35.1 C
Bhubaneswar
Sunday, May 19, 2024
Homeମନୋରଞ୍ଜନସଲମାନ୍‌ଙ୍କ ବଡିଗାର୍ଡଙ୍କ ବେତନ ବର୍ଷକୁ ୨ କୋଟି

ସଲମାନ୍‌ଙ୍କ ବଡିଗାର୍ଡଙ୍କ ବେତନ ବର୍ଷକୁ ୨ କୋଟି

ମୁମ୍ବାଇ: ବଲିଉଡ୍‌ର କେତେକ ପ୍ରମୁଖ ଅଭିନେତା ଅଭିନେତ୍ରୀଙ୍କ ବ୍ୟକ୍ତିଗତ ଅଙ୍ଗରକ୍ଷୀ, ବ୍ୟକ୍ତିଗତ ସହାୟକ (ପର୍ସନାଲ ଆସିଷ୍ଟାଣ୍ଟ) କିମ୍ବା ଡ୍ରାଇଭରଙ୍କ ବେତନ ପରିମାଣ ଶୁଣିଲେ ନିଜକୁ ଆଶ୍ଚର୍ଯ୍ୟ ଲାଗିବ । ତେବେ ଏହା ନିରାଟ ସତ । ଲାଇଭ୍ ମିଣ୍ଟ୍‌ରେ ପ୍ରକାଶିତ ରିପୋର୍ଟ ଅନୁଯାୟୀ ସଲମାନ ଖାନ୍‌ଙ୍କ ବ୍ୟକ୍ତିଗତ ଅଙ୍ଗରକ୍ଷୀ ଶେରା ପାରିଶ୍ରମିକ ବାବଦରେ ବର୍ଷକୁ ୨ କୋଟି ଟଙ୍କା ପାଇଥାନ୍ତି ।

ଶେରା ଆଜକୁ ୨୫ ବର୍ଷ ହେଲା ସଲମାନଙ୍କ ସୁରକ୍ଷା ଦାୟିତ୍ୱ ତୁଲାଉଛନ୍ତି । ଦେଶ ବିଦେଶର ଯେକୌଣସି ସ୍ଥାନକୁ ଯାଉଥିଲେ ସଲମାନଙ୍କ ସହ ଶେରାଙ୍କୁ ଦେଖିବାକୁ ମିଳିଥାଏ । ଅକ୍ଷୟ କୁମାରଙ୍କ ଅଙ୍ଗରକ୍ଷୀ ଶ୍ରେୟସ ବର୍ଷକୁ ୧.୨ କୋଟି ବେତନ ପାଉଥିବାବେଳେ ଅମିତାଭ ବଚ୍ଚନଙ୍କ ଅଙ୍ଗରକ୍ଷୀ ଜିତେନ୍ଦ୍ର ସିନ୍ଧେ ୧.୫ କୋଟି ପାଉଛନ୍ତି । ଅମୀର ଖାନ୍‌ଙ୍କ ବଡିଗାର୍ଡ ଯୁବରାଜ ଘୋରପଡେ ବର୍ଷକୁ ୨ କୋଟି ପାଉଥିବାବେଳେ ଶାହରୁଖ ଖାନ୍‌ଙ୍କ ବଡିଗାର୍ଡ ରବି ସିଂହଙ୍କ ବାର୍ଷିକ ପାରିଶ୍ରମିକ ୨.୫ କୋଟି ବୋଲି ରିପୋର୍ଟରୁ ଜଣାପଡିଛି ।

ଶାହରୁଖ୍‌ଙ୍କ ମ୍ୟାନେଜର ପୂଜା ଦାଦଲାନିଙ୍କ ବେତନ ୯ କୋଟି ଟଙ୍କା । ଦେଶର ସବୁଠାରୁ ଧନୀ ବ୍ୟକ୍ତି କୁହାଯାଉଥିବା ମୁକେଶ ଅମ୍ବାନୀଙ୍କ ଡ୍ରାଇଭର ବର୍ଷକୁ ୨୫ରୁ ୩୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ବେତନ ପାଉଛନ୍ତି । ସ୍ୱତନ୍ତ୍ରଭାବେ ତାଲିମପ୍ରାପ୍ତ ଏହି ଡ୍ରାଇଭର ଯେକୌଣସି ରାସ୍ତାରେ ଏସ୍‌ୟୁଭିଠାରୁ ଆରମ୍ଭ କରି ବିଳାସପୂର୍ଣ୍ଣ କାର୍‌କୁ ସୁରକ୍ଷିତଭାବେ ଡ୍ରାଇଭ୍ କରିବାର ଦକ୍ଷତା ରଖିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking