18.1 C
Bhubaneswar
Tuesday, November 26, 2024
Homeଋଷିଆ-ୟୁକ୍ରେନ୍ ଯୁଦ୍ଧ୬ଷ୍ଠ ଦିନରେ ରୁଷ୍‌-ୟୁକ୍ରେନ୍ ଯୁଦ୍ଧ: ଓଖ୍‌ତ୍ରାଇକାରେ ୭୦ ୟୁକ୍ରେନ୍ ସୈନ୍ୟ ମୃତ

୬ଷ୍ଠ ଦିନରେ ରୁଷ୍‌-ୟୁକ୍ରେନ୍ ଯୁଦ୍ଧ: ଓଖ୍‌ତ୍ରାଇକାରେ ୭୦ ୟୁକ୍ରେନ୍ ସୈନ୍ୟ ମୃତ

କିଏଭ:  ରୁଷ୍ ଓ ୟୁକ୍ରେନ୍ ମଧ୍ୟରେ ଲାଗିଥିବା ଯୁଦ୍ଧ ଇତିମଧ୍ୟରେ ଷଷ୍ଠ ଦିନରେ ପହଞ୍ଚିଛି । ରୁଷ୍ ଯୁଦ୍ଧବିମାନଗୁଡିକ ମଙ୍ଗଳବାର ଓଖ୍‌ତ୍ରାଇକା ସହର ଉପରେ ପ୍ରବଳ ବୋମା ଓ କ୍ଷେପଣାସ୍ତ୍ର ମାଡ କରିବା ଫଳରେ ୟୁକ୍ରେନ୍‌ର ୭୦ରୁ ଅଧିକ ସୈନ୍ୟ  ପ୍ରାଣ ହରାଇଥିବା ଜଣାପଡିଛି । ଏହାବ୍ୟତୀତ ଆକ୍ରମଣରେ ଶତାଧିକ ୟୁକ୍ରେନ୍‌ବାସୀ ଆହତ ହୋଇ ବିଭିନ୍ନ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି । ଅପରପକ୍ଷରେ ୟୁକ୍ରେନ୍‌ର ଦ୍ୱିତୀୟ ବୃହତ୍ତମ ସହର ଖାର୍କିଭ୍ ଉପରେ ମଙ୍ଗଳବାର ରକେଟ୍ ମାଡ କରାଯାଇଥିବାବେଳେ ୧୦ ଜଣ ପ୍ରାଣ ହରାଇଥିବା ଏବଂ ୩୫ ଜଣ ଆହତ ହୋଇଥିବା ଜଣାପଡିଛି । ଧ୍ୱଂସସ୍ତୂପ ତଳୁ ଉଦ୍ଧାର କାର୍ଯ୍ୟ ଜାରି ରହିଥିବାରୁ ମୃତକଙ୍କ ସଂଖ୍ୟା ଆହୁରି ବୃଦ୍ଧି ପାଇପାରେ ବୋଲି ୟୁକ୍ରେନ୍‌ର ସ୍ୱରାଷ୍ଟ୍ର ମନ୍ତ୍ରଣାଳୟର ପରାମର୍ଶଦାତା ଆଣ୍ଟୋନ୍ ହେରାସ୍‌ଚେଙ୍କୋ ସୂଚନା ଦେଇଛନ୍ତି । ରାଜଧାନୀ କିଏଭ୍ ଓ ଖାର୍କିଭ୍‌ର ମଧ୍ୟସ୍ଥଳରେ ଓଖ୍‌ତ୍ରାଇକା ସହର ଅବସ୍ଥିତ । ରୁଷ୍‌ର ପ୍ରଥମ ଟାର୍ଗେଟ ରାଜଧାନୀ କିଏଭ୍ ହୋଇଥିଲେ ସୁଦ୍ଧା ୟୁକ୍ରେନ୍‌ର ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ସହର ଉପରେ ମଧ୍ୟ ଆକ୍ରମଣ ଜାରି ରହିଛି । ଏଗୁଡିକ ମଧ୍ୟରେ ଖାର୍କିଭ୍‌, ମାରିୟୁପୋଲ, ବେର୍ଡିଆନ୍‌ସ୍କ ଓ ଖେରସନ୍ ଅନ୍ୟତମ । ମଙ୍ଗଳବାର ସନ୍ଧ୍ୟାରେ ରୁଷ୍ ପକ୍ଷରୁ ଖାର୍କିଭ୍ ସହରର କେତେକ ସ୍ଥାନରେ ବୋମାମାଡ ହେବାରୁ ଆଉ ୮ ଜଣ ପ୍ରାଣ ହରାଇଥିବା ଜଣାପଡିଛି । ୟୁକ୍ରେନ୍ ରାଷ୍ଟ୍ରପତି ଭୋଲଡୋମୀର ଜେଲେନ୍‌ସ୍କି ଇତିମଧ୍ୟରେ ସହାୟତାର ହାତ ବଢାଇବାକୁ ୟୁରୋପୀୟ ସଂଘକୁ ଅନୁରୋଧ କରିଛନ୍ତି । ଅପରପକ୍ଷରେ ରୁଷ୍ ଓ ୟୁକ୍ରେନ୍ ମଧ୍ୟରେ ସୋମବାର ବେଲାରୁଷ୍‌ରେ ହୋଇଥିବା ପ୍ରଥମ ରାଉଣ୍ଡ ଆଲୋଚନାର କୌଣସି ନିଷ୍କର୍ଷ ବାହାରିନଥିବାବେଳେ ଆସନ୍ତାକାଲି ଅର୍ଥାତ୍ ବୁଧବାର ଦ୍ୱିତୀୟ ରାଉଣ୍ଡ ଆଲୋଚନା କରାଯିବ ବୋଲି ଜଣାପଡିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking