29.1 C
Bhubaneswar
Monday, November 18, 2024
Homeଦେଶ ବିଦେଶଜେଲରେ ସ୍ୱତନ୍ତ୍ର ସୁବିଧା ମାମଲାରେ ଶଶିକଳାଙ୍କୁ ମିଳିଲା ଜାମିନ

ଜେଲରେ ସ୍ୱତନ୍ତ୍ର ସୁବିଧା ମାମଲାରେ ଶଶିକଳାଙ୍କୁ ମିଳିଲା ଜାମିନ

ବାଙ୍ଗଲୁର୍ : ବାଙ୍ଗାଲୁର୍‌ର ପରପ୍ପାନା ଆଗ୍ରାହାରା କେନ୍ଦ୍ରୀୟ କାରାଗାରରେ ବନ୍ଦୀ ଥିବା ବେଳେ ତାଙ୍କୁ ସ୍ୱତନ୍ତ୍ର ସୁବିଧା ଦିଆଯାଇଥିବା ଅଭିଯୋଗରେ ଭିକେ ଶଶିକଳାଙ୍କୁ ଆଜି ଜାମିନ ପ୍ରଦାନ କରାଯାଇଛି । ଜେଲରେ ବନ୍ଦୀ ଥିବା ସମୟରେ ତାଙ୍କୁ ସ୍ୱତନ୍ତ୍ର ସୁବିଧା ଦିଆଯାଇଥିବା ଅଭିଯୋଗର ଶୁଣାଣି କରି ବାଙ୍ଗାଲୁର୍‌ର ଦୁର୍ନୀତି ନିବାରଣ ବ୍ୟୁରୋ ଅଦାଲତ ଭିକେ ଶଶିକଳା ଏବଂ ତାଙ୍କ ଭାଉଜ ଇଲାଭାରାସିଙ୍କୁ ଜାମିନ ପ୍ରଦାନ କରଛନ୍ତି । ଅଭିଯୋଗ ହୋଇଥିଲା ଯେ ଭିକେ ଶଶିକଳା ବାଙ୍ଗାଲୁର୍‌ର ପରପ୍ପାନା ଆଗ୍ରାହାରା କେନ୍ଦ୍ରୀୟ କାରାଗାରରେ ବନ୍ଦୀ ଥିବା କାଳରେ ଭିଆଇପି ସୁବିଧା ପାଉଥିଲେ ଯେତେବେଳେକି ତାଙ୍କୁ ସର୍ବୋଚ୍ଚ ନ୍ୟାୟାଳୟ ସୁପ୍ରିମ୍‌କୋର୍ଟ ବିପୁଳ ପରିମାଣର ବେଆଇନ ସମ୍ପତ୍ତି ଠୁଳ ମାମଲାରେ ଦୋଷୀ ସାବ୍ୟସ୍ତ କରି କାରାଦଣ୍ଡରେ ଦଣ୍ଡିତ କରିଥିଲେ । ପୂର୍ବତନ ଡିଆଇଜି (କାରାଗାର) ଡି ରୂପା ମଧ୍ୟ ଅଭିଯୋଗ କରିଥିଲେ ଯେ, କାରାଗାର ମଧ୍ୟରେ ସ୍ୱତନ୍ତ୍ର ସୁବିଧା ସୁଯୋଗ ପ୍ରଦାନ ପାଇଁ ଜେଲ ଅଧିକାରୀ ଏବଂ ଶଶିକଳାଙ୍କ ମଧ୍ୟରେ ୨ କୋଟି ଟଙ୍କାର ଲାଞ୍ଚ କାରବାର ହୋଇଥିଲା । ୨୦୧୮ରେ, କର୍ଣ୍ଣାଟକ ସରକାର ଶଶିକଳାଙ୍କୁ କାରାଗାର ମଧ୍ୟରେ ଦିଆଯାଇଥିବା ସ୍ୱତନ୍ତ୍ର ସୁବିଧା ସୁଯୋଗର ତଦନ୍ତ ନିର୍ଦ୍ଦେଶ ଦେଇଥିଲେ । ଏହି ତଦନ୍ତରେ ବାଙ୍ଗାଲୁର୍‌ୁ କେନ୍ଦ୍ରୀୟ କାରାଗାରର ବରିଷ୍ଠ ଅଧିକାରୀଙ୍କ ଭୂମିକାକୁ ତଦନ୍ତ କରିବାକୁ ଚେଷ୍ଟା କରା ଯାଇଥିଲା । ତେବେ ଆଜି ଦୁର୍ନୀତି ନିବାରଣ ବ୍ୟୁରୋ ଅଦାଲତ ଭିକେ ଶଶିକଳା ଏବଂ ତାଙ୍କ ଭାଉଜ ଇଲାଭାରାସିଙ୍କୁ ଏହି ମାମଲାରେ ଜାମିନ ପ୍ରଦାନ କରଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking