27.1 C
Bhubaneswar
Saturday, June 22, 2024
Homeଓଡିଶାସମିତି ସଭ୍ୟ ପ୍ରାର୍ଥୀ ନିଖୋଜ

ସମିତି ସଭ୍ୟ ପ୍ରାର୍ଥୀ ନିଖୋଜ

ଢ଼େଙ୍କାନାଳ : ପୁସିଂ କାର୍ଡ ଛପାଇବାକୁ ଯାଇ ସମିତି ସଭ୍ୟ ପ୍ରାର୍ଥୀ ନିଖୋଜ । ହିନ୍ଦୋଳ ବ୍ଲକ୍ ନୁଆଗାଁ ପଞ୍ଚାୟତର ସମିତି ସଭ୍ୟ ପ୍ରାର୍ଥୀ ସୁବ୍ରତ ବେହେରା ନିଖୋଜ ହୋଇଯାଇଛନ୍ତି । ସେ ନିଖୋଜ ହୋଇଯାଇଥିବା କଥାକୁ ସ୍ପଷ୍ଟ ରୂପ ଦେବାରେ ଲାଗିଛି ତାଙ୍କ ଚପଲ ଓ ବାଇକ୍ । କାରଣ ରାସ୍ତାରୁ ତାଙ୍କର ଚପଲ ଓ ବାଇକ୍ ଠାବ କରାଯାଇଛି ।

ଏନେଇ ପରିବାର ଲୋକ ଅଭିଯୋଗ କରିବା ପରେ କଣ୍ଟାବଣିଆ ପୋଲିସ୍ ତଦନ୍ତ ଆରମ୍ଭ କରିଛି । ମୋବାଇଲ୍ ଟ୍ରାକିଂ ଓ ସନ୍ଧାନୀ କୁକୁର ସହାୟତାରେ ପୋଲିସ୍ ତନାଘନା ଚଳାଇଛି । ଅପହରଣ ମାମଲା ରୁଜୁ କରି ତଦନ୍ତ କରୁଛି ପୋଲିସ୍ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking