24.1 C
Bhubaneswar
Monday, November 25, 2024
Homeଋଷିଆ-ୟୁକ୍ରେନ୍ ଯୁଦ୍ଧଡୋନ୍‌ବାସ ଅଞ୍ଚଳ ସମ୍ପୂର୍ଣ୍ଣ ଧ୍ୱଂସ କଲା ଋଷ

ଡୋନ୍‌ବାସ ଅଞ୍ଚଳ ସମ୍ପୂର୍ଣ୍ଣ ଧ୍ୱଂସ କଲା ଋଷ

କିଭ: ରୁଷ-ୟୁକ୍ରେନ ଯୁଦ୍ଧକୁ ଆଉ କିଛି ଦିନ ପରେ ୩ ମାସ ପୂରିବାକୁ ଯାଉଛି । ହେଲେ ଥମିବାର ନାଁ ନେଉନାହିଁ ଯୁଦ୍ଧ । କିଛି ଦିନର ବ୍ୟବଧାନ ପରେ ପୁଣି ୟୁକ୍ରେନରେ ଆକ୍ରମଣକୁ ତୀବ୍ର କରିଛି ଋଷ । ୟୁକ୍ରେନ ରାଷ୍ଟ୍ରପତି ଜେଲେନସ୍କି ରୁଷର ଆକ୍ରମଣକୁ କ୍ରୁରତା କହି ରୁଷ ରାଷ୍ଟ୍ରପତିଙ୍କ ନିନ୍ଦା କରିବା ସହ ବିଶ୍ୱ ସମୁଦାୟକୁ ଅନ୍ୟ ଏକ ବିଷୟ ଉପରେ ମଧ୍ୟ ଅବଗତ କରାଇଛନ୍ତି । ଜେଲେନକ୍ସି କହିଛନ୍ତି ଯେ, ‘ବୋମା ମିସାଇଲ ମାଡକରି ଡୋନ୍‌ବାସ ଅଞ୍ଚଳକୁ ଋଷସେନା ସମ୍ପୂର୍ଣ୍ଣ ଛାରଖାର କରିଦେଇଛି ।

ଡୋନ୍‌ବାସରେ କୌଣସି ଗୋଟିଏ ବି ସରକାରୀ ପ୍ରତିଷ୍ଠାନ ଆକ୍ରମଣରୁ ବର୍ତ୍ତି ନଥିବା ବେଳେ ଜନବସତି ଗୁଡ଼ିକୁ ମଧ୍ୟ ଛାରଖାର କରିଦିଆଯାଇଛି । ’ ସୂଚନା ଅନୁଯାୟୀ, ଗୁରବାର ଋଷର ଆକ୍ରମଣରେ ପୂର୍ବ ୟୁକ୍ରେନ୍‌ର ସେବେରୋଦୋନେସ୍କ ସହରର ବୋମ୍ବାର୍ଡମେଣ୍ଟ ଶତାଧିକ କୋଠା ଧ୍ୱଂସ ହେବା ସହ ଏବଂ ୧୨ ଜଣ ସାଧାରଣ ନାଗରିକଙ୍କ ମୃତ୍ୟୁ ହୋଇଛି । ଋଷ ସେନା ସବୁ ଅଞ୍ଚଳରେ ବ୍ୟାପକ ନରସଂହାର ଚଳାଇଛି ବୋଲି ଏକ ଉଦ୍‌ବୋଧନରେ ଜେଲେନସ୍କି କହିଛନ୍ତି । ଅନ୍ୟପଟେ ଦେଶ ପାଇଁ ଅର୍ଥ ଯୋଗାଡ କରିବାକୁ ୟୁକ୍ରେନ ରାଷ୍ଟ୍ରପତି ଜେଲେନସ୍କି ବିଭିନ୍ନ ଉପାୟ ଆପଣେଇଛନ୍ତି । ନିକଟରେ ନିଜର ଅତିପ୍ରିୟ ଜ୍ୟାକେଟକୁ ୧,୧୦,୦୦୦ ଡଲାର ବା ୮୪ ଲକ୍ଷ ୬୦ ହଜାର ଟଙ୍କାରେ ନିଲାମ କରିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking