27.1 C
Bhubaneswar
Saturday, June 22, 2024
Homeଦେଶ ବିଦେଶପ୍ରଧାନମନ୍ତ୍ରୀ ମୋଦିଙ୍କ ଯୋଗୁଁ ଦୁଇଥର ରୁଷିଆ-ୟୁକ୍ରେନ ଯୁଦ୍ଧ ବନ୍ଦ ହୋଇଛି : ଜୟଶଙ୍କର

ପ୍ରଧାନମନ୍ତ୍ରୀ ମୋଦିଙ୍କ ଯୋଗୁଁ ଦୁଇଥର ରୁଷିଆ-ୟୁକ୍ରେନ ଯୁଦ୍ଧ ବନ୍ଦ ହୋଇଛି : ଜୟଶଙ୍କର

ନୂଆଦିଲ୍ଲୀ : ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କର ଏକ ସାକ୍ଷାତକାରରେ ଜି -୨୦ , ରୁଷିଆ-ୟୁକ୍ରେନ ଯୁଦ୍ଧ ଏବଂ ଜାତୀୟ ରାଜନୀତି ସମ୍ବନ୍ଧୀୟ ପ୍ରଶ୍ନର ଉତ୍ତର ଦେଇଛନ୍ତି। ପ୍ରଧାନମନ୍ତ୍ରୀ ମୋଦୀ ରୁଷିଆ-ୟୁକ୍ରେନ ଯୁଦ୍ଧକୁ ଥରେ ନୁହେଁ ଦୁଇଥର ବନ୍ଦ କରିଥିଲେ ବୋଲି ସେ କହିଛନ୍ତି। ପ୍ରଥମ ଥର ପାଇଁ ୟୁକ୍ରେନ ଏବଂ ରୁଷିଆ ମଧ୍ୟରେ ଯୁଦ୍ଧକୁ ରୋକିବାରେ ଭାରତ ଭଳି ଦେଶ ସଫଳ ହୋଇଛି। ୟୁକ୍ରେନରେ ଫସି ରହିଥିବା ଭାରତୀୟଙ୍କୁ ଫେରାଇ ଆଣିବା ପାଇଁ ସରକାର ସମସ୍ତ ଉଦ୍ୟମ କରିଥିଲେ। ମୁଁ ଏହାର ସାକ୍ଷୀ ରହିଛି। ମୁଁ ଏହାର ତାରିଖ କହିପାରେ । ମୁଁ ସମୟ ମଧ୍ୟ ଦେଇପାରେ। ଯୁଦ୍ଧ କିପରି ଏବଂ କାହା ପାଇଁ ବନ୍ଦ ହେଲା ମୁଁ ଆପଣଙ୍କୁ କହିପାରେ । ସେ ଆହୁରି ମଧ୍ୟ ପ୍ରକାଶ କରିଛନ୍ତି, ‘ଆମେ ଏଭଳି କାର୍ଯ୍ୟ ଥରେ ନୁହେଁ ଦୁଇଥର କରିଛୁ। ମାର୍ଚ୍ଚ ୫ ରେ ଖାର୍କିଭରେ ପ୍ରଥମ ଯୁଦ୍ଧ ବନ୍ଦ ହୋଇଯାଇଥିଲା ଯେତେବେଳେ ଆମର ଛାତ୍ରଛାତ୍ରୀମାନେ ୟୁକ୍ରେନର ନିକଟତମ ସୁରକ୍ଷିତ ସ୍ଥାନକୁ ଯାଉଥିଲେ ଏବଂ ସେଠାରେ ପ୍ରବଳ ଗୁଳି ବିନିମୟ ହେଉଥିଲା। ଆମର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସହିତ ଫୋନରେ କଥାବାର୍ତ୍ତା କରି ଆମ ଛାତ୍ରଛାତ୍ରୀମାନଙ୍କ ପାଇଁ ରାସ୍ତା ତିଆରି କରିବାକୁ କହିଥିଲେ। ପ୍ରଧାନମନ୍ତ୍ରୀଙ୍କ ଅନୁରୋଧ କ୍ରମେ ରୁଷିଆ ସେନା ଗୁଳି ଚାଳନା କରିବା ବନ୍ଦ କରି ଦେଇଥିଲା ଏବଂ ଆମ ଲୋକମାନେ ନିରାପଦରେ ନିଜ ଦେଶକୁ ଫେରି ଆସିଥିଲେ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking