18.1 C
Bhubaneswar
Saturday, November 23, 2024
Homeଋଷିଆ-ୟୁକ୍ରେନ୍ ଯୁଦ୍ଧଋଷ ଜାରି କଲା ହିଟ ଲିଷ୍ଟ : ଟାର୍ଗେଟ୍‌ରେ ୨୩ ମହାରଥୀ 

ଋଷ ଜାରି କଲା ହିଟ ଲିଷ୍ଟ : ଟାର୍ଗେଟ୍‌ରେ ୨୩ ମହାରଥୀ 

ମେସ୍କୋ: ଋଷିଆ ଜାରି କଲା ହିଟ୍ ଲିଷ୍ଟ । ଟାର୍ଗେଟ୍‌ରେ ୨୩ ମହାରଥୀ । ସେମାନଙ୍କ ମୁଣ୍ଡ ଗଡ଼ାଇବା ପାଇଁ ଗମ୍ଭୀରା ଭିତରେ ପ୍ଲାନ କରୁଛନ୍ତି ପୁଟିନ । ଆଉ ଏଥିପାଇଁ ଋଷ ସୈନ୍ୟଙ୍କୁ ଦିଆଯାଇଛି ସ୍ୱତନ୍ତ୍ର ତାଲିମ । ୟୁକ୍ରେନ-ଋଷିଆ ମହାଯୁଦ୍ଧ ବେଳେ ଋଷର ହିଟ ଲିଷ୍ଟକୁ ନେଇ ଏବେ ପୂରା ବିଶ୍ୱରେ ଚର୍ଚ୍ଚା ଚାଲିଛି । ଆଉ ଏହି ଲିଷ୍ଟରେ କିଏ କିଏ ଅଛନ୍ତି, ତାହାକୁ ନେଇ ଏବେ ଚର୍ଚ୍ଚା ଆରମ୍ଭ ହୋଇଯାଇଛି । ୟୁକ୍ରେନର ରାଷ୍ଟ୍ରପତି ଭୋଲଡିମିର ଜେଲେନସ୍କି ଏବେ ଋଷର ପ୍ରଥମ ଟାର୍ଗେଟ୍‌ରେ । ତାଙ୍କୁ ବନ୍ଦୀ କରିବା ପାଇଁ ପୁଟିନ୍ ସରକାର ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରୁଛନ୍ତି । ବ୍ରିଟେନର ଖବର କାଗଜ ଡେଲିମେଲ୍ ଏ ସଂକ୍ରାନ୍ତରେ ଏକ ରିପୋର୍ଟ ପ୍ରକାଶ କରିଛି । କେବଳ ୟୁକ୍ରେନର ରାଷ୍ଟ୍ରପତି ଜେଲେନସ୍କିଙ୍କୁ ହତ୍ୟା କରିବାକୁ ୱାଗନର ଗ୍ରୁପର ୪୦୦ ସଦସ୍ୟଙ୍କୁ ୟୁକ୍ରେନରେ ଆଲର୍ଟ କରାଯାଇଛି । କେବଳ ଜେଲେନସ୍କି ନୁହେଁ ବରଂ କିଭ୍‌ର ମେୟର ମଧ୍ୟ ଏହି ତାଲିକାରେ ଥିବା ଜଣାପଡ଼ିଛି । ଗୁରୁତ୍ୱପୂର୍ଣ୍ଣ କଥା ହେଲା, ଜେଲେନସ୍କିଙ୍କୁ ଟାର୍ଗେଟ୍ କରିବା ଲାଗି ଆଫ୍ରିକାରୁ ୟୁକ୍ରେନକୁ ଉଡ଼ାଣ ଭରିଛି ସ୍ୱତନ୍ତ୍ର ଯୁଦ୍ଧଜାହାଜ । ଯେଉଁ ଜାହାଜରେ କାଳେ ଅଛନ୍ତି ୱାଗନର ଗୋଷ୍ଠୀର ଯବାନ । ୟୁକ୍ରେନ-ଋଷିଆ ମଧ୍ୟରେ ପ୍ରାୟ ସପ୍ତାହେ ହେଲାଣି ଲାଗିଲାଣି ଯୁଦ୍ଧ । କିଭ୍‌କୁ ଟାର୍ଗେଟ୍ କରିବାରେ ବ୍ୟସ୍ତ ପୁଟିନ ସେନା । ଆଉ ଋଷିଆ ସୈନ୍ୟଙ୍କୁ ମୁହଁତୋଡ୍ ଜବାବ ଦେବା ପାଇଁ ୟୁକ୍ରେନ ସେନା ମଧ୍ୟ ପ୍ରସ୍ତୁତ ହୋଇ ରହିଛି । ଯାହାଦ୍ୱାରା ଏତେ ସହଜରେ କିଭ୍‌କୁ ଅକ୍ତିଆର କରିପାରୁନି ଋଷିଆ । ବର୍ତ୍ତମାନ ରାଷ୍ଟ୍ରପତି ଜେଲେନସ୍କି, ୟୁକ୍ରେନର ରାଜଧାନୀ କିଭର ମେୟର ଭିଟାଲୀ କ୍ଲିଚ୍‌କୋ ମେୟରଙ୍କ ଭାଇ ଲାଡକିଲ୍ସଙ୍କ ସମେତ ପ୍ରାୟ ୨୩ ଜଣଙ୍କ ଋଷିଆ ଟାର୍ଗେଟରେ ଅଛନ୍ତି । ୱାଗନର ଗ୍ରୁପ ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ଅତି ନିକଟତର ବୋଲି ମଧ୍ୟ କୁହାଯାଏ । ଏହାପୂର୍ବରୁ ୟୁକ୍ରେନ ରାଷ୍ଟ୍ରପତି ଜେଲେନସ୍କି ଭିଡ଼ିଓ ସେୟାର କରି କହିଥିଲେ, ଋଷିଆର ଟାର୍ଗେଟ୍‌ରେ ମୁଁ ଓ ମୋ ପରିବାର । କିନ୍ତୁ ମୁଁ କି ମୋ ପରିବାର ଦେଶ ଛାଡ଼ି କେଉଁଆଡ଼େ ବି ଯିବୁନାହିଁ । ଏମିତି ଘଡ଼ିସନ୍ଧି ମୁହୂର୍ତ୍ତରେ ପୂରା ବିଶ୍ୱ ଆମକୁ ଏକା ଛାଡ଼ିଦେଲା । ହେଲେ ଆମେ ଲଢେଇ ଜାରି ରଖିଛୁ, ଆଗକୁ ବି ଜାରି ରଖିବୁ ବୋଲି ଜେଲେନସ୍କି କହିଛନ୍ତି । ଆଉ ଏହା ଏବେ ସତ୍ୟ ହେବାକୁ ଯାଉଛି ଏବଂ ଋଷ ଟାର୍ଗେଟ୍‌ରେ ଜେଲେନସ୍କି ଥିବା ନେଇ ସ୍ପଷ୍ଟ ହୋଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking