16.1 C
Bhubaneswar
Saturday, January 11, 2025
Homeଓଡିଶାଚିକିତ୍ସା ପାଇଁ ଅର୍ଥ ବାଧକ, ପାରାଲିସିସ୍‌ରେ ଛଟପଟ ନୀଳାଞ୍ଚଳ  

ଚିକିତ୍ସା ପାଇଁ ଅର୍ଥ ବାଧକ, ପାରାଲିସିସ୍‌ରେ ଛଟପଟ ନୀଳାଞ୍ଚଳ  

ସମ୍ବଲପୁର : ସୁସ୍ଥ ସବଳ ଥିବା ପିଲାଟି କେବେ ବି ଭାବି ନ ଥିଲା ଦିନେ ସେ ରୋଗରେ ଆକ୍ରାନ୍ତ ହେବେ ବୋଲି ।  ପାଠପଢ଼ି ମଣିଷ ହେବାର ଆଶା ଆଶାରେ ହିଁ ରହିଗଲା ତାଙ୍କର । ଏବେ ଅର୍ଥ ଅଭାବରୁ ଚିକିତ୍ସିତ ହେଉପାରୁନାହାନ୍ତି । ସେ ହେଲେ ସମ୍ବଲପୁର ଜିଲ୍ଲା ନାକଟିଦେଉଳ ବ୍ଲକ୍ ସାହେବି ପଞ୍ଚାୟତ ଝାରବେଡ଼ା ଗ୍ରାମର ନୀଳାଞ୍ଚଳ ପ୍ରଧାନ । ବୟସ ପାଖାପାଖି ୪୦ ହେବ । ମାଆ ତାଙ୍କର ଆରପାରିରେ । ନୀଳାଞ୍ଚଳ ନାକଟିଦେଉଳ କଲେଜରେ ଯୁକ୍ତ ଦୁଇ କଳା ପାଠ୍ୟକ୍ରମ ଶେଷ କରିସାରିଛନ୍ତି । ବାପାଙ୍କର ବହୁତ କମ୍ ଜମି ଥିବାରୁ ଏକ ବେସରକାରୀ ସଂସ୍ଥାରେ କାମ କରୁଥିଲେ । ୨୦୦୯ରେ ତାଙ୍କର ବିବାହ ହେଲା ରେଢାଖୋଲ ବ୍ଲକ୍ ବ୍ରହ୍ମପୁରା ଗ୍ରାମରେ । ପତ୍ନୀ ଏବଂ ୧୧ ବର୍ଷର ପୁଅକୁ ନେଇ ତାଙ୍କର ଛୋଟ ସଂସାର ।

 ୨୦୧୮ ମାର୍ଚ୍ଚ ମାସ ୩ ତାରିଖରେ ସେ ଶ୍ୱଶୁର ଘରକୁ ପତ୍ନୀ ଓ ପୁଅ ସହ ଯାଇଥିଲେ । ଶ୍ୱଶୁର ଘରେ ହଠାତ୍ ସେ ପାରାଲିସିସ୍ ରୋଗରେ ପଡ଼ିଲେ । ତାଙ୍କୁ ସଙ୍ଗେ ସଙ୍ଗେ ବୁର୍ଲା ଡାକ୍ତରଖାନାକୁ ନେଇଗଲେ ଚିକିତ୍ସା ପାଇଁ । ବୁର୍ଲାରେ ୧୦ ଦିନ ରହିବା ପରେ ସେ ନିଜ ଘର ଝାରବେଡ଼ାକୁ ଫେରି ଆସିଲେ । ରୋଗ ଭଲ ହେଲା ନାହିଁ । ଶଯ୍ୟାଶାୟୀ ନୀଳାଞ୍ଚଳ କିଛି ବି କରି ପାରିଲେ ନାହିଁ । ଯାହା କିଛି ଟଙ୍କା ରଖିଥିଲେ ଚିକିତ୍ସାରେ ସବୁ ସରିଗଲା ।  ଭାଇମାନେ ନିଜ ନିଜ ବାଟରେ । ନୀଳାଞ୍ଚଳ ଏବେ ସମ୍ପୂର୍ଣ୍ଣ ଏକଲା । ପାରାଲିସିସ୍ ଯୋଗୁଁ କିଛି ବି କରିପାରିଲେ ନାହିଁ । ପରିବାର ଚଳାଇବା ଭାରି  କଷ୍ଟ ହୋଇପଡିଲା ତାଙ୍କୁ । ପତ୍ନୀ ଓ ୧୦ ବର୍ଷର ପୁଅକୁ ପୋଷିବା ତାଙ୍କୁ ଭାରି କଷ୍ଟକର ହୋଇପଡ଼ିଛି । 

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking