ଶିବସେନା ନେତା ତଥା ରାଜ୍ୟସଭା ସାଂସଦ ସଞ୍ଜୟ ରାଉତ ଶୁକ୍ରବାର ଇଡି ଅଫିସ୍ରେ ହାଜର ହୋଇଛନ୍ତି । ଏହି ଅବସରରେ ତାଙ୍କ ସହ ଶତାଧିକ ଶିବସେନା କର୍ମକର୍ତ୍ତା ଇଡି ଅଫିସ୍ ପର୍ଯ୍ୟନ୍ତ ଆସି ସେଠାରେ ସ୍ଳୋଗାନ ଦେଇଥିଲେ । ଆଜି ସକାଳେ ସ୍ୱୟଂ ସଞ୍ଜୟ ରାଉତ ଟ୍ୱିଟ୍କରି ଆଜି ଇଡି ସାମ୍ନାରେ ହାଜରେ ହେବେ ବୋଲି କହିଥିଲେ ।
ଉଲ୍ଲେଖଯୋଗ୍ୟ, ପାତ୍ରା ଚାଲ୍ ଜମି ଘୋଟାଲା ମାମଲାରେ ଇଡି ତାଙ୍କୁ ଜୁନ୍ ୨୯ ତାରିଖରେ ହାଜର ହେବାକୁ ନୋଟିସ୍ ଜାରି କରିବା ସହ ପାତ୍ରା ଚାଲ୍ ଜମି ଘୋଟାଲା ସମ୍ପର୍କିତ ଡକ୍ୟୁମେଣ୍ଟ୍ ଆଣିବାକୁ ମଧ୍ୟ କହିଥିଲା । ତେବେ ଡକ୍ୟୁମେଣ୍ଟ୍ ଦାଖଲ କରିବା ପାଇଁ କମ୍ ସମୟ ମିଳିଥିବାରୁ ଇଡି ଅଫିସ୍ରେ ପହଞ୍ଚି ସଞ୍ଜୟଙ୍କ ଓକିଲ ମହଲତ ମାଗିଥିଲେ । ଏହା ବିଚାରକୁ ନେଇ ଇଡି ଜୁଲାଇ ୧ ତାରିଖକୁ ଦିନ ଧାର୍ଯ୍ୟ କରିଥିଲା । ଏହା ପୂର୍ବରୁ ସୋମବାର ସଞ୍ଜୟ ରାଉତ ଟ୍ୱିଟ୍କରି ଇଡି ନୋଟିସ୍କୁ ଷଡ଼ଯନ୍ତ୍ର ବୋଲି କହିଥିଲେ