ମସ୍କୋ : ରୁଷ୍ ଆଗାମୀ ଦିନରେ ଇସ୍ରାଏଲର ଜେରୁଜେଲମ ସହରରେ ଏକ ବାଣିଜ୍ୟିକ ଦୂତାବାସ ଖୋଲିବ ବୋଲି ଘୋଷଣା କରିଛି । ଏଥିପାଇଁ ରୁଷ୍ ପକ୍ଷରୁ ଇସ୍ରାଏଲ ବିଦେଶ ମନ୍ତ୍ରଣାଳୟ ସହ ଏକ ରାଜିନାମା ସ୍ୱାକ୍ଷରିତ ହୋଇଛି । ସୂଚନାଯୋଗ୍ୟ ୧୮୮୫ରେ ରୁଷ୍ ସରକାର ଜେରୁଜେଲମରେ ଏକ ଜମି କିଣିଥିଲେ ।
ଉକ୍ତ ଜମିରେ ନୂତନ ଦୂତାବାସ ନିର୍ମାଣ କରାଯିବ । ତେବେ ଖ୍ରିଷ୍ଟିଆନ, ମୁସଲମାନ ଓ ୟେହୁଦିଙ୍କ ଧର୍ମସ୍ଥଳୀଭାବେ ପରିଚିତ ଜେରୁଜେଲମକୁ ନେଇ ଇସ୍ରାଏଲ ଓ ପାଲେଷ୍ଟାଇନ ମଧ୍ୟରେ ଦୀର୍ଘଦିନରୁ ବିବାଦ ଲାଗିରହିଛି । ଜେରୁଜେଲମ ଉପରେ ଇସ୍ରାଏଲର ଆଧିପତ୍ୟକୁ ବିଶ୍ୱର ଅଧିକାଂଶ ରାଷ୍ଟ୍ର ସମର୍ଥନ କରୁନାହାନ୍ତି । ଇସ୍ରାଏଲର ତେଲ୍ଆଭିଭ୍ ସହରରେ ସବୁ ରାଷ୍ଟ୍ରର ଦୂତାବାସ କାର୍ଯ୍ୟ କରୁଛି ।