30.1 C
Bhubaneswar
Monday, May 20, 2024
Homeଓଡିଶାସମ୍ବଲପୁର ବିଶ୍ୱବିଦ୍ୟାଳୟର ୱେବସାଇଟ ହ୍ୟାକ

ସମ୍ବଲପୁର ବିଶ୍ୱବିଦ୍ୟାଳୟର ୱେବସାଇଟ ହ୍ୟାକ

ସମ୍ବଲପୁର : ସମ୍ବଲପୁର ବିଶ୍ୱବିଦ୍ୟାଳୟର ୱେବସାଇଟ ହ୍ୟାକ । ଏହାକୁ କୌଣସି ପାକିସ୍ତାନ ଲୋକ ହ୍ୟାକ୍‌ କରିଥିବା ସନ୍ଦେହ କରାଯାଉଛି । ବିଶ୍ୱବିଦ୍ୟାଳୟର ୱେବ୍‌ସାଇଟ୍‌ ଗ୍ରୀଏଭାନ୍ସ (ଆପତ୍ତି) ସାଇଟ୍‌ ଉପରେ ହ୍ୟାକ୍‌ଡ ବାଏ ଡେଭିଲ୍‌ କିଲର୍‌ ଏବଂ ଶେଷରେ ଆଣ୍ଡ ଅଲ ପାକିସ୍ତାନୀ ହ୍ୟାକର୍ସ ଲେଖାଥିବା ଦେଖିବାକୁ ମିଳିଛି।

ଏହି ୱେବ୍‌ସାଇଟ୍‌ରେ ବିଶ୍ୱ ବିଦ୍ୟାଳୟର ନୋଟିସ, ଅଧ୍ୟାପକ, ଅଧ୍ୟାପିକା ଓ କର୍ମଚାରୀଙ୍କ ବିଭିନ୍ନ ତଥ୍ୟ ବାର୍ଷିକ ରିପୋର୍ଟ ଅପଲୋଡ୍‌ କରାଯାଏ। ବିଶ୍ୱବିଦ୍ୟାଳୟର ବିଭିନ୍ନ ସ୍ନାତକୋତ୍ତର ବିଭାଗରେ ଏବେ ଛାତ୍ରଛାତ୍ରୀଙ୍କ ନାମଲେଖା ଚାଲିଥିବା ବେଳେ ୱେବ୍‌ସାଇଟ୍‌ ହ୍ୟାକ୍‌ ହୋଇଥିବା ଅଭିଯୋଗ ହୋଇଛି। ଏମିତି ଏକ ଦୁଃସାହସ କିଏ କରିଛି, କାହିଁକି କରିଛି, ଏହା ପଛରେ କିଛି ବିଶେଷ କାରଣ ଅଛିକି ନାହିଁ ସେବାବଦରେ ଜଣାପଡିନାହିଁ | କିନ୍ତୁ ସେନେଇ ଜୋରଦାର ତଦନ୍ତ ଜାରି କରାଯାଇଛି |

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking