19.1 C
Bhubaneswar
Monday, November 18, 2024
Homeଋଷିଆ-ୟୁକ୍ରେନ୍ ଯୁଦ୍ଧନିଷ୍ଠୁର ହେଉଛି ଋଷ ସେନା, ପ୍ରସୂତି ହସ୍ପିଟାଲ ପରେ ସ୍କୁଲ କୋଠାରେ ବୋମା ବର୍ଷା

ନିଷ୍ଠୁର ହେଉଛି ଋଷ ସେନା, ପ୍ରସୂତି ହସ୍ପିଟାଲ ପରେ ସ୍କୁଲ କୋଠାରେ ବୋମା ବର୍ଷା

ନୂଆଦିଲ୍ଲୀ : ଦିନକୁ ଦିନ ନିଷ୍ଠୁର ହେଉଛି ଋଷ ସେନା । ଖାଲି ନିଷ୍ଠୁର ନୁହେଁ ନିର୍ଦୟ ମଧ୍ୟ ଋଷ ସେନା । ଏମିତିକି ମାନବିକତା ବି ହରାଇସାରିଲେଣି ଋଷ ସୈନ୍ୟ । ଗତକାଲି ଏକ ପ୍ରସୂତି ହସ୍ପିଟାଲରେ ବୋମା ମାଡ଼ କରି ନିଷ୍ଠୁରତାର ପରିଚୟ ଦେଇଥିବା ବେଳେ ଆଜି ଆଉ ଏକ ତଥ୍ୟ ଋଷ ସେନାର ଅମାନବୀୟ କାଣ୍ଡକୁ ବଖାଣୁଛି । ସୂଚନା ଅନୁଯାୟୀ, ରୁଷୀୟ ସୈନ୍ୟଙ୍କ ଦ୍ୱାରା ୟୁକ୍ରେନର ୨୮୦ଟି ଶିକ୍ଷାନୁଷ୍ଠାନ ଧ୍ୱଂସ କରାଯାଇଛି । ଏନେଇ ୟୁକ୍ରେନ ପକ୍ଷରୁ କୁହଯାଇଛି । ସୈନ୍ୟଙ୍କ ଅପେକ୍ଷା ଅଧିକ ସାଧାରଣ ନାଗରିକଙ୍କ ମୃତ୍ୟୁ ହୋଇଥିବା ମଧ୍ୟ କହିଛି ୟୁକ୍ରେନ । ତେବେ ଏଭଳି କାର୍ଯ୍ୟାନୁଷ୍ଠାନ ଋଷ ସେନାର ଅମାନବୀୟ ଓ ନିଷ୍ଠୁରପଣକୁ ସ୍ପଷ୍ଟ କରୁଛି କହିଲେ ଅତ୍ୟୁକ୍ତି ହେବ ନାହିଁ । ଦକ୍ଷିଣ ୟୁକ୍ରେନୀୟ ସହର ମାରିଓପୋଲର ଏକ ମ୍ୟାଟର୍ନିଟି ବା ପ୍ରସୂତି ହସ୍ପିଟାଲରେ ଋଷ ସେନା ଏୟାରଷ୍ଟ୍ରାଇକ୍ କରିଛି । ଏହାପରେ ଖିନ୍‌ଭିନ୍ ହୋଇଯାଇଛି ହସ୍ପିଟାଲ କୋଠା । ଚୁରମାର ହୋଇଯାଇଛି ହସ୍ପିଟାଲ ଆସବାବପତ୍ର । ଆକ୍ରମଣରେ ଜଣେ ଶିଶୁ ସମେତ ୩ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ, ୧୭ ଜଣ ଆହତ ହୋଇଛନ୍ତି । ବହୁ ଶିଶୁ, ମହିଳା, ଡାକ୍ତର ଓ କର୍ମଚାରୀ ଧ୍ୱଂସାବଶେଷ ତଳେ ଏବେବି ପୋତି ହୋଇ ରହିଥିବା ଆଶଙ୍କା କରାଯାଉଛି । କେବଳ ମାରିଉପୋଲ୍ ନୁହେଁ, କିଭ୍‌?ର ପଶ୍ଚିମ ପଟେ ଥିବା ଝାଇତୋମିର୍ ସହରର ୨ଟି ହସ୍ପିଟାଲ ଉପରେ ବି ବୋମା ବର୍ଷଣ କରିଛି ଋଷ । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ତଥ୍ୟ ଅନୁସାରେ, ଯୁଦ୍ଧ ଆରମ୍ଭ ଠାରୁ ୟୁକ୍ରେନ୍‌ର ୧୮ଟି ହସ୍ପିଟାଲ ଓ ଅନ୍ୟ ସ୍ୱାସ୍ଥ୍ୟ ଭିତ୍ତିଭୂମି ଋଷୀୟ ଆକ୍ରମଣର ଶିକାର ହୋଇଛି । ହସ୍ପିଟାଲ ଉପରେ ଆକ୍ରମଣ ଋଷର ଗଣହତ୍ୟାର ପ୍ରମାଣ ଏବଂ ଏହା ଜଘନ୍ୟ ଯୁଦ୍ଧ ଅପରାଧ ବୋଲି ୟୁକ୍ରେନ୍ ରାଷ୍ଟ୍ରପତି ଅଭିଯୋଗ କରିଛନ୍ତି । ଜାତିସଂଘ ମଧ୍ୟ ଏହାର ନିନ୍ଦା କରିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking