27.1 C
Bhubaneswar
Friday, March 29, 2024
Homeଅପରାଧପଦାରେ ପଡ଼ିଲା ଯାଆଁଳା ଭାଇର କଳା କାରନାମା, ଭାଉଜ ସାଥିରେ ୬ ମାସ ଧରି.....

ପଦାରେ ପଡ଼ିଲା ଯାଆଁଳା ଭାଇର କଳା କାରନାମା, ଭାଉଜ ସାଥିରେ ୬ ମାସ ଧରି…..

ମୁମ୍ବାଇ: ମହାରାଷ୍ଟ୍ର ଲାତୁରଠାରେ ପଦାରେ ପଡ଼ିଛି ଯାଆଁଳା ଭାଇର କଳା କାରନାମା । ସମାନ ଚେହେରାର ଲାଭ ଉଠାଇବାକୁ ପଛାଇଲାନି । ଆଉ ମନରେ ପଶୁତ୍ୱ ଭାବ ଜାଗ୍ରତ କରି ଶେଷରେ ଘଟାଇଲା ଘୃଣ୍ୟ କାଣ୍ଡ । ନିଜ ଭାଉଜକୁ ୬ ମାସ ଧରି କରି ଆସୁଥିଲା ଦୁଷ୍କର୍ମ । ସବୁଠୁ ଆଶ୍ଚର୍ଯ୍ୟକର କଥା ହେଉଛି ଏ ସମ୍ପର୍କରେ ପୀଡିତାଙ୍କ ସ୍ୱାମୀ ଓ ଶାଶୂ ମଧ୍ୟ ଅବଗତ ଥିଲେ । ପୀଡ଼ିତାଙ୍କ ପରିବାର ଏନେଇ ଅଭିଯୋଗ କରିବା ପରେ ପୋଲିସ ଦୁଇ ଯାଆଁଳ ଭାଇଙ୍କୁ ଗିରଫ କରିଛି । ଲାତୁର ରିଙ୍ଗ ରୋଡ ଅଞ୍ଚଳରେ ରହୁଥିବା ଜଣେ ଯୁବକ ଗତ ୩ ମାସ ପୂର୍ବରୁ ବିବାହ କରିଥିଲେ । ବିବାହିତ ଯୁବକଙ୍କ ଆଉ ଏକ ଯାଆଁଳା ଭାଇ ଥିଲା । ଦୁହିଁଙ୍କ ମୁହଁ ଓ ଚାଲିଚଳଣିରେ ପ୍ରାୟତଃ ସମାନତା ଥିଲା ।

ଏଣୁ ଘରକୁ ଆସିଥିବା ୨୦ ବର୍ଷୀୟ ନବବଧୂ ନିଜ ସ୍ୱାମୀ ଏବଂ ଦିଅର ମଧ୍ୟରେ ପାର୍ଥକ୍ୟକୁ ସହଜରେ ବାରି ପାରୁନଥିଲେ । ଫଳରେ ଏହାର ଫାଇଦା ଉଠାଇଥିଲେ ୨ ଯାଆଁଳା ଭାଇ । ପୀଡିତା ଜଣକ ସ୍ୱାମୀର ଭାଇ ଦ୍ୱାରା ଦୀର୍ଘ ୬ ମାସ ଧରି ଯୌନ ଶୋଷଣର ଶିକାର ହୋଇଆସୁଥିଲେ । ବିବାହିତ ମହିଳା ଜଣକ ଏ ସମ୍ପର୍କରେ ଅବଗତ ହେବା ପରେ ନିଜ ସ୍ୱାମୀଙ୍କୁ କହିଥିଲେ । କିନ୍ତୁ ଯାହା ଚାଲିଛି ତାହା ଜାରି ରହୁ ବୋଲି ସ୍ୱାମୀ ଓ ଶାଶୂ କହିଥିବା ପୀଡିତା ଅଭିଯୋଗ କରିଛନ୍ତି । କିଛି ଦିନ ପରେ ବିବାହିତା ମହିଳା ତାଙ୍କ ଘରକୁ ଯାଇଥିଲେ । ଅଭିଯୁକ୍ତ ଯାଆଁଳା ଭାଇ ଯେତେବେଳେ ପୀଡିତାଙ୍କୁ ଫୋନ ଯୋଗେ ଘରକୁ ଆସିବାକୁ କହିଥିଲା ସେତେବେଳେ ସେ ଯିବାକୁ ମନା କରିଥିଲେ । ଶାଶୂ ଘରକୁ ନି ଯିବାର କାରଣ ସମ୍ପର୍କରେ ପୀଡିତାଙ୍କ ପରିବାର ପଚାରିବା ପରେ ସେମାନେ ପୁରା ଘଟଣା ସମ୍ପର୍କରେ ଜାଣିବାକୁ ପାଇଥିଲେ । ଏହାପରେ ସେମାନେ ପୋଲିସ ଷ୍ଟେସନରେ ଅଭିଯୋଗ କରିଥିଲେ । ଘଟଣା ସମ୍ପର୍କରେ ଖବର ପାଇବା ପରେ ପୋଲିସ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking