ନୂଆଦିଲ୍ଲୀ : ହିଜାବ ବିବାଦ । ଏହି ବିବାଦ ମଧ୍ୟରେ ଆଜିଠୁ ଖୋଲୁଛି କର୍ଣ୍ଣାଟକରେ ସ୍କୁଲ । ତେଣୁ କର୍ଣ୍ଣାଟକର ଉଡୁପି ଜିଲ୍ଲା ପ୍ରଶାସନ ପକ୍ଷରୁ ସ୍କୁଲ ଠାରୁ ୨ ଶହ ମିଟର ପରିସର ଭିତରେ ଲାଗୁ ହୋଇଛି ୧୪୪ ଧାରା । ଆଜି ସକାଳ ୬ଟାରୁ ଫେବୃଆରୀ ୧୯ ତାରିଖ ସନ୍ଧ୍ୟା ୬ଟା ଯାଏଁ ଏହି କଟକଣା ଜାରି ରହିବା ନେଇ ସୂଚନା ରହିଛି । ଏହି ସମୟରେ ସ୍କୁଲ ପରିସରରେ ୫ରୁ ଅଧିକ ଲୋକ ଏକତ୍ର ହୋଇପାରିବେନି ବୋଲି କୁହାଯାଇଛି ।
ଏହା ସହ ସ୍କୁଲ ଆଖପାଖରେ ରାଲି ଓ ବିକ୍ଷୋଭ କରିବାଉପରେ ମଧ୍ୟ କଟକଣା ଲାଗୁ ହୋଇଛି । ସୂଚାନ ଥାଉକି ରାଜ୍ୟରେ ବୁର୍ଖାକୁ ନେଇ ବିବାଦ ଉଠିବାରୁ ସ୍କୁଲ ଓ କେଲ ବନ୍ଦ କରାଯାଇଥିଲା । ଏହି ବିବାଦ ଉପରେ କର୍ଣ୍ଣାଟକ ହାଇକୋର୍ଟ ଶୁଣାଣି କରିବା ଯାଏଁ ସମସ୍ତ ଶିକ୍ଷାନୁଷ୍ଠାନ ଉପରେ ରୋକ କଟକଣା ଲଗାଇଛନ୍ତି । ସେପଟେ ସ୍କୁଲ ଖୋଲିବା ପରେ ମୁଖ୍ୟମନ୍ତ୍ରୀ ବସବରାଜ ବୋମାଇ ସ୍ତୁଲରେ ଶାନ୍ତିର ବତାବରଣ ସହ ପାଠପଢା ହେବ ବୋଲି ଆଶା ରଖିଛନ୍ତି ।