29.1 C
Bhubaneswar
Saturday, July 27, 2024
Homeଅପରାଧସାଙ୍ଗ ସାଜିଲା ସୈତାନ; ସାଙ୍ଗର ପତ୍ନୀଙ୍କୁ ଦୁଷ୍କର୍ମ କଲା, ଶେଷରେ....

ସାଙ୍ଗ ସାଜିଲା ସୈତାନ; ସାଙ୍ଗର ପତ୍ନୀଙ୍କୁ ଦୁଷ୍କର୍ମ କଲା, ଶେଷରେ….

କେନ୍ଦ୍ରାପଡା: ସାଙ୍ଗ ସାଜିଲା ସୈତାନ । ସାଙ୍ଗର ପତ୍ନୀଙ୍କୁ ଦୁଷ୍କର୍ମ କଲା ସାଙ୍ଗ । ଘଟଣାର ୯ ବର୍ଷ ପରେ ଅଭିଯୁକ୍ତଙ୍କକୁ ୧୦ ବର୍ଷ ଜେଲ ଦଣ୍ଡାଦେଶ ହୋଇଛି । ସୋମବାର ଏହି ଘଟଣାର ରାୟ ଶୁଣାଇଥିଲେ କେନ୍ଦ୍ରାପଡା ଫାର୍ଷ୍ଟଟ୍ରାକ କୋର୍ଟ । ଅଭିଯୁକ୍ତ ଜଣଙ୍କ ହେଉଛି ତପନ କୁମାର ସାହୁ । ପୀଡିତା ମହିଳାଙ୍କ ଘର କେନ୍ଦ୍ରାପଡା ପାଟକୁରା ଥାନା ଅଞ୍ଚଳରେ । ତାଙ୍କ ସ୍ୱାମୀ ଭୁବନେଶ୍ୱରରେ ରହି କାମ କରୁଥିବା ବେଳେ ସେଠାରେ ଖୋର୍ଦ୍ଧା ଜିଲ୍ଲା ଓସ୍ତପଡା ଗାଁର ତପନ କୁମାର ସାହୁ ଓରଫ ନିଲୁ ସହ ସମ୍ପର୍କ ସୃଷ୍ଟି ହୋଇଥିଲା । ତେବେ ଉକ୍ତ ବ୍ୟକ୍ତିଙ୍କ ପତ୍ନୀ ଗାଁରେ ରହୁଥିବା ସୁଯୋଗ ନେଇ ବନ୍ଧୁ ପତ୍ନୀଙ୍କ ଉପରେ ଖରାପ ନଜର ପକାଇଥିଲା ତପନ । ଘଟଣା ଦିନ ଅର୍ଥାତ ୨୦୧୪ ମସିହା ଫେବୃଆରୀ ୨୬ ତାରିଖ ଦିନ ରାତିରେ ତପନ ପୀଡିତାଙ୍କ ଘରେ ପହଞ୍ଚି ରାତିରେ ଭୁବନେଶ୍ୱର ଫେରିବା ସମ୍ଭବ ହେଉନଥିବା କହିଥିଲା । ଏଥିସହ ପୀଡିତ ମହିଳାଙ୍କ ଘରେ ରହିବାକୁ ଅନୁରୋଧ କରିଥିଲା । ଏହାପରେ ସ୍ୱାମୀଙ୍କ ବନ୍ଧୁ ଭାବି ପୀଡିତା ଉକ୍ତ ରାତିରେ ତପନଙ୍କୁ ରହିବାର ସୁଯୋଗ ଦେଇଥିଲେ । ଏହାର ସୁଯୋଗ ନେଇ ତପନ କୌଶଳ କରି ପ୍ରଥମେ ପିଇବା ପାଇଁ ପାଣି ମାଗିଥିଲେ ପୀଡିତାଙ୍କୁ ।

ସେ ପାଣି ଆଣିଦେବାକୁ ଯିବା ସମୟରେ ତପନ ପୀଡିତାଙ୍କ ସହ ଘର ଭିତରେ ହିଁ ଦୁଷ୍କର୍ମ କରିଥିଲା । ଏକଥା କାହା ଆଗରେ କହିଲେ ତାଙ୍କୁ ଓ ତାଙ୍କ ସ୍ୱାମୀଙ୍କୁ ଜୀବନରୁ ମାରିଦେବା ପାଇଁ ମଧ୍ୟ ଧମକ ଦେଇଥିଲା ଅଭିଯୁକ୍ତ । ଜୁନ ୧ ୨୦୧୫ ମସିହାରେ ପୀଡିତାଙ୍କ ସ୍ୱାମୀଙ୍କୁ ତପନ ନିଜର କିଛି ସହଯୋଗୀଙ୍କ ମାଧ୍ୟମରେ ହତ୍ୟା କରିବା ଯୋଜନା ବି କରିଥିଲା । ସୌଭାଗ୍ୟବଶତଃ ପୀଡିତାଙ୍କ ସ୍ୱାମୀ ସେଠାରୁ ଖସି ଆସି ସମସ୍ତ କଥା ଜଣାଇବା ପରେ ଉଭୟ ପତିପତ୍ନୀ ପୋଲିସର ଦ୍ୱାରସ୍ତ ହୋଇଥିଲେ । ପୋଲିସ ପୀଡିତାଙ୍କ ଏତଲା ଆଧାରରେ  ମାମଲା ରୁଜୁ କରି ୩୭୬,୫୦୬ ଭଳି ସଙ୍ଗୀନ ଦଫା ଲଗାଇ ଅଭିଯୁକ୍ତ ତପନ ସାହୁକୁ ଗିରଫ କରିଥିଲା । ତେବେ ୧୪ଜଣ ସାକ୍ଷୀଙ୍କ ବୟାନକୁ ଭିତ୍ତି କରି ଫାର୍ଷ୍ଟ ଟ୍ରାକ ବିଚାରପତି ତ୍ରିବିକ୍ରମ କେଶରୀ ଚିନ୍ନାରା ସୋମବାର ଅଭିଯୁକ୍ତ ତପନ ସାହୁକୁ ୧୦ ବର୍ଷ କାରାଦଣ୍ଡ ସହ ୧୦ ହଜାର ଟଙ୍କା ଜୋରିମାନା ଦେବାକୁ ରାୟ ଶୁଣାଇଛନ୍ତି । ଜରିମାନା ଅନାଦେୟ ହେଲେ ଅଧିକ ଏକ ବର୍ଷ ଜେଲ ଦଣ୍ଡାଦେଶ ଭୋଗିବାକୁ ପଡିବ ବୋଲି କୋର୍ଟ କହିଛନ୍ତି । ଉକ୍ତ ମାମଲାକୁ ସରକାରୀ ଓକିଲ ସଞ୍ଜୟ ଜେନା ପରିଚାଳନା କରିଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking