29.1 C
Bhubaneswar
Wednesday, May 1, 2024
Homeଓଡିଶାଯୁକ୍ତ ଦୁଇ ପ୍ରଥମ ବର୍ଷ ପାଇଁ ‘ଅନଲାଇନ ଶିକ୍ଷା’ର ପ୍ରାରମ୍ଭ

ଯୁକ୍ତ ଦୁଇ ପ୍ରଥମ ବର୍ଷ ପାଇଁ ‘ଅନଲାଇନ ଶିକ୍ଷା’ର ପ୍ରାରମ୍ଭ

ରାଉରକେଲା : ସ୍ମାର୍ଟ ସିଟି ରାଉରକେଲାରେ ଥିବା ବିଭିନ୍ନ ଘରୋଇ ଶିକ୍ଷାନୁଷ୍ଠାନରେ ଅନଲାଇନ ଶିକ୍ଷାଦାନ ଚଳିତ ସପ୍ତାହରୁ ଆରମ୍ଭ ହୋଇଛି । ଏହି କ୍ରମରେ ଦକ୍ଷିଣ ରାଉରକେଲା ଅନ୍ତର୍ଗତ ସାରନଗରୀ ସ୍ଥିତ ଘରୋଇ ଶିକ୍ଷାନୁଷ୍ଠାନ ବିଦ୍ୟା ଷ୍ଟଡ଼ି ପଏଂଟ ପକ୍ଷରୁ ଯୁକ୍ତ ଦୁଇ ପ୍ରଥମ ବର୍ଷର ବିଜ୍ଞାନ, ବାଣିଜ୍ୟ ଓ କଳାର ଛାତ୍ରଛାତ୍ରୀଙ୍କ ପାଇଁ ଅନଲାଇନ ମାଧ୍ୟମରେ ଶିକ୍ଷାଦାନ କରାଯାଉଛି ବୋଲି ଅନୁଷ୍ଠାନର ନିର୍ଦ୍ଦେଶକ ସରୋଜ କୁମାର ବେହେରା ଏକ  ପ୍ରେସବିବୃତିରେ ଜଣାଇଛନ୍ତି । ଏହି ଶିକ୍ଷାଦାନ ପ୍ରତି ଆଗ୍ରହୀ ଥିବା ଛାତ୍ରଛାତ୍ରୀ ତଥା ଅଭିଭାବକ ମାନେ ଅନୁଷ୍ଠାନ ସହ ଯୋଗାଯୋଗ କରିବାକୁ ଅନୁରୋଧ କରାଯାଇଛି ।

ଦକ୍ଷିଣ ରାଉରକେଲାରେ ୧୮ କରୋନା ପଜେଟିଭ୍‌

ରାଉରକେଲା : ଗତ କିଛି ଦିନ ହେଲା ଦକ୍ଷିଣ ରାଉରକେଲା ଅନ୍ତର୍ଗତ ସାରନଗରୀ ଅଂଚଳରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢିବାରେ ଲାଗିଛି । ଯାହାକୁ ନେଇ ଆତଙ୍କିତ ଅବସ୍ଥାରେ ଛ୍ନ୍‌ି ଏଠାକାର ଅଂଚଳବାସୀ । ଆଜି ସାରନଗରୀରେ କରୋନା ପଜେଟିଭଙ୍କ ସଂଖ୍ୟା ୧୮ଥିବା ଜିଲା ପ୍ରଶାସନ ପକ୍ଷରୁ ଜାରି ତଥ୍ୟରୁ ଜଣାପଡ଼ିଛି । ସ୍ଥାନୀୟ ଅଂଚଳର କନଷ୍ଟ୍ରକସନ କଲୋନୀର ୩ ଜଣ, ଫର୍ଟିଲାଇଜର ଟାଉନସିପର ୩ଜଣ, ଉତ୍କଳନଗରର ୨ ଜଣ, ଜଲଦା ବି ବ୍ଲକର ୬ଜଣ, ଜଲଦା ଏ ବ୍ଲକର ୨ଜଣ, ଜଲଦା ଓ ମଡର୍ଣ୍ଣ ଇଣ୍ଡିଆର ଜଣେ କରୋନାରେ ଆକ୍ରାନ୍ତ ହୋଇଛନ୍ତି । ଏଥିମଧ୍ୟରୁ ୯ଜଣ ପୁରୁଷ ଓ ୮ ଜଣ ମହିଳା ଓ ଜଣେ ଶିଶୁ ଥିବା ଜଣାପଡ଼ିଛି ।

 

ଲଘୁଚାପଜନିତ ବର୍ଷା ଯୋଗୁ ଚାଷୀ ଆଶ୍ୱସ୍ତ

ରାଉରକେଲା: :ଦୀର୍ଘଦିନ ହେବ ମୌସୁମୀର ଉଭାନ ପରେ ଚାଷକୁ ନେଇ ଚିନ୍ତାରେ ଥିବା ଚାଷୀଙ୍କ ମନରେ ଏବେ ହସ ଦେଖିବାକୁ ମିଳିଛି। ଆଜି ଲଘୁଚାପଜନିତ ଭଲ ବର୍ଷାସାଙ୍ଗକୁ ଦିନ ସାରା ଝିପିଝିପି ବର୍ଷା ଲାଗି ରହିଥିବାରୁ ଏବେ ବିଲରେ ପାଣି ଭର୍ତି ହୋଇଯାଇଛି । ପାଣି ଅଭାବରୁ ପଛେଇ ଯାଇଥିବା ଚାଷ କାମକୁ ଚାଷୀ ଆଗେଇ ନେବାକୁ ଅଂଟା ଭିଡ଼ିଛନ୍ତି ।ଅନେକ ଜମିରେ ଆଜି ଯାଏ ମଧ୍ୟ ପାଣି ଅଭାବରୁ ଚାଷ ହୋଇପାରିନାହିଁ ।ସେହିପରି ତଳି ପକାଇଥିବା ଜମିରେ ତଳି ସବୁ ପାଚିବାକୁ ବସିଥିବାବେଳେ ଚାଷୀ ତାକୁ ଲଗାଇôବା ସମ୍ଭବ ହୋଇନାହିଁ ।ଲାଠିକଟା ବ୍ଲକ ଅନ୍ତର୍ଗତ କେତେକ ଗ୍ରାମାଂଚଳରେ ସେହିପରି ମାଣ୍ଡିଆ ଫସଲ ମଧ୍ୟ ବର୍ଷା ଅଭାବରୁ ପ୍ରଭାବିତ ହୋଇଥିବା ଦେଖିବାକୁ ମିଳିଛି । ଚାଷୀ ହତାଶ ହୋଇ ଆକାଶକୁ ଚାହିଁ ରହିଥିବାବେଳେ ଆଜି ଭଲବର୍ଷା ଚାଷୀ ମନରେ ଏକ ନୂତନ ଆଶା ସଂଚାର କରିଛି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking