ଭୁବନେଶ୍ୱର: ବିଜ୍ଞାନ ଓ କାରଗରୀ ବିଭାଗ ଉଦଭାବନ, ଷ୍ଟାର୍ଟ ଅଫ୍, ବାୟୋ ଟେକ୍ନୋଲୋଜି ଇକୋ ସିଷ୍ଟମର ବିକାଶ କ୍ଷେତ୍ରରେ ବିଜ୍ଞାନ ଓ କାରିଗରୀ ବିଭାଗ ସଫଳ ପଦକ୍ଷେପ ନେଇଛି ବୋଲି ବିଜ୍ଞାନ ଓ କାରିଗରୀ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା କହିଛନ୍ତି । ଆଜି ସନ୍ଧ୍ୟାରେ ଜୟଦେବ ଭବନଠାରେ ବିଭାଗ ଆନୁକୂଲ୍ୟରେ ଓଡ଼ିଶା ବିଜ୍ଞାନ ଏକାଡେମୀ ପକ୍ଷରୁ ବୈଜ୍ଞାନିକ ସମ୍ବର୍ଦ୍ଧନା ଓ ପରୁସ୍କାର ପ୍ରଦାନ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଅଶୋକ ପଣ୍ଡା କହିଥିଲେ ଯେ ଗବେଷଣା ଓ ବିକାଶ, ଶିକ୍ଷକମାନଙ୍କ ତାଲିମ ଏବଂ ଛାତ୍ରଛାତ୍ରୀମାନଙ୍କ ବିଜ୍ଞାନ ଶି୪ା ନିମନ୍ତେ ଅଧଇକ କାର୍ଯ୍ୟକ୍ରମ ହାତକୁ ନେବାକୁ ଓଡ଼ିଶା ବିଜ୍ଞାନ ଏକାଡେମୀ କାର୍ଯ୍ୟ କରିବ । ବିଭାଗର ପ୍ରମୁଖ ଶାସନ ସଚିବ ଚିତ୍ରା ଅରୁମୁଗମ୍ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଏକାଡେମୀ କାର୍ଯ୍ୟକ୍ରମକୁ ପ୍ରଶଂସା କରିବା ସହିତ ପରବର୍ତ୍ତୀ ପର୍ଯ୍ୟାୟରେ ଏକାଡେମୀ ସ୍ୱତନ୍ତ୍ର ଶିକ୍ଷାନୁଷ୍ଠାନର ଛାତ୍ରଛାତ୍ରୀମାନଙ୍କ ସୁବିଧା ପାଇଁ ଅନୁଷ୍ଠାନ ପକ୍ଷରୁ ପ୍ରକାଶିତ ପତ୍ରିକାର ଅଡିଓ ସଂସ୍କରଣ ଜାରି କରିବା ନିମନ୍ତେ ପ୍ରସ୍ତାବ ଦେଇଥିଲେ ।