27.1 C
Bhubaneswar
Saturday, September 26, 2026
Homeଓଡିଶାକାହିଁକି ଜୀବନ ହାରିଲେ ମହିଳା ଜାଣନ୍ତୁ

କାହିଁକି ଜୀବନ ହାରିଲେ ମହିଳା ଜାଣନ୍ତୁ

ବାଲେଶ୍ୱର: ବାଲେଶ୍ୱର ଜିଲ୍ଲା ଥାନା ଖରସାହାପୁର ପଞ୍ଚାୟତ ଖରସାହାପୁର ଗ୍ରାମର ଜଣେ ମହିଳା ବେକରେ ଦଉଡ଼ି ଲଗାଇ ଆତ୍ମହତ୍ୟା କରିଥିବା ସୂଚନା ମିଳିଛି। ମହିଳା ଜଣଙ୍କ ହେଲେ ଅଭିମନ୍ୟୁ ଦାସଙ୍କ ୫୦ ବର୍ଷୀୟ ସ୍ତ୍ରୀ ବାସନ୍ତୀ ଦାସ । ବାସନ୍ତୀ ଗତକାଲି ରାତିରେ ଖାଇପିଇ ଶୋଇବାକୁ ଯାଇଥିବା ବେଳେ ରାତି ୩ ଟାରେ ପରିବାର ଲୋକେ ତାଙ୍କୁ ଘର ଗଡାଣରେ ଝୁଲୁଥିବା ଦେଖି ତୁରନ୍ତ ସୋର ଡାକ୍ତରଖାନାକୁ ଆଣିଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ପୁଲିସ ଡାକ୍ତରଖନାରେ ପହଞ୍ଚି ଶବ ବ୍ୟବଚ୍ଛେଦ ପାଇଁ ରଖିବା ସହିତ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି। ଏହି ଘଟଣା ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ହୋଇଛି।

 

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking