30.1 C
Bhubaneswar
Monday, May 20, 2024
Homeଅପରାଧରାଜଧାନୀରେ ୮ ଲକ୍ଷ ଟଙ୍କାର ଗହଣା ଲୁଟି ନେଲେ ଲୁଟେରା

ରାଜଧାନୀରେ ୮ ଲକ୍ଷ ଟଙ୍କାର ଗହଣା ଲୁଟି ନେଲେ ଲୁଟେରା

ଭୁବନେଶ୍ୱର: ଏବେ ଅସୁରକ୍ଷିତ ହୋଇପଡିଛନ୍ତି ଭୁବନେଶ୍ବରବାସୀ । ବର୍ତ୍ତମାନ ଲୁଟେରାଙ୍କ କବଜା ରେ ରାଜଧାନୀ । ଏନେଇ ଅନେକ ସମୟରେ ଅଭିଯୋଗ କରାଯାଉଥିଲେ ସୁଦ୍ଧା ସେମାନଙ୍କୁ ଧରିବାରେ ଅସଫଳ ରହିଛି କମିଶନରେଟ୍ ପୋଲିସ । ସୂଚନା ମୁତାବକ, ପଂଚାୟତିରାଜ ବିଭାଗର ଅତିରିକ୍ତ ନିର୍ଦ୍ଦେଶକ ଛୋଟେଲାଲ ଶର୍ମାଙ୍କ ଘରେପଶି କଳାକନା ବୁଲାଇଲେ ଲୁଟେରା । ଖଣ୍ଡଗିରି ତାଳବଣିଆ ସ୍ଥିତ ତାଙ୍କ ବାସଭବନରୁ ପ୍ରାୟ ଲକ୍ଷାଧିକ ଟଙ୍କା ସହ ୮ ଲକ୍ଷ ଟଙ୍କାର ଗହଣା ଲୁଟି ନେଇଥିବା ଅଭିଯୋଗ ହୋଇଛି । ଆଜି ଭୋର ସମୟରେ ଘରେ ଶୋଇଥିବା ବେଳେ ଏହି ଲୁଟ୍ ହୋଇଥିବା ଜଣାପଡ଼ିଛି । ଏନେଇ ଛୋଟେଲାଲ ଶର୍ମା ଖଣ୍ଡଗିରି ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking