27.1 C
Bhubaneswar
Saturday, June 22, 2024
Homeଦେଶ ବିଦେଶଖରା ଛୁଟି ପରେ ତାମିଲନାଡୁରେ ଖୋଲିଲା ବିଦ୍ୟାଳୟ

ଖରା ଛୁଟି ପରେ ତାମିଲନାଡୁରେ ଖୋଲିଲା ବିଦ୍ୟାଳୟ

ଚେନ୍ନାଇ : ତାମିଲନାଡୁରେ ଖୋଲିଲା ବିଦ୍ୟାଳୟ । ଗ୍ରୀଷ୍ମ ଅବକାଶ ପରେ ତାମିଲନାଡୁରେ ସୋମବାର ଦିନ ସରକାରୀ, ସରକାରୀ ଅନୁଦାନପ୍ରାପ୍ତ ଓ ଘରୋଇ ବିଦ୍ୟାଳୟଗୁଡ଼ିକ ପୁଣି ଥରେ ଖୋଲିଛି। ଏଥି ସହିତ ବିଦ୍ୟାଳୟରେ ପ୍ରାୟ ଦେଢ଼ ମାସରୁ ଅଧିକ ବ୍ୟବଧାନ ପରେ ପିଲାମାନଙ୍କର ପାଠପଢ଼ା ଆରମ୍ଭ ହୋଇଯାଇଛି। ତାମିଲନାଡୁ ରାଜ୍ୟ ବୋର୍ଡ ସ୍କୁଲ ଖୋଲିବା ନେଇ ଗଣମାଧ୍ୟମକୁ ସୂଚନା ଦେଇଛି। ବଦ୍ୟାଳୟ ଖୋଲିବା ଅବସରରେ ଅନେକ ସ୍କୁଲରେ ପିଲାମାନଙ୍କୁ ଫୁଲତୋଡ଼ା ଦେଇ ସ୍ବାଗତ କରାଯାଇଥିଲା। ପିଲାମାନଙ୍କୁ ଶୁଭେଚ୍ଛା ଜଣାଯାଇଥିଲା। ଶିକ୍ଷା ବିଭାଗ ପକ୍ଷରୁ କୁହାଯାଇଛି ଯେ, ପ୍ରଥମରୁ ନବମ ଶ୍ରେଣୀ ଯାଏଁ ଗତ ଏପ୍ରିଲ ମାସ ୧୯ ତାରିଖ ଠାରୁ ଗ୍ରୀଷ୍ମ ଅବକାଶ ଘୋଷଣା କରାଯାଇଥିଲା। ପୂର୍ବ ଘୋଷଣା ଅନୁସାରେ ତାମିଲନାଡୁରେ ବିଦ୍ୟାଳୟଗୁଡ଼ିକ ଜୁନ୍‌ ୯ ତାରିଖ ଠାରୁ ଖୋଲିବାର ଥିଲା। ଏନେଇ ମେ’ ୩୧ ତାରିଖରେ ଏକ ବିଜ୍ଞପ୍ତି ପ୍ରକାଶ ପାଇଥିଲା। କିନ୍ତୁ ଗ୍ରୀଷ୍ମ ପ୍ରବାହ ଯୋଗୁଁ ଛୁଟିକୁ ୪ ଦିନ ବୃଦ୍ଧି କରିଦିଆଯାଇଥିଲା।

 

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking