32.1 C
Bhubaneswar
Saturday, June 22, 2024
Homeଦେଶ ବିଦେଶସଡକ ଦୁର୍ଘଟଣା : ୩ ମୃତ

ସଡକ ଦୁର୍ଘଟଣା : ୩ ମୃତ

ଗାଜିପୁର : ଡମ୍ପର ଓ ବସ୍ ମୁହାଁମୁହିଁ ଧକ୍କା। ଦୁର୍ଘଟଣାରେ ୩ ଜଣଙ୍କର ମୃତ୍ୟୁ ହୋଇଛି । ଏହି ଦୁର୍ଘଟଣା ଗାଜିପୁରରେ ଘଟିଛି । ସୂଚନା ଅନୁସାରେ, ସୋମବାର ଗାଜିପୁରରେ ଯାତ୍ରୀବାହୀ ବସ୍ ଓ ଡମ୍ପର ମଧ୍ୟରେ ଦୁର୍ଘଟଣା ଘଟିଛି । ଅଯୋଧ୍ୟା ବୁଲି ବସରେ ବିହାରକୁ ଆସୁଥିବା ସମୟରେ ଏକ ଯାତ୍ରୀବାହୀ ବସ ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ଏହି ଦୁର୍ଘଟଣାରେ ୩ ଜଣଙ୍କର ମୃତ୍ୟୁ ହେବା ସହିତ ୧୩ ଜଣ ଆହତ ହୋଇଛନ୍ତି । ଦୁର୍ଘଟଣା ପରେ ତୁରନ୍ତ ଆହତମାନଙ୍କୁ ଗାଜିପୁରର ଜିଲ୍ଲା ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି I ଏହି ଖବର ପାଇ, ଉଦ୍ଧାରକାରୀ ଦଳ ଦୁର୍ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ । ପୋଲିସ ଘଟଣାର ତଦନ୍ତ ଜାରି କରିଛି । ବସଟି ଭାରସାମ୍ୟ ହରାଇ ଡମ୍ପର ସହିତ ଧକ୍କା କରିଥିବା ପୋଲିସ ତଦନ୍ତରୁ ଜଣାପଡିଛି । ଦୁର୍ଘଟଣାରେ ବସଟି ଭାଙ୍ଗି ନଷ୍ଟ ହୋଇଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking