31.1 C
Bhubaneswar
Friday, October 18, 2024
Homeଦେଶ ବିଦେଶଡକାୟତି ଉଦ୍ୟମ ପଣ୍ଡ, ୫ ଗିରଫ

ଡକାୟତି ଉଦ୍ୟମ ପଣ୍ଡ, ୫ ଗିରଫ

ଖଇରା : ଏକ ବଡ଼ ଧରଣର ଡକାୟତି ପାଇଁ ଯୋଜନା କରୁଥିବା ୫ ଜଣ କୁଖ୍ୟାତ ଡକାୟତଙ୍କୁ ଖଇରା ପୁଲିସ ଗିରଫ କରିଛି । ସୋମବାର ଖଇରା ଥାନାରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ନିଳଗିରି ଏସଡିପିଓ ରିତେଶ କୁମାର ମହାପାତ୍ର ଓ ଖଇରା ଥାନା ଆଇଆଇସି ଗଣମାଧ୍ୟମକୁ ଏହାର ବିସ୍ତୃତ ବିବରଣୀ ପ୍ରଦାନ କରିଛନ୍ତି ।

ସୂଚନା ଅନୁଯାୟୀ ରବିବାର ରାତି ୧୧ଟା ସମୟରେ ଖଇରା ପୁଲିସ ପାଟ୍ରୋଲିଂ ପାଇଁ ସୋର-କୁପାରୀ ରାସ୍ତାରେ ଯାଉଥିବା ବେଳେ କୋଚିଆ କୋଇଲି ମଧୁବନ ପଡ଼ିଆ ନିକଟରେ ୫ ଜଣ ଯୁବକ କିଛି କଥାବାର୍ତ୍ତା କରୁଥିବାର ପୁଲିସ ନଜରକୁ ଆସିଥିଲା । ସନ୍ଦେହରେ ପୁଲିସ ସେମାନଙ୍କୁ ଧରିବା ପରେ ସେମାନଙ୍କ ନିକଟରୁ ବନ୍ଧୁକ, ଗୁଳି, ଖଣ୍ଡା, ଭୁଜାଲି, ୪ଟି ବାଇକ, ୫ଟି ମୋବାଇଲ, ୪ ହଜାର ୫ ଶହ ଟଙ୍କା ଜବତ କରାଯାଇଛି । କୁପାରୀରେ ଏକ ଡକାୟତି କରିବାକୁ ଯୋଜନା କରୁଥିବା ନେଇ ପୁଲିସ ଆଗରେ ସ୍ୱିକାର କରିଥିଲେ । ସେମାନଙ୍କ ନାମରେ ଏକ ମାମଲା(୧୯୫/୨୩) ରୁଜୁ କରାଯାଇ କୋର୍ଟଚାଲାଣ କରାଯାଇଛି ।

ଗିରଫ ବ୍ୟକ୍ତିଙ୍କ ମଧ୍ୟରୁ ୩ ଜଣ ଖଇରା ଅଞ୍ଚଳର ହୋଇଥିବା ବେଳେ ୨ ଜଣ ସୋର ଅଞ୍ଚଳର ଅଟନ୍ତି । ଏମାନଙ୍କ ନାମରେ ପୂର୍ବରୁ ବିଭିନ୍ନ ଥାନାରେ ଚୋରି ମାମଲା ରହିଥିବା ବେଳେ ବିଗତ ଦିନରେ ଖଇରା ଅଞ୍ଚଳରେ ଘଟିଯାଇଥିବା ଚୋରୀରେ ସେମାନଙ୍କ ସମ୍ପୃକ୍ତି ରହିଥିବା ନେଇ ସନ୍ଦେହ କରାଯାଉଥିବା ନେଇ ପୁଲିସ କହିଛି । ଦରକାର ପଡିଲେ ସେମାନଙ୍କୁ ରିମାଣ୍ଡରେ ଅଣାଯାଇପାରେ ବୋଲି ପୁଲିସ କହିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking