଳିତବର୍ଷ ଯୁକ୍ତ୨ କଳା, ବିଜ୍ଞାନ, ବାଣିଜ୍ୟ ଏବଂ ଧନ୍ଦାମୂଳକ ଶିକ୍ଷାର ଇନ୍‌ଷ୍ଟାଣ୍ଟ ପରୀକ୍ଷା ଦ୍ୱିତୀୟ ପର୍ଯ୍ୟାୟ ଆବେଦନ ଆରମ୍ଭ ହେବ । ଯେଉଁ ଛାତ୍ରଛାତ୍ରୀ ଏଗ୍ରିଗେଟ୍‌ ମାର୍କ ରଖି ସମସ୍ତ ବିଷୟରେ ପାସ୍‌ ହୋଇ କେବଳ ଗୋଟିଏ ବିଷୟରେ ଫେଲ୍‌ ହୋଇଥିବେ ସେମାନେ ଇନ୍‌ଷ୍ଟାଣ୍ଟ ପରୀକ୍ଷା ଦେବେ । ସୁସଭନା ଯୋଗ୍ୟ ଯେ, ତେବେ ଆସନ୍ତା ୧୨ ତାରିଖ ତଥା ବୁଧବାର ଦିନ ଏହି ଆବେଦନର ଶେଷ ତାରିଖ ରହିଛି । ଏହାପରେ ୧୩ ତାରିଖ ସୁଦ୍ଧା ଆବେଦନକାରୀ ସେମାନଙ୍କର ଡକ୍ୟୁମେଣ୍ଟ ଅପ୍‌ଲୋଡ୍‌ କରିବେ । ସେହିପରି ଆସନ୍ତା ୨୮ ତାରିଖରେ ପରୀକ୍ଷା ଅନୁଷ୍ଠିତ ହେବାକୁ ଥିବାବେଳେ, ୨୦ ତାରିଖରେ ଆଡମିଟ୍‌ କାର୍ଡ ମିଳିବ । ପରୀକ୍ଷାର ରେଜଲ୍ଟ ଜୁଲାଇ ୧୫ରେ ପ୍ରକାଶ ପାଇବ । ଏନେଇ ସୂଚନା ଦେଇଛି ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ । ଚଳିତବର୍ଷ ପ୍ରାୟ ୧୫ ଶହ ଛାତ୍ରୀଛାତ୍ର ଏହି ପରୀକ୍ଷା ଦେବେ ବୋଲି ଜଣାପଡ଼ିଛି । ଏହି ପରୀକ୍ଷା ପାଇଁ ପ୍ରଥମ ପର୍ଯ୍ୟାୟ ଫର୍ମପୂରଣ ଗତ ୧ ତାରିଖରୁ ଆରମ୍ଭ ହୋଇ ୫ ତାରିଖରେ ଶେଷ ହୋଇଥିଲା ।

 

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking