17.1 C
Bhubaneswar
Saturday, January 11, 2025
Homeବିଜିନେସ୍ବଦଳିବ ଏସ୍‌ବିଆଇ କଲ୍ ସେଣ୍ଟର ରୂପରେଖ

ବଦଳିବ ଏସ୍‌ବିଆଇ କଲ୍ ସେଣ୍ଟର ରୂପରେଖ

ମୁମ୍ବାଇ: ଗ୍ରାହକଙ୍କ ସମସ୍ୟାର ସମାଧାନ ପାଇଁ ବିଭିନ୍ନ କମ୍ପାନୀ କଲ୍ ସେଣ୍ଟର ସ୍ଥାପନ କରିଥାନ୍ତି । ଭାରତର ଅଗ୍ରଣୀ ଜାତୀୟକରଣ ବ୍ୟାଙ୍କଭାବେ ମାନ୍ୟତା ପାଇଥିବା ଭାରତୀୟ ଷ୍ଟେଟ୍ ବ୍ୟାଙ୍କ୍ (ଏସ୍‌ବିଆଇ) ଖୁବଶୀଘ୍ର ନିଜର କଲ୍ ସେଣ୍ଟରଗୁଡିକର ରୂପରେଖ ପରିବର୍ତ୍ତନ କରିବାକୁ ଯାଉଛି ବୋଲି ଏସ୍‌ବିଆଇ ଅଧ୍ୟକ୍ଷ ଦିନେଶ ଖାରା ସୂଚନା ଦେଇଛନ୍ତି । ତଦନୁଯାୟୀ ୧୨ଟି ଭାଷାରେ ବ୍ୟାଙ୍କ କାରବାର ସମ୍ପର୍କିତ ୩୦ ପ୍ରକାର ସେବା ଯୋଗାଇବାକୁ ବର୍ତ୍ତମାନ କଲ୍ ସେଣ୍ଟରଗୁଡିକ ୨୪ ଘଣ୍ଟା କାର୍ଯ୍ୟ କରିବ ବୋଲି ସେ କହିଛନ୍ତି ।

ବର୍ତ୍ତମାନ ଏସ୍‌ବିଆଇ କଣ୍ଟାକ୍ଟ ସେଣ୍ଟରଗୁଡିକ ମାସିକ ଗ୍ରାହକଙ୍କ ନିକଟରୁ ଆସୁଥିବା ପ୍ରାୟ୧.୫ କୋଟି କଲ୍‌ର ଉତ୍ତର ଦେଉଛନ୍ତି । ଏଥିମଧ୍ୟରୁ ୪୦ ପ୍ରତିଶତ କଲ୍‌ଗୁଡିକୁ ଆଇଭିଆର (ଇଣ୍ଟରଆକ୍ଟିଭ୍ ଭଏସ୍ ରେସ୍‌ପନ୍ସ) ଜରିଆରେ ସମାଧାନ କରାଯାଉଥିବାବେଳେ ଅବଶିଷ୍ଟ ୬୦ ପ୍ରତିଶତ କଲ୍‌ଗୁଡିକୁ ୪ଟି ଟୋଲଫ୍ରି ହେଲପ୍‌ଲାଇନ ନମ୍ବର ଜରିଆରେ ୩୫୦୦ ଟେଲି-କଲର ପ୍ରତିନିଧି ଆଟେଣ୍ଡ କରୁଛନ୍ତି। ପରିବର୍ତ୍ତିତ ବ୍ୟବସ୍ଥାରେ ଏସ୍‌ବିଆଇ ଗ୍ରାହକମାନେ ନିଜର ବ୍ୟାଙ୍କ ଆକାଉଣ୍ଟ, ଏଟିଏମ୍ କାର୍ଡ, ଚେକ୍‌ବୁକ୍‌, ଜରୁରୀକାଳୀନ ସେବା (ଏଟିଏମ୍ କାର୍ଡ/ଡିଜିଟାଲ ଚ୍ୟାନେଲ ବ୍ଲକିଙ୍ଗ୍‌) ସମେତ ୩୦ ପ୍ରକାର ସୁବିଧା ପାଇପାରିବେ ବୋଲି କୁହାଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking