19.1 C
Bhubaneswar
Friday, November 22, 2024
Homeଦେଶ ବିଦେଶଦିଲ୍ଲୀରେ ଏସ୍‌ସିଓ ପ୍ରତିରକ୍ଷା ମନ୍ତ୍ରୀଙ୍କ ବୈଠକ; ଭର୍ଚୁଆଲି ସାମିଲ ହେଲେ ପାକ୍ ମନ୍ତ୍ରୀ

ଦିଲ୍ଲୀରେ ଏସ୍‌ସିଓ ପ୍ରତିରକ୍ଷା ମନ୍ତ୍ରୀଙ୍କ ବୈଠକ; ଭର୍ଚୁଆଲି ସାମିଲ ହେଲେ ପାକ୍ ମନ୍ତ୍ରୀ

ନୂଆଦିଲ୍ଲୀ : ସାଂଘାଇ କୋ-ଅପରେସନ୍ ଅର୍ଗାନାଇଜେସନ୍ (ଏସ୍‌ସିଓ) ପ୍ରତିରକ୍ଷା ମନ୍ତ୍ରୀମାନଙ୍କ ବୈଠକ ଶନିବାର ଦିଲ୍ଲୀରେ ଆରମ୍ଭ ହୋଇଛି । ଭାରତୀୟ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଏହାର ଅଧ୍ୟକ୍ଷତା କରୁଛନ୍ତି । ଏହି ଅବସରରେ ପାକିସ୍ତାନକୁ ଛାଡ଼ି ସମସ୍ତ ସଦସ୍ୟ ଦେଶର ପ୍ରତିରକ୍ଷା ମନ୍ତ୍ରୀମାନେ ଉପସ୍ଥିତ ଥିଲେ ।

ଅନ୍ୟପକ୍ଷରେ ପାକିସ୍ତାନ ଏଥିରେ ଭର୍ଚୁଆଲି ସାମିଲ ହୋଇଛି । ନିଜ ପ୍ରାରିମ୍ଭକ ଭାଷଣରେ ରାଜନାଥ ସିଂହ କହିଛନ୍ତି, ଏସ୍‌ସିଓ ଦେଶଗୁଡ଼ିକ ମଧ୍ୟରେ ଶତାବ୍ଦୀ ଶତାବ୍ଦୀ ଧରି ସାଂସ୍କୃତିକ ସମ୍ବନ୍ଧ ରହିଛି । ଆମେ ବସ୍ତୁଠାରୁ ଆରମ୍ଭ କରି ବିଚାର ପର୍ଯ୍ୟନ୍ତ ପରସ୍ପର ମଧ୍ୟରେ ବାଣ୍ଟିଆସିଛେ । ପରିବର୍ତ୍ତନ ସମୟ ସହିତ ଆମେ ଆମ ସମ୍ବନ୍ଧକୁ ମଜଭୁତ କରିବାକୁ ଉଦ୍ୟମ ଚଳାଇଆସିଛେ । ଏସ୍‌ସିଓ ଏକ ଉଦୀୟମାନ ଆଞ୍ଚଳିକ ସଂଗଠନ ଭାବେ ଉଭା ହୋଇଛି । ବୈଠକର ଦିନକୁ ପୂର୍ବରୁ ରାଜନାଥ ସିଂହ ଚୀନ୍ ପ୍ରତିରକ୍ଷା ମନ୍ତ୍ରୀ ଲି ଶାଙ୍ଗ୍‌ଫୁଙ୍କ ସହିତ ଆଲୋଚନା କରିଥିଲେ । ଏହି ଅବସରରେ ସୀମାରେ ଶାନ୍ତିକୁ ନେଇ ରାଜନାଥ କହିଥିଲେ- ବର୍ତ୍ତମାନର ବୁଝାମଣାର ଉଲ୍ଲଂଘନ ଦ୍ୱିପାକ୍ଷିକ ସମ୍ବନ୍ଧର ସମ୍ପୂର୍ଣ୍ଣ ଆଧାରକୁ ଶେଷ କରିଦେଇଛି । ଏଲ୍‌ଏସି ସମ୍ବନ୍ଧିତ ସମସ୍ତ ପ୍ରସଙ୍ଗକୁ ବର୍ତ୍ତମାନର ଦ୍ୱିପାକ୍ଷିକ ବୁଝାମଣା ଅନୁସାରେ ସମାଧାନ କରାଯିବା ଉଚିତ । ରାଜନାଥ ଚୀନ୍ ବ୍ୟତୀତ ଅନ୍ୟ କେତେକ ଦେଶର ପ୍ରତିରକ୍ଷା ମନ୍ତ୍ରୀଙ୍କୁ ମଧ୍ୟ ଭେଟିଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking