31.1 C
Bhubaneswar
Wednesday, October 23, 2024
Homeଓଡିଶାଫ୍ଲିପ୍ କ୍ଲାର୍ଟ ଅଫିସରେ ଡକାୟତି

ଫ୍ଲିପ୍ କ୍ଲାର୍ଟ ଅଫିସରେ ଡକାୟତି

ଆଠଗଡ଼ : ଆଠଗଡ଼ରେ ପୁଣି ବନ୍ଧୁକ ମୁନରେ ଲୁଟ୍ । ଲକର ଟେକି ନେଲେ ଦୁର୍ବୃତ୍ତ। ଆଠଗଡ଼ ଅଶୋକ ନଗର ସ୍ଥିତ ଫ୍ଲିପ୍ କ୍ଲାର୍ଟ ଅଫିସରେ ସ୍ପଷ୍ଟ ଦିବାଲୋକରେ ଡକାୟତି ହୋଇଛି । ବାଇକରେ ଆସିଥିଲେ ଦୁଇ ଜଣ ଦୃର୍ବୃତ୍ତ । କାର୍ଯ୍ୟରତ କର୍ମଚାରୀଙ୍କୁ ବନ୍ଧୁକ ଦେଖାଇ ଭୟଭୀତ କରାଇଥିଲେ । ଏହାପରେ ଲକର ଭାଙ୍ଗି ଲକ୍ଷାଧିକ ଟଙ୍କା ନେଇ ଚମ୍ପଟ ମାରିଛନ୍ତି । ଘଟଣାସ୍ଥଳରେ ଆଠଗଡ଼ ଥାନା ପୋଲିସ ଖୋଳତାଡ କରୁଛି । ଲୁଟେରାଙ୍କୁ ଧରିବା ପାଇଁ ତନାଘନା ତଦନ୍ତ ଚାଲିଛି ।

ସୂଚନା ଯୋଗ୍ୟ, ଗତ ୧୦ ତାରିଖ ଶୁକ୍ରବାର ମଧ୍ୟ ଆଠଗଡ଼ ଅଞ୍ଚଳରୁ ଏକ ବଡ଼ ଧରଣର ଲୁଟ ହୋଇଥିଲା। ଏକ ସ୍କର୍ପିଓ ସହ ବାଇକ ଓ ସ୍କୁଟିରେ ଆସିଥିଲେ ୮ରୁ ଅଧିକ ମୁଖା ପିନ୍ଧା ଦୁର୍ବୃତ୍ତ । ନିଛାଟିଆ ରାସ୍ତାରେ ଏଟିଏମ୍ ଭ୍ୟାନ ଅଟକାଇ ଲୁଟିନେଲେ ଟଙ୍କା । ଡ୍ରାଇଭରକୁ ବନ୍ଧୁକ ଦେଖାଇ ଗାଡ଼ିକୁ ଅଟକାଇଥିଲେ ଦୃର୍ବୃତ୍ତ । ଆଠଗଡ଼ ଓ ତିଗିରିଆ ଥାନା ପୋଲିସ ପକ୍ଷରୁ ତନାଘନା ହୋଇଥିଲା।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking