27.1 C
Bhubaneswar
Saturday, December 28, 2024
Homeଓଡିଶାଆଗାମୀ ୩ ଦିନ ଧରି ରାଜ୍ୟରେ ବିକ୍ଷିପ୍ତ ବର୍ଷା

ଆଗାମୀ ୩ ଦିନ ଧରି ରାଜ୍ୟରେ ବିକ୍ଷିପ୍ତ ବର୍ଷା

ଭୁବନେଶ୍ବର : ଆଗାମୀ ୩ ଦିନ ଧରି ରାଜ୍ୟରେ ବିକ୍ଷିପ୍ତ ବର୍ଷା ଜାରି ରହିିବ। ୧୫ ଏବଂ ୧୬ ତାରିଖ ଉପକୂଳ ଓଡ଼ିଶା, ଦକ୍ଷିଣ ଆଭ୍ୟନ୍ତରୀଣ କିଛି ଜିଲ୍ଲା ମୟୂରଭଞ୍ଜ, କେଉଁଝର, ଢେଙ୍କାନାଳରେ ବିଜୁଳି ଘଡଘଡି ଜନିତ ବର୍ଷା ହେବାର ସମ୍ଭାବନା ରହିଛି। ଏହା ସହ ରାଜ୍ୟକୁ ପୁଣି ଫେରିବ ଗ୍ରୀଷ୍ମପ୍ରବାହ। ଏନେଇ ସୂଚନା ଦେଇଛନ୍ତି ପାଣିପାଗ କେନ୍ଦ୍ର ନିର୍ଦ୍ଦେଶିକା ମନୋରମା ମହାନ୍ତି। ସେ କହିଛନ୍ତି, ୧୮ ଏବଂ ୧୯ ତାରିଖରେ କିଛି ସ୍ଥାନରେ ଯେପରିକି ଆଭ୍ୟନ୍ତରୀଣ ଓଡ଼ିଶାର କିଛି ସ୍ଥାନରେ ଗ୍ରୀଷ୍ମପ୍ରବାହ ଦେଖିବାକୁ ମିଳିବ। ୧୮ ତାରିଖରେ ବଲାଙ୍ଗୀର, ବରଗଡ଼, ଝାରସୁଗୁଡ଼ା ,ନୂଆପଡ଼ା ଆଦି ସ୍ଥାନରେ ଗ୍ରୀଷ୍ମପ୍ରବାହ ରହିପାରେ। ୧୯ରେ ଏହି ଜିଲ୍ଲାଗୁଡ଼ିକ ସହ ବୌଦ୍ଧ ଏବଂ ସୋନପୁରରେ ଗ୍ରୀଷ୍ମପ୍ରବାହ ହେବାର ସମ୍ଭାବନା ରହିଛି। ଟୁଇନ୍ ସିଟି କଟକ ଓ ଭୁବନେଶ୍ବରରେ ତାପମାତ୍ରା ୩୭ରୁ ୩୮ ହେବାର ସମ୍ଭାବନା ଥିବା ବେଳେ ଅପରାହ୍ନରେ ବର୍ଷା ହୋଇପାରେ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking