32.1 C
Bhubaneswar
Saturday, June 22, 2024
Homeଓଡିଶାସଡକ ଦୁର୍ଘଟଣା : ୨ ମୃତ,୨ ଗୁରୁତର

ସଡକ ଦୁର୍ଘଟଣା : ୨ ମୃତ,୨ ଗୁରୁତର

ନୂଆପଡ଼ା : ନୂଆପଡ଼ା ଜିଲ୍ଲା ସିନ୍ଧେକେଲା ଥାନା ଜାମଖୁଣ୍ଟା ଗାଁରେ ଘଟିଛି ମର୍ମନ୍ତୁଦ ସଡକ ଦୁର୍ଘଟଣା । ଅଜଣା ଗାଡ଼ି ଧକ୍କାରେ ୨ ଜଣ ବାଇକ ଆରୋହୀଙ୍କର ମୃତ୍ୟୁ ହୋଇଛି । ୨ ଜଣଙ୍କ ମୃତ୍ୟୁ ପରେ ଅନ୍ୟ ୨ ଜଣଙ୍କୁ ବୁର୍ଲା ସ୍ଥାନାନ୍ତର କରାଯାଇଛି । ସୂଚନା ଅନୁସାରେ, ସୋମବାର ରାତିରେ ୪ ଜଣ ସାଙ୍ଗ କାଲକୁଟ ଗ୍ରାମରୁ ଭୋଜି ଖାଇ ବାଇକରେ ଫେରୁଥିବା ସମୟରେ ଏହି ଦୁର୍ଘଟଣା ଘଟିଛି । ସେମାନଙ୍କୁ ଏକ ଅଜଣା ଗାଡ଼ି ଧକ୍କା ଦେଇ ଘଟଣାସ୍ଥଳରୁ ଫେରାର ହୋଇଯାଇଛି । ସ୍ଥାନୀୟ ଲୋକ, ତୁରନ୍ତ ପୋଲିସକୁ ଖବର ଦେଇ ସେମାନଙ୍କୁ ମେଡିକାଲକୁ ନେଇଥିଲେ । କିନ୍ତୁ ଏହି ଦୁର୍ଘଟଣାରେ ଘଟଣାସ୍ଥଳରେ ଜଣଙ୍କର ମୃତ୍ୟୁ ହେବା ସହିତ ଅନ୍ୟ ଜଣଙ୍କର ମେଡିକାଲରେ ମୃତ୍ୟୁ ହୋଇଥିଲା । ଅନ୍ୟ ୨ ଜଣଙ୍କ ସ୍ୱାସ୍ଥ୍ୟବସ୍ଥା ଗୁରୁତର ହେବାରୁ ତାଙ୍କୁ ବୁର୍ଲା ସ୍ଥାନାନ୍ତର କରାଯାଇଛି । ୪ ଜଣଙ୍କର ପରିଚୟ ମିଳିଛି । ପୋଲିସ ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଇବା ସହିତ ଘଟଣାର ତଦନ୍ତ ଜାରି କରିଛି ।

 

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking