30.1 C
Bhubaneswar
Wednesday, June 26, 2024
Homeଦେଶ ବିଦେଶଏସ୍‌ସିଆରବି ହାସଲ କଲା ଏନସିଆରବି ଟ୍ରଫି

ଏସ୍‌ସିଆରବି ହାସଲ କଲା ଏନସିଆରବି ଟ୍ରଫି

ଏସ୍‌ସିଆରବି ହାସଲ କଲା ଏନସିଆରବି ଟ୍ରଫି
ନୂଆଦିଲ୍ଲୀ : ଷ୍ଟେଟ୍ କ୍ରାଇମ୍ ରେକର୍ଡ ହାସଲ କଲା ବଡ଼ ସଫଳତା। ଭୋପାଳଠାରେ ଅନୁଷ୍ଠିତ ହୋଇଥିବା ସର୍ବ ଭାରତୀୟ ପୁଲିସ୍ ଡ୍ୟୁଟି ମିଟ୍-୨୦୨୩ ଅବସରରେ ସୂଚନା ପ୍ରଯୁକ୍ତି ବିଦ୍ୟା ମାଧ୍ୟମରେ ପୁଲିସ ବିଭାଗକୁ ସଶକ୍ତ କରିବା ଭଳି ପଦକ୍ଷେପ ଯୋଗୁଁ ଏସ୍ସିଆର୍ବି ଏହି ସମ୍ମାନ ପାଇବାରେ ବିରଳ ସଫଳତା ହାସଲ କରିଛି ।
ଓଡ଼ିଶା ଷ୍ଟେଟ୍ କ୍ରାଇମ୍ ରେକର୍ଡ ବ୍ୟୁରୋ ଦ୍ୱିତୀୟ ଥର ପାଇଁ ଏହି ସମ୍ମାନଜନକ ଜାତୀୟସ୍ତରୀୟ ପୁରସ୍କାର ଗ୍ରହଣ କରିବାକୁ ଯୋଗ୍ୟ ବିବେଚିତ ହୋଇଛି। ଏସ୍ସିଆର୍ବିର ନିର୍ଦ୍ଦେଶକ ବିନୋୟତୋଷ ମିଶ୍ର ପୁଲିସ୍ ଡ୍ୟୁଟି ମିଟ୍ରେ ଯୋଗ ଦେଇ ଏହି ସମ୍ମାନଜନକ ଟ୍ରଫି ଗ୍ରହଣ କରିଛନ୍ତି। ଏସ୍ସିଆର୍ବିର ଏହି ସଫଳତା ନିମନ୍ତେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ଏସ୍ସିଆର୍ବିର ସମସ୍ତ ଟିମ୍ ସଦସ୍ୟଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଛନ୍ତି ।
ସୂଚନାଯୋଗ୍ୟ ଯେ, ଭାରତୀୟ ପୋଲିସ୍ ଫୋର୍ସଙ୍କୁ ଉତ୍ସାହିତ କରିବା ଉଦ୍ଦେଶ୍ୟରେ ପ୍ରତିବର୍ଷ ସର୍ବଭାରତୀୟ ପୋଲିସ୍ ଡ୍ୟୁଟି ମିଟ୍ର ଆୟୋଜନ କରାଯାଇଥାଏ । ଏହି କାର‌୍ୟ୍ୟକ୍ରମରେ ବିଭିନ୍ନ ରାଜ୍ୟ ଓ କେନ୍ଦ୍ର ଶାସିତ ଅଚାଳର ପୁଲିସ୍ ମହାନିର୍ଦ୍ଦେଶକଙ୍କ ସମେତ ବରିଷ୍ଠ ପୋଲିସ୍ ଅଧିକାରୀମାନେ ଯୋଗ ଦେଇଥାନ୍ତି। ଭାରତୀୟ ପୁଲିସ ବାହିନୀ ଦକ୍ଷତା ବୃଦ୍ଧି ଏବଂ ଭାରତୀୟ ନାଗରିକଙ୍କୁ ଉନ୍ନତ ସେବା ଯୋଗାଇବା ଉଦ୍ଦେଶ୍ୟରେ ଏହି ପୁଲିସ ଡ୍ୟୁଟି ମିଟ୍ର ଆୟୋଜନ କରାଯାଇଥାଏ। ଏହି କାର‌୍ୟ୍ୟକ୍ରମରେ କମ୍ପ୍ୟୁଟର ସଚେତନତା, ପ୍ରଯୁକ୍ତି ବିଦ୍ୟା ପ୍ରକଳ୍ପ, ଆପ୍ଲିକେସନ୍ ଏବଂ ଆଇଟି ମଡ୍ୟୁଲ୍ର ବିକାଶ, ଶାରୀରିକ ପ୍ରଶିକ୍ଷଣ, ଅସ୍ତ୍ରଶସ୍ତ୍ର ପରିଚାଳନା ଏବଂ ରଣକୌଶଳ ଅଭ୍ୟାସ ଭଳି ପ୍ରତିଯୋଗିତା ଅନୁଷ୍ଠିତ ହୋଇଥାଏ । ଏହି କାର‌୍ୟ୍ୟକ୍ରମ ପୋଲିସ୍ ବାହିନୀଙ୍କ ମଧ୍ୟରେ ସୌହାର୍ଦ୍ଦ୍ୟ ଏବଂ ଆତ୍ମବିଶ୍ୱାସ ବୃଦ୍ଧି କରିବାରେ ବେଶ୍ ସହାୟକ ହୋଇଥାଏ

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking