30.1 C
Bhubaneswar
Sunday, June 16, 2024
Homeମନୋରଞ୍ଜନଦି ବୁଲ ଫିଲ୍ମ ପାଇଁ ଲୁକ ବଦଳାଇବାକୁ ନିଷ୍ପତି ନେଲେ ସଲମାନ

ଦି ବୁଲ ଫିଲ୍ମ ପାଇଁ ଲୁକ ବଦଳାଇବାକୁ ନିଷ୍ପତି ନେଲେ ସଲମାନ

ମୁମ୍ବାଇ: ଦି ବୁଲ ଫିଲ୍ମ ପାଇଁ ଲୁକ ବଦଳାଇବାକୁ ନିଷ୍ପତି ନେଲେ ସଲମାନ । ବଲିଉଡର ଲୋକପ୍ରିୟ ଅଭିନେତା ସଲମାନ ଖାଁ ତାଙ୍କର ଆଗାମୀ ଫିଲ୍ମ ପାଇଁ ଜୋରଦାର ପ୍ରସ୍ତୁତି ଆରମ୍ଭ କରି ଦେଇଛନ୍ତି । ଧର୍ମା ପ୍ରଡକ୍ସନର ଦି ବୁଲ ଫିଲ୍ମରେ କରନ ଜୋହର ଓ ସଲମାନଙ୍କ କମ୍ବିନେଶନ ନେଇ ଚର୍ଚ୍ଚା ଜୋର ଧରିଛି । ଏପରିକି ଏଥିପାଇଁ ସଲମାନ ତାଙ୍କ ଲୁକ ବଦଳାଇବା ପାଇଁ ନିଷ୍ପତି ନେଇଛନ୍ତି । ନିଜକୁ ପତଳା କରିବା ପାଇଁ ସେ କଠିନ ପରିଶ୍ରମ କରୁଛନ୍ତି । ଯୋଗ ଓ ସନ୍ତରଣକାରୀଙ୍କ ସହ ମଧ୍ୟ ଅଭ୍ୟାସ କରୁଛନ୍ତି । ଫିଲ୍ମରେ ନିଜର ଅଭିନୟକୁ ଜୀବନ୍ତ କରିବା ପାଇଁ ସଲମାନ ସର୍କିଟ ଟ୍ରେନିଂ ଓ ପାରାମିଲିଟ୍ରି ପ୍ରଶିକ୍ଷଣ ମଧ୍ୟ ନେଉଛନ୍ତି । ଦି ବୁଲକୁ ବିଷ୍ଣୁବର୍ଦ୍ଧନ ନିର୍ଦ୍ଦେଶନା ଦେବେ । ରିପୋର୍ଟ ମୁତାବକ ବ୍ରିଗେଡିୟର ଫାରୁଖ ବୁଲସାରାଙ୍କ ଜୀବନୀ ଉପରେ ଏହି ଫିଲ୍ମ ଆଧାରିତ । ୧୯୯୮ରେ ମାଲଡିଭସରେ ହୋଇଥିବା ଅପରେଶନ କ୍ୟାକଟସରେ ଫାରୁଖ ମୂଖ୍ୟ ଭୂମିକା ଗ୍ରହଣ କରିଥିଲେ । ଦର୍ଶକ ମଧ୍ୟ ସଲମାନଙ୍କ ନୂତନ ଲୁକ ଭିନ୍ନ ଶୈଳୀର ଅଭିନୟ ପାଇଁ ବ୍ୟଗ୍ରତା ସହକାରେ ଅପେକ୍ଷା କରିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking